ETV Bharat / bharat

ସିନ୍ଦେ ଶିବସେନାର କର୍ମକର୍ତ୍ତା ନୁହଁନ୍ତି, ମୁମ୍ବାଇରେ ଆରମ୍ଭ ହୋଇଥିବା ପ୍ରକଳ୍ପ ବନ୍ଦ ନହେଉ: ଉଦ୍ଧବ

author img

By

Published : Jul 1, 2022, 9:30 PM IST

ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ମୋ ଉପରେ ଥିବା ରାଗକୁ ନେଇ ମୁମ୍ବାଇବାସୀଙ୍କ ଉପରେ ଦାଉ ସାଧିବେ ନାହିଁ ବୋଲି ସେ କହିଥିଲେ । ଅଧିକ ପଢନ୍ତୁ

ସିନ୍ଦେ ଶିବସେନାର କର୍ମକର୍ତ୍ତା ନୁହଁନ୍ତି, ମୁମ୍ବାଇରେ ଆରମ୍ଭ ହୋଇଥିବା ପ୍ରକଳ୍ପ ବନ୍ଦ ନହେଉ: ଉଦ୍ଧବ
ସିନ୍ଦେ ଶିବସେନାର କର୍ମକର୍ତ୍ତା ନୁହଁନ୍ତି, ମୁମ୍ବାଇରେ ଆରମ୍ଭ ହୋଇଥିବା ପ୍ରକଳ୍ପ ବନ୍ଦ ନହେଉ: ଉଦ୍ଧବ

ମୁମ୍ବାଇ: ମୋ ଉପରେ ଥିବା ରାଗକୁ ନେଇ ମୁମ୍ବାଇବାସୀଙ୍କ ଉପରେ ଦାଉ ସାଧିବେ ନାହିଁ । ଏହା କହିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ବିଜେପି ପୂର୍ବରୁ ଏହା କରିଥିଲେ କେବେ ମହା ବିକାଶ ଅଘାଡ଼ି ଗଠନ ହୋଇନଥାଆନ୍ତା ବୋଲି କହିଛନ୍ତି ଉଦ୍ଧବ ଠାକ୍‌ରେ ।

ପ୍ରେସ୍‌ମିଟ୍‌ରେ ଏକନାଥ ସିନ୍ଦେଙ୍କୁ କିଛି ନିବେଦନ କରିବା ସହ ବିଜେପିକୁ ଅନେକ ପ୍ରଶ୍ନ କରିଛନ୍ତି ଉଦ୍ଧବ ଠାକ୍‌ରେ । ଆଜି ପ୍ରେସ୍‌ମିଟ୍‌ କରି ଉଦ୍ଧବ ଠାକ୍‌ରେ ନବ ଗଠିତ ସରକାର ନିକଟରେ କିଛି ଭାବୁକ ଅପିଲ୍‌ କରିଛନ୍ତି । ସେ କହିଛନ୍ତି ଯେ, "ମୋ ଉପରେ ଥିବା ରାଗକୁ ନେଇ ମୁମ୍ବାଇବାସୀଙ୍କ ଉପରେ ଦାଉ ସାଧିବେ ନାହିଁ । ଏହାପୂର୍ବରୁ ବିଜେପି ଏଭଳି ପ୍ରସ୍ତାବରେ ରାଜି ହୋଇଥିଲେ କେବେ ମହା ବିକାଶ ଅଘାଡ଼ି ହିଁ ଗଠନ ହୋଇନଥାଆନ୍ତା ।"

୨୦୧୯ ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ NDAଠାରୁ ନିଜକୁ ଅଲଗା କରିଥିଲା ଶିବସେନା । ସେହି ସମୟରେ ୨.୫ ବର୍ଷ ଶିବସେନା ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦ ଓ ବାକି ବର୍ଷ ବିଜେପି ବିଧାୟକଙ୍କୁ ଏହି ମନ୍ତ୍ରୀ ଦେବାକୁ ଦାବି କରିଥିଲା ଶିବସେନା । ତେବେ ଏହାକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ବୁଝାମଣା ନହେବାରୁ ଶିବସେନା NCP ଓ କଂଗ୍ରେସ ସହ ମେଣ୍ଟ ମହା ବିକାଶ ଅଘାଡ଼ି ସରକାର ଗଠନ କରିଥିଲା ।

ଉଦ୍ଧବ ଠାକ୍‌ରେ ଶପଥ ଗ୍ରହଣ ସମାରୋହକୁ ନେଇ କହିଛନ୍ତି ଯେ, "2019ରେ ଏ ବାବଦରେ ମୁଁ ଅମିତ ଶାହଙ୍କ ସହ କଥା ହୋଇଥିଲି । ସେତେବେଳେ ଏଥିରେ ରାଜି ହୋଇଥିଲେ ଶିବସେନା ଆନୁଷ୍ଠାନିକ ଭାବରେ ଆଜି ବିଜେପି ସହ ରହିଥାଆନ୍ତା । ଆଜିର ମୁଖ୍ୟମନ୍ତ୍ରୀ ଶିବସେନାର କର୍ମକର୍ତ୍ତା ନୁହଁନ୍ତି । ରାଗରେ ମୁମ୍ବାଇରେ ଆରମ୍ଭ ହୋଇଥିବା ପ୍ରକଳ୍ପକୁ ବନ୍ଦ କରିବେ ନାହିଁ । ମୁମ୍ବାଇର ପରିବେଶ ହାନୀ ପହଞ୍ଚାଇବେ ନାହିଁ । ମେଟ୍ରୋ ସେଡ୍‌ ପ୍ରକଳ୍ପକୁ ବନ୍ଦ କରିବେ ନାହିଁ ।"

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.