ETV Bharat / bharat

Adani scam: BJPକୁ ମାଷ୍ଟରମାଇଣ୍ଡ କହିଲେ ଶିବସେନା ସାଂସଦ - ସଞ୍ଜୟ ରାଉତ

ଆଦାନୀ ଗ୍ରୁପ ବିରୁଦ୍ଧରେ ଆର୍ଥିକ ଅନିୟମିତା ଅଭିଯୋଗ ମାମଲାରେ ବିଜେପିକୁ ଟାର୍ଗେଟ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ଅଧିକ ପଢନ୍ତୁ

MP Sanjay Raut on adani scam
MP Sanjay Raut on adani scam
author img

By

Published : Feb 2, 2023, 3:24 PM IST

ମୁମ୍ବାଇ: ଆଦାନୀ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡନବର୍ଗ ରିପୋର୍ଟକୁ ନେଇ ଏବେ ହଟଚମଟ । ଆଦାନୀ ଗ୍ରୁପ ଠକେଇ ମାମଲା ସରଗରମ ରାଜନୀତି । ଏହି ମାମଲାକୁ ନେଇ ଶିବସେନା ସାଂସଦ ସଞ୍ଜୟ ରାଉତ ବିଜେପି ମାଷ୍ଟରମାଇଣ୍ଡ ବୋଲି କହିଛନ୍ତି ସଞ୍ଜୟ ରାଉତ ।

ଶିଳ୍ପପତି ଗୌତମ ଆଦାନୀଙ୍କ ଗ୍ରୁପ ସହ ଜଡିତ ଏକ ଅର୍ଥ ହଡପ ମାମଲା ସାମ୍ନାକୁ ଆସିଛି । ବିରୋଧୀମାନେ ଏହାକୁ ସମାଲୋଚନା କରିଛନ୍ତି। ଆଦାନୀ ସ୍କାମକୁ ନେଇ ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି । ଆଦାନୀ ସ୍କାମକୁ ନେଇ ବିଜେପିକୁ ଟାର୍ଗେଟ କରି ସଞ୍ଜୟ ରାଉତ କହିଛନ୍ତି, "50 ବର୍ଷ ମଧ୍ୟରେ ଦେଶରେ ଏପରି ଘୋଟାଲା ହୋଇନାହିଁ । ଏହି ହଡପ ପଛରେ ବିଜେପିର ହାତ ରହିଛି । ବିଜେପି ମାଷ୍ଟରମାଇଣ୍ଡ ।"

ସଞ୍ଜୟ ଆହୁରି କହିଛନ୍ତି, "ଏହି ମାମଲା ନେଇ ସଂସଦରେ କେନ୍ଦ୍ର ସରକାରଙ୍କୁ ଉତ୍ତର ଦେବାକୁ କୁହାଯାଇଥିଲା । ବିଜେପି ନେତାମାନେ ସବୁବେଳେ ଅଭିଯୋଗ କରୁଛନ୍ତି ଯେ, ବିରୋଧୀ ମନି ଲଣ୍ଡରିଂ ମାମଲାର ରହୁଛନ୍ତି । ଏହା ବି ଏକ ମନି ଲଣ୍ଡରିଂ ମାମଲା । ଏହି ମାମଲାରେ ଗୋଟିଏ ବି ବିଜେପି ନେତା ସ୍ବର ଉଠାଉ ନାହାନ୍ତି । ଅନୁସନ୍ଧାନକାରୀ ଦଳ ମଧ୍ୟ କିଛି କହୁ ନାହାନ୍ତି । ପ୍ରତିଟି ସାଧାରଣ ଲୋକ ତାଙ୍କ ଟଙ୍କାକୁ ବିଶ୍ବାସର ସହ ଏଲଆଇସିରେ ବିନିଯୋଗ କରୁଛନ୍ତି । ମାତ୍ର ସରକାର ତାଙ୍କ ଟଙ୍କାଙ୍କୁ ଷ୍ଟକ୍‌ ମାର୍କେଟରେ ଲଗାଉଥିବା ଦେଖିବାକୁ ମିଳିଛି । ତେଣୁ ଆଦାନୀ ସ୍କାମ୍‌ ଭଳି ଘଟଣା ସାମ୍ନାକୁ ଆସୁଛି । ଆମେ ସରକାରଙ୍କୁ ପଚାରିବାକୁ ଚାହୁଁଛୁ ସାଧାରଣ ଲୋକଙ୍କ ଟଙ୍କା ଯାଉଛି କୁଆଡେ ?"

