ETV Bharat / bharat

ସୁପରଷ୍ଟାର ରଜନୀକାନ୍ତଙ୍କ ରାଜନୀତିକୁ ନ ଆସିବା ଘୋଷଣା, ଆତ୍ମହତ୍ୟା କଲେ ନିରାଶ ପ୍ରଶଂସକ - ରଜନୀକାନ୍ତଙ୍କ ରାଜନୀତି ଘୋଷଣା

ସୁପରଷ୍ଟାର ରଜନୀକାନ୍ତଙ୍କ ରାଜନୀତିକୁ ନ ଆସିବା ଘୋଷଣା, ଆତ୍ମହତ୍ୟା କଲେ ନିରାଶ ପ୍ରସଂଶକ । ପଢନ୍ତୁ ଅଧିକ.....

ସୁପରଷ୍ଟାର ରଜନୀକାନ୍ତଙ୍କ ରାଜନୀତିକୁ  ନଆସିବା ନେଇ ଘୋଷଣା ପରେ ପ୍ରଶଂସକଙ୍କ ଆତ୍ମହତ୍ୟା ଅଭିଯୋଗ

author img

By

Published : Dec 31, 2020, 10:48 PM IST

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ରାଜନୀତିକୁ ନ ଆସିବା ନେଇ ଘୋଷଣା ପରେ ନିରାଶ ପ୍ରଶଂସକଙ୍କ ଆତ୍ମହତ୍ୟା ଅଭିଯୋଗ । ତାମିଲନାଡୁର ଭିଲିପୁରମରେ ରାଜକୁମାର ନାମକ ଜଣେ ରଜନୀଙ୍କ ପ୍ରଶଂସକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୁପରଷ୍ଟାର ରଜନୀକାନ୍ତଙ୍କ ରାଜନୀତିକୁ ନଆସିବା ନେଇ ଘୋଷଣା ପରେ ପ୍ରଶଂସକଙ୍କ ଆତ୍ମହତ୍ୟା ଅଭିଯୋଗ

ମୃତ୍ୟୁ ପୂର୍ବରୁ ରାଜକୁମାରଙ୍କ ଫେସବୁକ ପୋଷ୍ଟ ଘଟଣାକୁ ଆହୁରି ରୋଚକ କରିଛି । ମୃତ୍ୟୁ ପୂର୍ବରୁ ଏହା ତାଙ୍କ ଶେଷ ଦିନ ବୋଲି ସେ ତାଙ୍କ ଫେସବୁକ ପୋଷ୍ଟ କରିବାର କିଛି ଘଣ୍ଟା ପରେ ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେ ବିଷ ପାନ କରି ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଗତ କିଛି ଦିନ ତଳେ ରଜନୀକାନ୍ତ ରାଜନୀତିକୁ ପ୍ରବେଶ କରିବା ସହ ନିଜେ ଏକ ରାଜନୈତିକ ଦଳ ଗଢିବା ନେଇ ଘୋଷଣା କରିଥିଲେ । ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ହାଇଦ୍ରାବାଦର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ରାଜନୀତିରେ ପ୍ରବେଶ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଥିଲେ ।

ଏହି ଖବର ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ନିରାଶା ଦେଖାଯାଇଥିଲା । ତେବେ ଏହି ଘୋଷଣା ପରେ ରାଜକୁମାର ମାନସିକ ଅବସାଦରେ ଥିବା ତାଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.