ETV Bharat / bharat

ଅଡୁଆରେ ଶିବସେନା ସାଂସଦ ସଞ୍ଜୟ ରାଉତ, ନାସିକ ଥାନାରେ ମାମଲା ରୁଜୁ - ଶିବସେନା ସାଂସଦ ସଞ୍ଜୟ ରାଉତ

ସିନ୍ଦେ ଗୋଷ୍ଠୀକୁ ନିର୍ବାଚନ ଚିହ୍ନ ଧନୁତୀର ମିଳିବା ପରେ ମହାରାଷ୍ଟ୍ର ରାଜନୀତି ଉଷ୍ମ ହାେଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଏତଲା । ଅଧିକ ପଢନ୍ତୁ

case registered against Sanjay Raut
ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ନାମରେ ମାମଲା
author img

By

Published : Feb 20, 2023, 9:52 AM IST

ମୁମ୍ବାଇ: ପୁଣି ଅଡୁଆରେ ପଡିପାରନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ଅପଶବ୍ଦ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମାଲୋଚନା କରିବା ତାଙ୍କ ପାଇଁ ମହଙ୍ଗା ପଡିଛି । ତାଙ୍କ ନାଁରେ ନାସିକ ଥାନାରେ ମାମଲା ରୁଜୁ ହୋଇଛି । ମହାରାଷ୍ଟ୍ର ସିନ୍ଦେ ଗୋଷ୍ଠୀ ନେତା ଯୋଗେଶ ବେଲଦାର ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ଏତଲା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ରାଉତ ଅପଶଦ୍ଦ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବଦମାନ କରିବାକୁ ଚାହୁଁଥିବା ଅଭିଯୋଗ ହୋଇଛି । ଧାରା 500 ଅଧିନରେ ନାସିକ ବଞ୍ଚବଟୀ ପୋଲିସ ଷ୍ଟେସନରେ ସଞ୍ଜୟଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଗତ ଫେବୃଆରୀ 17 ତାରିଖରେ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ପ୍ରଦାନ କରିଥିଲେ । ଧନୁତୀରକୁ ମଧ୍ୟ ସିନ୍ଦେ ଗୋଷ୍ଠୀ ବ୍ୟବହାର କରିପାରିବେ । ଗୋଷ୍ଠୀକୁ ଶିବସେନା ପାର୍ଟିର ମାନ୍ୟତା ମିଳିଥିବାବେଳେ ଦଳର ଚିହ୍ନ 'ଧନୁତୀର' ମିଳିଛି । ନିର୍ବାଚନ ଆୟୋଗ ଉଦ୍ଧବ ଠାକେରଙ୍କଠାରୁ ଦଳର ନାମ ସହିତ ଚିହ୍ନ ମଧ୍ୟ ଛଡାଇ ନେଇଛନ୍ତି । ଏହା ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । ନିର୍ବାଚନ ଆୟୋଗଙ୍କର ଏହି ନିଷ୍ପତ୍ତି ପରେ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରିଥିଲେ ଶିବସେନା ସାଂସଦ ସଞ୍ଜୟ ରାଉତ ଓ ଉଦ୍ଧବ ଠାକରେ ।

ଶିବସେନା ସାଂସଦ ସଞ୍ଜୟ ରାଉତ କହିଥିଲେ, ''ଲୋକଙ୍କ ଚାଟୁକାର ଚାଲିଛି ସେମାନ ଆମକୁ ଜ୍ଞାନ ଦେଉଛନ୍ତି । ସେମାନେ ଘରକୁ ଯିବାକୁ ପ୍ରସ୍ତୁତ ନାହାନ୍ତି । ଆମେ ସେମାନଙ୍କୁ ସୁରକ୍ଷା ଦେଉନାହୁଁ । ଯଦି ଅମିତ ଶାହ ଏନେଇ ଅବଗତ ନାହାନ୍ତି ତେବେ ଶାହ ଗୃହମନ୍ତ୍ରୀ ପଦକୁ ଇସ୍ତାଫା ଦିଅନ୍ତୁ । ହିଣ୍ଡନବର୍ଗ ରିପୋର୍ଟ, କିମ ଜର୍ଜ ରିପୋର୍ଟ ସାମ୍ନାକୁ ଆସି ସାରିଛି । 2014ଠୁ ଇଭିଏମକୁ ହ୍ୟାକ କରାଯାଇଛି । ଶିବସେନା ଚିହ୍ନ ହାତେଇବାକୁ 2000 କୋଟିର ଡିଲ କରିଛି । 6 ମାସ ହେବ ଏହି ଡିଲ ଚାଲିଥିଲା । ଏହା ଶତ ପ୍ରତିଶତ ସତ୍ୟ । ଆଗକୁ ପ୍ରମାଣ ସହ ଏହାର ଖୁଲାସା ହେବ ।''

