ETV Bharat / bharat

ଥମୁନି ଦାଦା-ପୁତୁରା ବିବାଦ: ଶିବପାଲ କହିଲେ ଆମେ ଚାଲି ଶିଖାଇଥିଲୁ, ଅଖିଳେଶ ଆମକୁ ପାଦରେ ଦଳିଲେ - ଉତ୍ତର ପ୍ରଦେଶ ରାଜନୀତି

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ବିବାଦ ଥମିବା ପରିବର୍ତ୍ତେ ଆହୁରି ବଢିବାରେ ଲାଗିଛି । ଅଧିକ ପଢନ୍ତୁ

ଥମୁନି ଦାଦା- ପୁତୁରା ବିବାଦ, ବିଜେପିରେ ଦଖିବାକୁ ଚାହୁଁଥିଲେ ଦଳରୁ ବାହର କରନ୍ତୁ ଅଖିଳେଶ କହିଲେ ଶିବପାଲ

author img

By

Published : May 3, 2022, 10:21 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ବିବାଦ ଥମିବା ପରିବର୍ତ୍ତେ ଆହୁରି ବଢିବାରେ ଲାଗିଛି । ପ୍ରଗତିଶୀଳ ସମାଜବାଦୀ ପାର୍ଟି ମୁଖ୍ୟ ଶିବପାଲ ଯାଦବ ପୁଣି ଥରେ ନିଜ ପୁତୁରା ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ଶିବପାଲ ଯାଦବ ଟ୍ୱିଟ୍ କରି ଲେଖିଛନ୍ତି ଯେ ଆମେ ତାଙ୍କୁ ଚାଲିବାକୁ ଶିଖାଇଥିଲୁ ଏବଂ ସେ ଆମକୁ ପାଦରେ ଦଳି ଆଗକୁ ବଢିଲେ ।

ଥମୁନି ଦାଦା-ପୁତୁରା ବିବାଦ, ବିଜେପିରେ ଦଖିବାକୁ ଚାହୁଁଥିଲେ ଦଳରୁ ବାହର କରନ୍ତୁ ଅଖିଳେଶ କହିଲେ ଶିବପାଲ

ଏକ ବିବାହ କାର୍ଯ୍ୟକ୍ରମରେ ମୈନପୁରୀରେ ଆସିଥିବା ଶିବପାଲ ଯାଦବ କହିଛନ୍ତି ଯେ ଯଦି ଅଖିଳେଶ ତାଙ୍କୁ ଶୀଘ୍ର ବିଜେପି ପଠାଇବାକୁ ଚାହାଁନ୍ତି, ତେବେ ତାଙ୍କୁ ପାର୍ଟିରୁ ବାହାର କରିଦିଅନ୍ତୁ । ଶିବପାଲ ଆହୁରି ମଧ୍ୟ କହିଛନ୍ତି, ଆଜମ ଖାନଙ୍କ ଉପରେ ଅତ୍ୟାଚାର କରାଯାଉଛି । ସେ ସାଂସଦ ସମେତ ମୋଟ 10ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି । ଶିକ୍ଷା ଓ ବିଶ୍ୱବିଦ୍ୟାଳୟ ମେଡିକାଲ ନିର୍ମାଣରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତାଙ୍କୁ ଯଥାଶୀଘ୍ର ଜେଲରୁ ବାହାର କରିବା ପାଇଁ ସେ ଯଥାସମ୍ଭବ ପ୍ରୟାସ କରିବେ ବୋଲି ମଧ୍ୟ କହିଥିଲେ ।

  • अपने सम्मान के न्यूनतम बिंदु पर जाकर मैंने उसे संतुष्ट करने का प्रयास किया!
    इसके बावजूद भी अगर नाराज हूं तो किस स्तर तक उसने हृदय को चोट दी होगी!

    हमने उसे चलना सिखाया..
    और वो हमें रौंदते चला गया..
    एक बार पुनः पुनर्गठन,आत्मविश्वास व सबके सहयोग की अप्रतिम शक्ति से ईद की मुबारकबाद।

    — Shivpal Singh Yadav (@shivpalsinghyad) May 3, 2022 " class="align-text-top noRightClick twitterSection" data=" ">

ଶିବପାଲ କହିଛନ୍ତି, ଅଖିଳେଶ ଯାଦବଙ୍କ ସହ ତାଙ୍କର କୌଣସି ବିବାଦ ନାହିଁ । ତାଙ୍କ ବିରୋଧରେ ଅଖିଳେଶଙ୍କ ବିବୃତ୍ତି ଏବଂ ବିଜେପି ସହ ତାଙ୍କ ଘନିଷ୍ଠତା ଉପରେ ଗଣମାଧ୍ୟମର ପ୍ରଶ୍ନ ଉପରେ ଶିବପାଲ ଯାଦବ କହିଛନ୍ତି, ଯେ ସେ ଜଣେ ସମାଜବାଦୀ ବୋଲି ସମଗ୍ର ରାଜ୍ୟ ଜାଣେ । କମନ ସିଭିଲ କୋଡ କାର୍ଯ୍ୟକାରିତା ସମ୍ପର୍କିତ ପ୍ରଶ୍ନରେ ଶିବପାଲ କହିଛନ୍ତି, ପ୍ରତ୍ୟେକଙ୍କର ନିଜସ୍ୱ ପଦ୍ଧତିରେ ବଞ୍ଚିବାର ଅଧିକାର ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.