ETV Bharat / bharat

Pakistan crisis: ପ୍ରଧାନମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ସେହଓ୍ବାଜ ସରିଫ - ସେହେଓ୍ବାଜ ସରିଫ

ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା । ସବୁଠୁ ଆଗରେ ବିରୋଧୀ ଦଳ ନେତା ସେହଓ୍ବାଜ ସରିଫ । ଇମ୍ରାନଙ୍କ ଦଳ ପିଟିଆଇ ପକ୍ଷରୁ ଶାହ ମହମ୍ମଦ କ୍ୟୁରେସୀଙ୍କୁ କରାଗଲା ପ୍ରାର୍ଥୀ । ବିଲାଓ୍ବଲ ଭୁଟ୍ଟୋ ହୋଇପାରନ୍ତି ବୈଦେଶିକ ମନ୍ତ୍ରୀ । ଆସନ୍ତାକାଲି ଅପରାହ୍ନରେ ହୋଇପାରେ ପ୍ରଧାନମନ୍ତ୍ରୀ ନିର୍ବାଚନ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ସେହେଓ୍ବାଜ ସରିଫ

author img

By

Published : Apr 10, 2022, 4:28 PM IST

ଇସଲାମାବାଦ: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କ୍ଷମତା ଯୁଗ ସମାପ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସଂସଦରେ ଭୋଟିଂ ହେବା ସହ ଇମ୍ରାନଙ୍କ ସରକାରର ସଂଖ୍ୟା ଅଭାବରୁ ପତନ ହୋଇଛି । ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ସବୁଠୁ ଆଗରେ ରହିଛନ୍ତି ବିରୋଧୀ ଦଳ ନେତା ସେହଓ୍ବାଜ ସରିଫ । ସରିଫଙ୍କ ସମେତ ଅନ୍ୟ କିଛି ନେତାଙ୍କ ନାମ ମଧ୍ୟ ଦୌଡରେ ଥିବାବେଳେ ବର୍ତ୍ତମାନ ସ୍ଥିତିରେ ସରିଫ ହିଁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇବାରେ ଅନ୍ୟମାନଙ୍କ ଠାରୁ ଆଗରେ ରହିଛନ୍ତି ।

ଆସନ୍ତାକାଲି (ସୋମବାର) ପ୍ରଧାନମନ୍ତ୍ରୀ ନିର୍ବାଚନ ହେବାକୁ ସ୍ଥିର କରାଯାଇଥିବାବେଳେ ବିରୋଧୀ ଦଳ ସରିଫଙ୍କ ନାମ ସ୍ପଷ୍ଟ କରିସାରିଛି । ସଙ୍କଟ ଦେଖାଯିବାର ପ୍ରାରମ୍ଭିକ ସମୟରୁ ହିଁ ବିରୋଧୀ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାବେ ସେହଓ୍ବାଜ ସରିଫଙ୍କ ନାମ ସ୍ପଷ୍ଟ କରି ଦିଆଯାଇଥିଲା । ସେହଓ୍ବାଜ ସିରଫ ହେଉଛନ୍ତି ପାକିସ୍ତାନର 3ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ନଓ୍ବାଜ ସରିଫଙ୍କ ଭାଇ ।

ଅନ୍ୟପଟେ କ୍ଷମତାରୁ ହଟିଥିବା ଇମ୍ରାନଙ୍କ ଦଳ PTI ପକ୍ଷରୁ ଶାହ ମହମ୍ମଦ କ୍ୟୁରେସୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଇମ୍ରାନଙ୍କ ଦଳ ପୁଣି ଥରେ କ୍ଷମତାକୁ ଫେରିବାର ସମ୍ଭାବନା ଆଦୌ ଦେଖାଯାଉ ନଥିବାବେଳେ ସେହଓ୍ବାଜ ସରିଫ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ବୋଲି ମଧ୍ୟ ଅନୁମାନ କରାଯାଉଛି । ଏସବୁ ଚର୍ଚ୍ଚା ମଧ୍ୟରେ ଆସନ୍ତାକାଲି ଅପରାହ୍ନରେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇପାରେ ।

ଗତକାଲି ଇମ୍ରାନ ସରକାରର ପତନ ପରେ ପାକିସ୍ତାନବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି PPP ମୁଖ୍ୟ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦରୀ । ପାକିସ୍ତାନର ଗଣତନ୍ତ୍ର ଗତ 3ବର୍ଷ ଧରି ବିପଦରେ ଥିବା କହିବା ସହ ଏବେ ପୁଣି ପୁରୁଣା ପାକିସ୍ତାନର ଯୁଗ ଆରମ୍ଭ ହେବାକୁ ଯାଉଛି ବୋଲି ବିଲାଓ୍ବଲ ନିଜ ସମ୍ବୋଧନରେ କହିଛନ୍ତି । ବିଲାଓ୍ବଲ ମଧ୍ୟ ନୂଆ ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳି ପାରନ୍ତି ବୋଲି ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରସାରଣ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.