ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ(Union Minister of Ports, Shipping and Waterways Shri Sarbananda Sonowal) ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସୀ ଯୋଗେ ବନ୍ଦର ଅଧ୍ୟକ୍ଷ ତଥା ଓଡିଶା, ଆନ୍ଧ୍ର, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଉପକୂଳବର୍ତ୍ତୀ ଅଞ୍ଚଳର ସହଯୋଗୀ( Port Chairmen and stakeholders of coastal areas ) ଙ୍କ ସହ ସାମ୍ଭାବ୍ୟ ବାତ୍ୟା ଜୱାଦ(Cyclone Jawad) ଯୋଗୁଁ ଆସନ୍ନ ପରିସ୍ଥିତିର ମୁକାବିଲା ପାଇଁ ଚାଲିଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ସୋନୋୱାଲ କହିଛନ୍ତି ଯେ ମନ୍ତ୍ରାଳୟ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ବାତ୍ୟା ଜୱାଦ ନେଇ ସମସ୍ତଙ୍କୁ ସତର୍କ ଏବଂ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ସମସ୍ତ ପରିବହନ ଜାହାଜକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଉଛି । ଜରୁରୀକାଳୀନ ଜାହାଜ ମୁତୟନ କରାଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା କେମିକାଲ ଆଣ୍ଡ ପେଟ୍ରୋକେମିକାଲ ପରି ଶିଳ୍ପ ପ୍ରତିଷ୍ଠାନ ଗୁଡିକ ଉପରେ ମଧ୍ୟ ସତର୍କ ନଜର ରଖିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।
@IANS