ETV Bharat / bharat

ଓ୍ବେବ ସିରିଜ ନାଁରେ ଅଶ୍ଳୀଳ ସିନେମା ସୁଟିଂ, ଏତଲା ଦେଲେ ମଡେଲ - ଓ୍ବେବ ସିରିଜ ନାଁରେ ଅଶ୍ଳୀଳ ସିନେମା ସୁଟିଂ

ଓ୍ବେବ-ସିରିଜ ନାଁରେ ଅଶ୍ଳୀଳ ସିନେମା ସୁଟିଂ ପାଇଁ ମଡେଲଙ୍କୁ କରାଯାଉଥିଲା ବାଧ୍ୟ । ଥାନାରେ ଏତଲା ପରେ ଜଣେ ଗିରଫ ଓ 3 ଫେରାର । ଅଧିକ ପଢନ୍ତୁ

ଓ୍ବେବ ସିରିଜ ନାଁରେ ଅଶ୍ଳୀଳ ସିନେମା ସୁଟିଂ, ଏତଲା ଦେଲେ ମଡେଲ

author img

By

Published : Dec 6, 2022, 7:27 AM IST

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଚାଲିଛି ଓ୍ବେବ ସିରିଜ(web series) ନାଁରେ ଅଶ୍ଳୀଳ ସିନେମା ସୁଟିଂ । କିଛି ଗ୍ୟାଙ୍ଗ ଏପରି କାରନାମା ଚଲାଇଥିବା ତଥ୍ୟ ସାମ୍ନାକୁ ଆସିଛି । ଓ୍ବେବ ସିରିଜ ମେକିଂ ନାଁରେ ତାଙ୍କୁ ଅଶ୍ଳୀଳ ସିନେମାରେ ଅଭିନୟ କରିବାକୁ ବାଧ୍ୟ କରାଯାଉଥିବା ନେଇ ପୋଲିସର ଦ୍ବାରସ୍ଥ ହୋଇ ଏତଲା ଦେଇଛନ୍ତି ଜଣେ ମଡେଲ । ମୁମ୍ବାଇର ଚାର୍କୋପ୍ ପୋଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ଏକ ବିଲ୍ଡିଂର ଫ୍ଲାଟରେ ଏକ ଗ୍ୟାଙ୍ଗ ଓ୍ବେବ ସିରିଜ ନାମରେ ଏହି ଅଶ୍ଳୀଳ ଚଳଚ୍ଚିତ୍ର ସୁଟିଂ କରୁଥିବା ଜଣାପଡିଛି ।

ଏକ ବିଦେଶୀ ୱେବ-ସିରିଜରେ କାମ କରିବା ପାଇଁ ଜଣେ ନୂଆ ମଡେଲକୁ ଏମାନେ କହିଥିଲେ । ପରେ ଉକ୍ତ ବିଲ୍ଡିଂରେ ଏହି ସିରିଜର ସୁଟିଂ ଆରମ୍ଭ ହୋଇଥିଲା । ହେଲେ ସମ୍ପୃକ୍ତ ମଡେଲଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ରରେ ଅଭିନୟ କରିବାକୁ କୁହାଯାଇଥିଲା । କୌଣସି ପ୍ରକାରେ ମଡେଲ ଜଣଙ୍କ ସେଠାରୁ ଖସି ଆସି ଥାନାରେ ଏତଲା ଦେଇଛନ୍ତି । ଘଟଣାରେ ସମ୍ପୃକ୍ତ ଚାରିଜଣଙ୍କ ବିରୋଧରେ ମାମଲା ଦାଏର ହୋଇଛି । ଏତଲା ଆଧାରରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଅନ୍ୟ ତିନି ଜଣ ଫେରାର ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.