ETV Bharat / bharat

ଆଉ ନାହାନ୍ତି ବାବା ସାହେବ ପୁରନ୍ଦରେ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

author img

By

Published : Nov 15, 2021, 10:20 AM IST

୯୯ ବର୍ଷ ବୟସରେ ପ୍ରାଣ ହରାଇଲେ ବିଶିଷ୍ଠ ଐତିହାସକାର ଶିବଶାହୀର ବାବା ସାହେବ ପୁରନ୍ଦରେ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ବିଶିଷ୍ଠ ଐତିହାସିକ  ବାବାସାହେବ ପୁରନ୍ଦରଙ୍କ ଦେହାନ୍ତ,ଶୋକ ପ୍ରକାଶ କଲେ ମୋଦି

ମୁମ୍ବାଇ: ବିଶିଷ୍ଠ ଐତିହାସକାର ଶିବଶାହୀର ବାବାସାହେବ ପୁରନ୍ଦରେଙ୍କ ଦେହାନ୍ତ । ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । ପୁଣେର ଦିନାଥ ମଙ୍ଗେଶକର ଡାକ୍ତରଖାନାରେ ଆଜି ସକାଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ପୂର୍ବରୁ ସେ ଘରେ ଥିବା ସମୟରେ ସିଡିରେ ପାଦ ଖସିଯିବାରୁ ଆହତ ହୋଇଥିଲେ । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାବାସାହେବ ପୁରନ୍ଦର ମହାରାଷ୍ଟ୍ରର ଜଣେ ଐତିହାସିକ ଓ ଲେଖକ ଭାବେ ବେଶ ପରିଚିତ ଥିଲେ ।

  • I am pained beyond words. The demise of Shivshahir Babasaheb Purandare leaves a major void in the world of history and culture. It is thanks to him that the coming generations will get further connected to Chhatrapati Shivaji Maharaj. His other works will also be remembered. pic.twitter.com/Ehu4NapPSL

    — Narendra Modi (@narendramodi) November 15, 2021 " class="align-text-top noRightClick twitterSection" data=" ">

ତାଙ୍କର ଏହି ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କର ଦେହାନ୍ତ ଦେଶର ଇତିହାସ ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ କ୍ଷତି । ତାଙ୍କ ପାଇଁ ଆଗାମୀ ପିଢି ଛତ୍ରପତି ଶିବାଜୀ ମହାରାଜଙ୍କ ଇତିହାସ ଜାଣିପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ବାବା ସାହେବ ପୁରନ୍ଦରେଙ୍କ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଆଜି ଛତ୍ରପତି ଶିବାଜୀ ମହାରାଜଙ୍କ ଇତିହାସ ବିଷୟରେ ଅବଗତ ହୋଇପାରିଛନ୍ତି । ଯାହା ଆଗାମୀ ପିଢି ପାଇଁ ଏକ ପ୍ରେରଣା ହୋଇରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.