ETV Bharat / bharat

ଯୋଗୀଙ୍କୁ ଅଖିଙ୍କ କଟାକ୍ଷ: କହିଲେ ଜନତାଙ୍କ ପୂର୍ବରୁ ତାଙ୍କ ଦଳ ଘରକୁ ପଠାଇ ଦେଇଛି - ଉତ୍ତରପ୍ରଦେଶ ଖବର

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ସରଗରମ ରହିଛି ରାଜନୀତି ପାଣିପାଗ । ପୂର୍ବରୁ ଅଯୋଧ୍ୟାରୁ ଲଢିବା ନେଇ ଚର୍ଚ୍ଚା ହେଉଥିଲା ମାତ୍ର ଗୋରଖପୁରରୁ ଲଢିବା ନେଇ ସ୍ପଷ୍ଟ ହୋଇଛି । ଏ ନେଇ ସାମାଜବାଦୀ ପାର୍ଟି ମୁଖ୍ୟ ଯୋଗୀଙ୍କୁ ସମାଲୋଚନା କରିଛନ୍ତି । ଅଖିଳେଶ କହିଛନ୍ତି ମୁଁ ଖୁସି ଜନତାଙ୍କ ପୂର୍ବରୁ ତାଙ୍କୁ ତାଙ୍କ ଦଳ ହିଁ ତାଙ୍କୁ ଘରକୁ ପଠାଇ ଦେଇଛି । ପ୍ରକୃତରେ ତାଙ୍କୁ ଟିକେଟ ମିଳିନାହିଁ ତାଙ୍କ ଫେରିବାର ଟିକେଟ କଟାଇଯାଇଛି । ଅଧିକ ପଢନ୍ତୁ

ଯୋଗୀଙ୍କୁ ଅଖିଙ୍କ କଟାକ୍ଷ
ଯୋଗୀଙ୍କୁ ଅଖିଙ୍କ କଟାକ୍ଷ
author img

By

Published : Jan 16, 2022, 2:05 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ରହିଛି ରାଜନୀତି ପାଣିପାଗ । ଶନିବାର ୟୁପି ତାର ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶିତ କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ନିର୍ବାଚନ ମଣ୍ଡଳୀ ଅର୍ଥାତ ଗୋରଖପୁରରୁ ପ୍ରତିନ୍ଦ୍ବତିତା କରିବେ । ପୂର୍ବରୁ ଯୋଗୀ ଅଯୋଧ୍ୟାରୁ ଲଢିବା ନେଇ ଚର୍ଚ୍ଚା ହେଉଥିଲେ ହେଁ ଗୋରଖପୁରରୁ ସେ ଲଢିବା ନେଇ ସ୍ପଷ୍ଟ ହୋଇଛି । ଏ ନେଇ ସାମାଜବାଦୀ ପାର୍ଟି ମୁଖ୍ୟ ଯୋଗୀଙ୍କୁ ସମାଲୋଚନା କରିଛନ୍ତି ।

ଅଖିଳେଶ କହିଛନ୍ତି ‘ମୁଁ ଖୁସି ଜନତାଙ୍କ ପୂର୍ବରୁ ତାଙ୍କୁ ତାଙ୍କ ଦଳ ହିଁ ତାଙ୍କୁ ଘରକୁ ପଠାଇ ଦେଇଛି । ପ୍ରକୃତରେ ତାଙ୍କୁ ଟିକେଟ ମିଳିନାହିଁ ତାଙ୍କ ଫେରିବାର ଟିକେଟ କଟାଯାଇଛି । ଶନିବାର କଟାକ୍ଷ କରି ଅଖିଳେଶ ଆହୁରି କହିଛନ୍ତି ପୂର୍ବରୁ ଯୋଗୀ ମଥୁରା, ପ୍ରୟାଗରାଜ, ଅଯୋଧ୍ୟା କିମ୍ବା ଦେଓବନ୍ଦରୁ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ମୁଁ ଖୁସି ଜନତା ଜନତାଙ୍କ ପୂର୍ବରୁ ତାଙ୍କୁ ତାଙ୍କ ଦଳ ହିଁ ଘରକୁ ପଠାଇ ଦେଇଛି । ସେ ଗୋରଖପୁରରେ ରହିବା ଉଚିତ । ତାଙ୍କର ଲକ୍ଷ୍ନୌ ଆସିବାର ଆବଶ୍ୟକ ନାହିଁ ’।

ସେହିପରି ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ ଚାଲିଥିବାବେଳେ ବିଜେପି ଛାଡି ଏକାଧିକ ମନ୍ତ୍ରୀ ଓ ବିଧାୟକ ବିରୋଧୀ ସମାଜବାଦୀ ପାର୍ଟି(ସପା) ଶିବିରରେ ସାମିଲ ହୋଇଛନ୍ତି । ତେବେ ବିଜେପି ଛାଡି ସମାଜବାଦୀ ପାର୍ଟିରେ ସାମିଲ ହେବାକୁ ଚାହୁଁଥିବା କୌଣସି ନେତାଙ୍କୁ SP ପକ୍ଷରୁ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି ଦଳ ସୁପ୍ରିମୋ ଅଖିଳେଶ ଯାଦବ ।

ଆହୁରି ପଢନ୍ତୁ...UP Poll: BJP କ୍ୟାମ୍ପ ଛାଡୁଥିବା ନେତାଙ୍କୁ ଦଳରେ ସାମିଲ କରିବେନି ଅଖିଳେଶ

ଫେବୃଆରୀ 10 ତାରିଖରୁ ମାର୍ଚ୍ଚ 7 ତାରିଖ ମଧ୍ୟରେ ସମସ୍ତ ୭ଟି ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଫେବୃଆରୀ 10, 14, 20, 23, 27 ଏବଂ ମାର୍ଚ୍ଚ 3 ଏବଂ 7 ତାରିଖରେ ରାଜ୍ୟରେ ମତଦାନ ହେବ । ସେହିପରି ମାର୍ଚ୍ଚ 10 ତାରିଖରେ ମତ ଗଣନା ଓ ଫଳାଫଳ ଘୋଷଣା ହେବା ନେଇ ତାରିଖ ସ୍ଥିର କରିଛନ୍ତି ନିର୍ବାଚନ କମିଶନ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.