ETV Bharat / bharat

Delhi Woman Dragged By Car: ପୀଡିତାଙ୍କ ସହ ଥିଲେ ଅନ୍ୟଜଣେ ଯୁବତୀ, କହିଲେ ଜାଣିଥିଲା ଡ୍ରାଇଭର

author img

By

Published : Jan 3, 2023, 10:59 PM IST

ଦିଲ୍ଲୀ କାର ଟ୍ରାଜେଡି ମାମଲାରେ ସାମ୍ନାକୁ ଆସିଲା ପୀଡିତାଙ୍କ ସହଯୋଗୀଙ୍କ ବୟାନ (Woman Dragged By Car in delhi) । ଦୁର୍ଘଟଣା ବେଳେ ସେ ମଧ୍ୟ ଥିଲେ ସ୍କୁଟିରେ । କହିଲେ ଅଞ୍ଜଳି କାର ତଳେ ଲାଖି ରହିଥିବା ଜାଣି ସୁଦ୍ଧା କାର ରଖିନଥିଲେ ଅଭିଯୁକ୍ତ । ଅଧିକ ପଢନ୍ତୁ

Delhi Woman Dragged By Car: ଜାଣିଥିଲା ଡ୍ରାଇଭର, ସୂଚନା ଦେଲେ ପୀଡିତାଙ୍କ ସହ ଥିବା ଅନ୍ୟଜଣେ ଯୁବତୀ

ହାଇଦ୍ରାବାଦ: ଦିଲ୍ଲୀ କାର ଟ୍ରାଜେଡି ମାମଲାର ତଦନ୍ତ ଯେତେ ଆଗଉଛି, ସେତିକି ନୂଆ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ପୀଡିତା ଯୁବତୀ ଉକ୍ତ ସ୍କୁଟିରେ ଏକୁଟିଆ ନଥିଲେ ବରଂ ତାଙ୍କ ସାଥିରେ ଆଉ ଜଣେ ଯୁବତୀ ମଧ୍ୟ ଥିଲେ (Woman Dragged By Car in delhi)। ଏବେ ସମ୍ପୃକ୍ତ ଯୁବତୀ ଗଣମାଧ୍ୟମ ସମ୍ମୁଖକୁ ଆସିବା ସହ ଘଟଣା ଦିନର ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି ।

ପୀଡିତାଙ୍କ ସହଯୋଗୀ ଯୁବତୀ ନିଧି କହିଛନ୍ତି, ଦୁର୍ଘଟଣା ପରେ ଉକ୍ତ କାର ତଳେ ପୀଡିତା ଅଞ୍ଜଳି ଲାଖି ରହିଥିବା କଥା ଗାଡି ଚଳାଉଥିବା ଡ୍ରାଇଭର ଓ କାରରେ ବସିଥିବା ଅଭିଯୁକ୍ତଙ୍କୁ ଜଣାଥିଲା । ସେମାନେ କାର ରଖିବା ପରିବର୍ତ୍ତେ ଦୃତଗତିରେ ସ୍ଥାନ ଛାଡି ପଳାଇଥିଲେ । ଦୁର୍ଘଟଣା ସମ୍ପର୍କରେ ଯୁବତୀ କହିଛନ୍ତି, ସେ ତାଙ୍କ ବନ୍ଧୁ ଅଞ୍ଜଳି ଏକ ସ୍କୁଟି ଯାଉଥିବା ବେଳେ ଏହି କାର ତାଙ୍କୁ ଧକ୍କା ଦେଇଥିଲା । ଉଭୟ ରାସ୍ତାରେ ଛିଟିକି ପଡିଥିଲେ । ସେ ରାସ୍ତାର ଗୋଟିଏ ପାର୍ଶ୍ବରେ ପଡିଥିବା ବେଳେ ଗାଡି ଚଳାଉଥିବା ଅଞ୍ଜଳି ରାସ୍ତା ମଝିରେ ଅର୍ଥାତ କାର ଆଗରେ ପଡିଯାଇଥିଲେ । କାରଟି ତାଙ୍କ ଉପରେ ଚଢିଯିବା ସହ ସେ କାର ତଳେ ଲାଖି ରହିଯାଇଥିଲେ । ଏହା କାର ଡ୍ରାଇଭର ଗାଡି ରଖିବା ପରିବର୍ତ୍ତେ ଦୃତଗତିରେ ଗାଡି ଚଳାଇଥିଲେ ।

ଗାଡି ତଳେ ଲାଖି ରହି ଗାଡି ସହ ଘୋଷାଡି ହୋଇଯାଇଥିଲେ ଯୁବତୀ । ସେ ଏହି ସମୟରେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଭୟଭୀତ ସହ ବିଚଳିତ ହୋଇପଡିଥିଲେ । କୌଣସି ସହଯୋଗ ନପାଇ ସେ ଭୟରେ ଘରକୁ ଚାଲି ଆସିଥିଲେ । ଏନେଇ ସେ ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ଅନ୍ୟପଟେ ସମ୍ପୃକ୍ତ ଯୁବତୀଙ୍କର ପୀଡିତାଙ୍କ ସହ ଝଗଡା ଓ ଧସ୍ତାଧସ୍ତି ହୋଇଥିବା ନେଇ ମଧ୍ୟ ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ।

ଏହି ଘଟଣାରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପୋଲିସ ସମସ୍ତ 5 ଅଭିଯୁକ୍ତଙ୍କୁ ଗିରଫ କରିବା ସହ କାରକୁ ଜବତ କରି ତଦନ୍ତ ଜାରି ରଖିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଘଟଣା ନେଇ ଦିଲ୍ଲୀ ପୋଲିସକୁ ରିପୋର୍ଟ ତଲବ କରିଛି । ଆଜି ଆସିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ନେଇ କୌଣସି ପ୍ରମାଣ ନଥିବା ଦର୍ଶାଯାଇଛି । କେବଳ ଏକାଧିକ ଅଙ୍ଗରେ ମାତ୍ରାଧିକ ଆଘାତ ଓ ପ୍ରବଳ ରକ୍ତସ୍ରାବ ଫଳରେ ଯୁବତୀଙ୍କର ପ୍ରାଣହାନୀ ଘଟିଥିବା ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟ କହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.