ଶାସକ ଦଳ ଓ ନିର୍ବାଚନ ଆୟୋଗଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ସାଂସଦ ସଞ୍ଜୟ ରାଉତ । ଗଣମାଧ୍ୟମକୁ ପତ୍ରିକ୍ରିୟା ଦେଇ ସଞ୍ଜୟ କହିଥିଲେ, ''କର୍ପୋରେଟରଙ୍କୁ କିଣିବା ପାଇଁ 50 ଲକ୍ଷ ଟଙ୍କା ଦିଆଯାଇଥିଲା । ଏହା ପରେ ବିଧାୟକଙ୍କୁ କିଣିବା ପାଇଁ 50 କୋଟି ଓ ସାଂସଦଙ୍କୁ କିଣିବା ପାଇଁ 100କୋଟି ଟଙ୍କା ଦିଆଯାଇଥିଲା । ଶିବସେନା ଚିହ୍ନକୁ ମଧ୍ୟ ଟଙ୍କା ଦେଇ କିଣାଯାଇଛି । ଏହା ଆଇନଗତ ନୁହେଁ ।''

ଏହା ବି ପଢନ୍ତୁ...ନିର୍ବାଚନ କମିଶନକୁ ପ୍ରଧାନମନ୍ତ୍ରୀଙ୍କ ଚାକର କହିଲେ ଉଦ୍ଧବ ଠାକରେ

ସିନ୍ଦେ ଗୋଷ୍ଠୀକୁ ଧନୁତୀର ଚିହ୍ନ ମିଳିବା ପରେ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଥିଲେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ନିର୍ବାଚନ ଆୟୋଗଙ୍କୁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଚାକର ବୋଲି କହିବାକୁ ପଛାଇ ନଥିଲେ । ପ୍ରତିଦ୍ବନ୍ଦୀ ଗୋଷ୍ଠୀକୁ ଦଳୀୟ ଚିହ୍ନ ଓ ନାମ ମିଳିବା ପରେ ନିଜ ବାସଭବନ ଆଗରେ ଶକ୍ତି ପ୍ରଦର୍ଶନ କରିଥିଲେ ଉଦ୍ଧବ ଠାକରେ । ବିଜେପି ନେତା ଓ ସିନ୍ଦେ ଗୋଷ୍ଠୀକୁ ସମାଲୋଚନା କରିଥିଲେ ଉଦ୍ଧବ ଠାକରେ ।

ପ୍ରକାଶ ଥାଉକି, ଗତବର୍ଷ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଏକନାଥ ସିନ୍ଦେ । ସିନ୍ଦେଙ୍କ ସମର୍ଥନରେ ଅନେକ ବିଧାୟକ ବାହାରିବା ପରେ ମହାବିକାଶ ଅଘାଡି ସରକାରର ପତନ ଘଟିଥିଲା । ଉଦ୍ଧବ ଠାକରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ବିଜେପି ସହିତ ମିଶି ସରକାର ଗଢିଥିଲା । ଦେବେନ୍ଦ୍ର ଫର୍ଣ୍ଣାଭିସ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ଶିବସେନାର ନାମ ଓ ଚିହ୍ନକୁ ନେଇ ଏକନାଥ ଓ ସିନ୍ଦେଙ୍କ ମଧ୍ୟରେ ଲଢେଇ ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.