ETV Bharat / bharat

Big Boss 16 controversy: ସଲମାନଙ୍କ ଘର ଆଗରେ ଧାରଣା ଦେବାକୁ ସର୍ଲିନଙ୍କ ଧମକ

author img

By

Published : Oct 30, 2022, 11:04 AM IST

ବିଗ ବସ୍‌ ସୋରୁ ଅଭିନେତ୍ରୀ ସର୍ଲିନଙ୍କୁ ସାଜିଦ ଖାନ ବାହାର କରିବା କରିବା ପରେ ବିବାଦ ବଢିବାରେ ଲାଗିଛି । ସୋ ରୁ ହଟାଯାଇଥିବା କାରଣରୁ ସଲମାନ ଖାନଙ୍କ ଘର ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ସର୍ଲିନ । ଅଧିକ ପଢନ୍ତୁ

ବିବାଦରେ ବିଗ୍ ବସ୍, ସାଜିଦଙ୍କୁ ସୋ ରୁ ବାହାର କରିବା ପାଇଁ ଦାବି

ମୁମ୍ବାଇ: ଥମୁନି ସାଜିଦ ଝଡ । ବିଗ ବସ୍‌ ସୋ'ରୁ ଅଭିନେତ୍ରୀ ସର୍ଲିନଙ୍କୁ ସାଜିଦ ଖାନ ବାହାର କରିବା କରିବା ପରେ ବିବାଦ ବଢିବାରେ ଲାଗିଛି । ସୋ'ରୁ ହଟାଯାଇଥିବା କାରଣରୁ ସଲମାନ ଖାନଙ୍କ ଘର ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ସର୍ଲିନ । ଅଭିନେତ୍ରୀ ସର୍ଲିନ ମୁମ୍ବାଇର ଜୁହୁ ପୋଲିସ ଷ୍ଟେସନରେ ସାଜିଦ ଖାନଙ୍କ ବିରୋଧରେ ମିଠୁ (#me too) ଅଭିଯୋଗ (complaint against sajid khan) କରିବା ସହିତ ସଲମାନ ଖାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ଯେଉଁଥିରେ ସାଜିଦଙ୍କୁ ଗିରଫ କରିବା ନେଇ ଅନୁରୋଧ କରିଛନ୍ତି ।

ସୂଚନା ମୁତାବକ 2018 ରେ ଇଣ୍ଡଷ୍ଟ୍ରିର ୯ଜଣ ମହିଳା ଯେଉଁମାନେ ତାଙ୍କ ସହ ତାଙ୍କ ବିଭିନ୍ନ ପ୍ରୋଜେକ୍ଟରେ କାମ କରିଥିଲେ । ସାଜୀଦ୍ ତାଙ୍କୁ ଯୌନ ନିର୍ଯାତନା ଦେଉଥିବାର ଅଭିଯୋଗ କରିବା ପରେ 2018 ରେ #MeToo ବିବାଦରେ ଆସିଥିଲେ ସାଜିଦ୍ । ଏନେଇ ଅନ୍ୟପଟେ ସର୍ଲିନ ପୋଲିସ ଷ୍ଟେସନରେ ମହିଳା ପୋଲିସ ଅଫିସର ମେଘାଙ୍କ ନିକଟରେ ସାଜିଦଙ୍କ ବିରୋଧରେ ଅଭିଯୋଗ କରିବା ପରେ ସେମାନେ ସାଜିଦଙ୍କୁ ପଚରାଉଚରା କରିବା ନେଇ ଆଶ୍ବସନା ଦେଇଛନ୍ତି ବୋଲି କହିଛନ୍ତି ଅଭିନେତ୍ରୀ ସର୍ଲିନ ଚୋପ୍ରା ।

ଅନ୍ୟପଟେ ସର୍ଲିନ କହିଛନ୍ତି, "ମୁଁ ଏହା ସ୍ପଷ୍ଟ କରିବାକୁ ଚାହେଁ ଯେ ଏହା କେବଳ ମୋର ଯୁଦ୍ଧ ନୁହେଁ, ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଯୁଦ୍ଧ ଯିଏ ଯୌନ ନିର୍ଯାତନର ଶିକାର ହୋଇଛନ୍ତି । ଆଉ ଏହାର ଅପବ୍ୟବହାର କରୁଛନ୍ତି ସାଜିଦ ଖାନଙ୍କ ଭଳି ଲୋକମାନେ । ଯିଏକି ବଲିଉଡରେ ଖାନ ଗ୍ୟାଙ୍ଗର ପ୍ରିୟ । ସେ ଆହୁରି ମଧ୍ୟ କହିଛନ୍ତି, ମହିଳା ମାନଙ୍କୁ ହେଉଥିବା ନିର୍ଯାତନା ବିରୋଧରେ ସ୍ବର ଉଠାଇବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ସଲମାନ ଖାନ ଯିଏକି ତାଙ୍କ ବନ୍ଧୁ ସାଜିଦଙ୍କ ଦ୍ବାରା ହୋଇଥିବା ଭୁଲ୍‌କୁ ଅଣଦେଖା କରିଥିବାରୁ ଶର୍ଲିନ କହିଛନ୍ତି ଆମର ପରବର୍ତ୍ତୀ କାର୍ଯ୍ୟ ହେଉଛି ସଲମାନ ଖାନଙ୍କ ଘର ବାହାରେ ଏକ ନିରବ ବିରୋଧ କରିବା । ଆମେ ତାଙ୍କୁ 'ଭାଇଜାନ' ଭଳି ତାଙ୍କୁ ଭାବୁଥିବାରୁ ଆମ ପ୍ରତି କିଛି ସହାନୁଭୂତି ଦେଖାଇବାକୁ ଅନୁରୋଧ କରିବୁ ।

ଏହା ପ୍ରଥମ ଥର ନୁହେଁ ଯେ, ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ମହିଳା ବିଗ୍ ବସ୍ ସୋ’ରେ ସାଜିଦ୍ ଖାନଙ୍କ ଏଣ୍ଟ୍ରିକୁ ବିରୋଧ କରିଛନ୍ତି । କିଛି ଦିନ ପୂର୍ବରୁ, ତନୁଶ୍ରୀ ଦତ୍ତା ମଧ୍ୟ ସୋ’ର ନୂଆ ସିଜନରେ ସାଜିଦଙ୍କ କାଷ୍ଟ୍‌ ଉପରେ ବିରୋଧ କରିଥିଲେ । ଶର୍ଲିନଙ୍କ ବ୍ୟତୀତ ଉର୍ଫି ଜାବେଦ, ମନ୍ଦନା କରିମ, କନିଷ୍କା ସୋନି, ରାଣୀ ଚାଟାର୍ଜୀ ଯାଏଁ ସାଜିଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.