ବିଜେପି ଦେଶର ଅର୍ଥନୀତିକୁ ଭାଙ୍ଗିବାକୁ କାମ କରୁଛି । ତେଣୁ ଏହି ଭଳି ଦୁର୍ନୀତି ହେଉଛି । ଯାହାକୁ 50 ବର୍ଷ ମଧ୍ୟରେ କେବେ ହୋଇନଥିଲା । ଏହି ଦୁର୍ନୀତିରେ ଶାସକ ଦଳର ସିଧାସଳଖ ସମ୍ପର୍କ ଥିବା କହିଛନ୍ତି ସଞ୍ଜୟ ରାଉତ । ଏହା ସହିତ ଗତକାଲି ଉପସ୍ଥାପିତ ହୋଇଥବା କେନ୍ଦ୍ର ବଜେଟକୁ ମଧ୍ୟ ସମାଲୋଚନା କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ନିର୍ବାଚନକୁ ଫୋକସ କରି ଏହି ବଜେଟ ପ୍ରସ୍ତୁତ ହୋଇଥିବା କହିଛନ୍ତି ସଞ୍ଜୟ ରାଉତ ।

ଏହା ବି ପଢନ୍ତୁ...Parliament Budget Session: ହିଣ୍ଡନବର୍ଗ ରିପୋର୍ଟ ନେଇ କମ୍ପିଲା ସଂସଦ, ୨ଟା ଯାଏଁ ଉଭୟ ଗୃହ ମୁଲତବୀ

ସେପଟେ ଆଦାନୀ ଗ୍ରୁପ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡନବର୍ଗ ରିପୋର୍ଟକୁ ଗୃହରେ ଝଡ ସୃଷ୍ଟି ହୋଇଛି । ବଜେଟ ଅଧିବେଶନର ତୃତୀୟ ଦିନରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧି ହିଣ୍ଡନବର୍ଗ ରିପୋର୍ଟରେ ଆଦାନୀ ଗ୍ରୁପ ବିରୁଦ୍ଧରେ ହୋଇଥିବା ଠକେଇ ଅଭିଯୋଗ ପ୍ରସଙ୍ଗ ଉଠାଇ ହଙ୍ଗାମା କରିିଥିଲେ । ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରି ବିରୋଧି ଦଳ ଉଭୟ ଗୃହରେ ହୋହଲ୍ଲା କରିଥିଲେ । ଯେଉଁ କାରଣରୁ ଗୃହକାର୍ଯ୍ୟ ଚଳାଇବା ମୁସ୍କିଲ ହେବାରୁ ସଂସଦର ଉଭୟ ସଦନକୁ ପୂର୍ବାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ଆଦାନୀ ଗ୍ରୁପ ବିରୁଦ୍ଧରେ ଆର୍ଥିକ ଅନିୟମିତା ଅଭିଯୋଗ ଉପରେ ଆଲୋଚନା ପାଇଁ ରାଜ୍ୟସଭାର ବିରୋଧି ଦଳ ନେତା ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ଗୃହରେ ପ୍ରସ୍ତାବ ଆଗତ କରିଥିଲେ ।

ସୂଚନାଯୋଗ୍ୟ ଯେ ହିଣ୍ଡନବର୍ଗ ରିପୋର୍ଟ ପରେ କମ୍ପାନୀର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମେରିକାର ନ୍ୟାୟ ବିଭାଗ ଦଶହଜାର ବୃହତ ସ୍ବଳ୍ପ ବିକ୍ରୟ ନିବେଶ ଏବଂ ଅନୁସନ୍ଧାନକାରୀ ସଂସ୍ଥା ଉପରେ ଅନୁସନ୍ଧାନ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.