ETV Bharat / bharat

କେରଳ ସୁନା ଚୋରାଚାଲାଣ:ପୂନର୍ବାର ଖାରଜ ହେଲା ଶିବଶଙ୍କରଙ୍କ ଜାମିନ ଆବେଦନ - Shivshankar

କେରଳର ପୁର୍ବତ୍ତନ ମୁ୍‌ଖ୍ୟ ଶାସନ ସଚିବ ଶିବଶଙ୍କରଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଅଧିକ ପଢନ୍ତୁ...

କେରଳ ସୁନା ଚୋରାଚାଲାଣ:ପୂନର୍ବାର ଖାରଜ ହେଲା ଶିବଶଙ୍କରଙ୍କ ଜାମିନ ଆବେଦନ

author img

By

Published : Nov 18, 2020, 3:39 AM IST

କୋଚି : ବେଆଇନ ସୁନା ଚାଲାଣ ମାମଲାରେ ଛନ୍ଦି ହୋଇଥିବା କେରଳର ପୁର୍ବତନ ମୁ୍‌ଖ୍ୟ ଶାସନ ସଚିବ ଶିବଶଙ୍କରଙ୍କ ଜାମିିନ ଆବେଦନ ପୂନର୍ବାର ଖାରଜ ହୋଇଛି । କୋଚି ସେସନ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିବା ଜଣା ପଡିଛି । ଏଣୁ ଆସନ୍ତା ନଭେମ୍ବର 26 ପର୍ଯ୍ୟନ୍ତ ଶିବଶଙ୍କରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଗତ 12ରେ ଏହି ମାମାଲାର ଶୁଣାଣି କରି ଶିବଶଙ୍କରଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ସହ ତାଙ୍କୁ 14 ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ କୋର୍ଟ । ପରେ ଶିବଶଙ୍କରଙ୍କ ଆଇନଜୀବୀ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ତାଙ୍କୁ ଜାମିନ ପ୍ରଦାନ କରିବାକୁ କୋର୍ଟରେ ନିବେଦନ କରିଥିଲେ । ହେଲେ ସ୍ବାସ୍ଥ୍ୟ ପରୀକ୍ଷାରେ ସେପରି କିଛି ଗୁରୁତର ସମସ୍ୟା ପରିଲକ୍ଷିତ ନହେବା ଯୋଗୁ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ କୋର୍ଟ ।

ବର୍ତ୍ତମାନ ଶିବଶଙ୍କରଙ୍କ ବିରୋଧରେ ସୁନା ଚାଳାଣ ଓ ଟଙ୍କା ଠକେଇ ପରି ସଙ୍ଗୀନ ଅଭିଯୋଗ ଉପରେ ତଦନ୍ତ କରୁଛି ପୋଲିସ । କେରଳର କୋଚି ବିମାନ ବନ୍ଦରରୁ ସୁନା ଚୋରା ଚାଲାଣରେ ସମ୍ପୃକ୍ତି ଥିବା ଅଭିଯୋଗରେ ଶିବଶଙ୍କରଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.