ବେଙ୍ଗାଲୁରୁ: ହିନ୍ଦୁ ଦମ୍ପତିଙ୍କୁ ବିବାହ କରାଇ ଚର୍ଚ୍ଚାରେ ମୁସଲିମ ନେତା । କର୍ଣ୍ଣାଟକର କୋପାଲ ଜିଲ୍ଲାର କୁଶଟାଗିରେ ସାମୂହିକ ବିବାହ କାର୍ଯ୍ୟକ୍ରମର ଆୟୋଜନ କରି 30 ହିନ୍ଦୁ ଦମ୍ପତିଙ୍କୁ ବିବାହ କରାଇଛନ୍ତି । ହିନ୍ଦୁ-ମୁସଲିମ ଧର୍ମୀୟ ବିବାଦକୁ ଦୂର କରି ଭାଇଚାରା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ସାମୂହିକ ବିବାହ କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ କରୁଛନ୍ତି ।
ବୁଧବାର କର୍ଣ୍ଣାଟକର କୋପାଲ ଜିଲ୍ଲାର କୁଶଟାଗି ସ୍ଥିତ କାଳିଙ୍କ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଭଉୟ ହିନ୍ଦୁ-ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଉପସ୍ଥିତିରେ ଏକ ବିରାଟ ସମାରୋହରେ ବିବାହ ଉତ୍ସବ ହୋଇଛି । ଏହି କ୍ରମରେ ମୁସଲମାନ ନେତା ୱାଜିର ଅଲି ଗୋନାଲ ହିନ୍ଦୁ ସମ୍ପ୍ରଦାୟର 30 ଦମ୍ପତିଙ୍କୁ ବିବାହ କରାଇଛନ୍ତି । ଗୋଟିଏ ମଣ୍ଡପରେ 30 ନବ ଦମ୍ପତିଙ୍କ ହାଠଗଣ୍ଠି ପଡ଼ିଥିଲା । ହୋମ ନିଆଁ ସାଙ୍ଗକୁ ଗୋଟିଏ ସ୍ଥାନରେ ଉଚ୍ଚାରିତ ହେଉଥିଲା ପଣ୍ଡିତଙ୍କ ମନ୍ତ୍ରଧ୍ବନୀ । ପାରମ୍ପରିକ ରୀତିନୀତିରେ ବିବାହ ଉତ୍ସବ ହୋଇଥିଲା । ଅଗ୍ନିକୁ ସାକ୍ଷୀ ରଖି ବରକନ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସାମୂହିକ ବିବାହ ବ୍ୟତୀତ କାର୍ତ୍ତିକ ମହୋତ୍ସବ ପାଇଁ ଏକ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