ETV Bharat / bharat

ଜେଲ୍‌ରୁ ମୁକୁଳିବା ପରେ ସଞ୍ଜୟ ରାଉତଙ୍କ ପ୍ରତିକ୍ରିୟା, କହିଲେ ମୋ ଗିରଫ ଥିଲା ରାଜନୈତିକ - ଶିବସେନା ନେତା ସଞ୍ଜୟ ରାଉତ

ବହୁଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ନଭେମ୍ବର 9 ତାରିଖରେ ଜେଲରୁ ମୁକୁଳିଛନ୍ତି । ଏହାପରେ ତାଙ୍କ ଗିରଫଦାରୀକୁ ନେଇ ଏମିତି କହିଛନ୍ତି ସଞ୍ଜୟ ରାଉତ । ଅଧିକ ପଢନ୍ତୁ

ଜେଲରୁ ମୁକୁଳିବା ପରେ ସଞ୍ଜୟ ରାଉତଙ୍କ ପ୍ରତିକ୍ରିୟା, କହିଲେ ମୋ ଗିରଫ ରାଜନୈତିକ

author img

By

Published : Nov 11, 2022, 1:53 PM IST

ମୁମ୍ବାଇ: ବହୁଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ (Patra Chawl land scam case) ଗିରଫ ହୋଇଥିବା ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ନଭେମ୍ବର 9 ତାରିଖରେ ଜେଲ୍‌ରୁ ମୁକୁଳିଛନ୍ତି । ବାରମ୍ବାର ଜାମିନ ନାମଞ୍ଜୁର ହେବା ପରେ ଗତ ନଭେମ୍ବର 9 ତାରିଖରେ 3 ମାସ ପରେ ତାଙ୍କୁ ମୁମ୍ବାଇ PMLA କୋର୍ଟ ଜାମିନ ମଞ୍ଜୁର କରିଥିଲେ । ଏହା ପରେ ସେ ତାଙ୍କ ଗିରଫଦାରୀକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କୁ ଗିରଫ କରିବା ରାଜନୈତିକ ଥିଲା । ରାଜନୈତିକ ଆକ୍ରୋଶ ପାଇଁ ତାଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ ।

ଜେଲରୁ ମୁକୁଳିବାର ଦିନକ ପରେ ଏପରି ପ୍ରତିକ୍ରିୟା ଏପରି ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ ରାଉତ । ସେ ଦାବି କରିଛନ୍ତି କି ତାଙ୍କ ଗିରଫ ରାଜନୈତିକ ଥିଲା । ତାଙ୍କୁ ଜାଣିଶୁଣି ଗିରଫ କରାଯାଇଥିଲା । ତାଙ୍କ ଗିରଫଦାରୀ ବେଆଇନ । ମୋତେ ଅପମାନ ଦେବାକୁ ଏପରି କରାଯାଇଛି । ଏପରି ପ୍ରତିଶୋଧ ଭାବନା ରାଜନୀତି (Vendetta politics) ଦେଶରେ କେବେ ଦେଖାଯାଇନାହିଁ ବୋଲି କହିଛନ୍ତି ସଞ୍ଜୟ ରାଉତ । ଏ ନେଇ ମୋ ପରିବାରକୁ ଭୋଗିବାକୁ ପଡିଛି । ବହୁତ କିଛି ହରାଇଛୁ । 150 ବର୍ଷ ହେବ ଆମ ଦେଶ ବ୍ରିଟିଶ ଶାସନରେ ଥିଲା ହେଲେ ଏପରି ରାଜନୀତି କେବେ ଦେଖିନାହିଁ । ପାତ୍ର ଚାୱାଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଅଗଷ୍ଟ 1ରେ ଗିରଫ ହୋଇଥିଲେ ସଞ୍ଜୟ । ପାଖାପାଖି 103 ଦିନ ପରେ ମୁମ୍ବାଇ ଅଥର ଜେଲରୁ ମୁକୁଳିଛନ୍ତି ଶିବସେନା ନେତା ।

ଏହା ବି ପଢନ୍ତୁ...Patra Chawl land scam case: ସଞ୍ଜୟ ରାଉତଙ୍କୁ ଆଶ୍ବସ୍ତି, ଜାମିନ ମଞ୍ଜୁର କଲେ PMLA କୋର୍ଟ

ଶିବସେନା ନେତା ସଞ୍ଜୟ ରାଉତଙ୍କ ଜାମିନ ଆବେଦନ ନେଇ ମୁମ୍ବାଇ PMLA କୋର୍ଟ ବାରମ୍ବାର ଶୁଣାଣି ହୋଇଥିଲା ମାତ୍ର ସଞ୍ଜୟ ବାରମ୍ବାର ନିରାଶ ହୋଇଥିଲେ । ବାରମ୍ବାର ତାଙ୍କ ନ୍ୟାୟିକ ହେପାଜତ ବୃଦ୍ଧି କରିଥିଲେ କୋର୍ଟ । ନଭେମ୍ବର 9 ତାରିଖରେ ତାଙ୍କୁ ଜାମିନ ମିଳିଥିଲା । ଏହାପରେ ସେ ଏନସିପି ସଭାପତି ଶରଦ ପାୱାରଙ୍କୁ ଭେଟିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.