ETV Bharat / bharat

ବଞ୍ଚି ଥାଉ ଥାଉ ପୂର୍ବତନ ବାଚସ୍ପତିଙ୍କୁ ମୃତ ଘୋଷଣା କଲେ ଶଶୀଥରୁର, ଟ୍ରୋଲ କଲେ ବିଜେପି ନେତା

author img

By

Published : Apr 23, 2021, 11:57 AM IST

ଗତକାଲି ସୁମିତ୍ରା ମହାଜନଙ୍କ ମୃତ୍ୟୁ ହୋଇଛି ବୋଲି ଟ୍ବିଟ କରିବା ପରେ ଡିଲିଟ କରିଛନ୍ତି ଶଶୀଥରୁର । ଏହାପରେ ବିଜେପି ନେତା ତାଙ୍କୁ ଟ୍ରୋଲ କରିବା ପରେ ସେ ଶେଷରେ ଟ୍ବିଟକୁ ଡିଲିଟ କରିଥିଲେ । ଅଧିକ ପଢନ୍ତୁ...

Tharoor deletes tweet on Sumitra Mahajan after BJP leaders say she is fine
ସୁମିତ୍ରା ମହାଜନଙ୍କ ମୃତ୍ୟୁ ଖବର ଟ୍ବିଟ କରି ଲଜ୍ଜିତ ହୋଇ ଡିଲିଟ କଲେ ଶଶୀଥରୁର

ନୂଆଦିଲ୍ଲୀ: ଗତକାଲି ସୁମିତ୍ରା ମହାଜନଙ୍କ ମୃତ୍ୟୁ ହୋଇଛି ବୋଲି ଟ୍ବିଟ କରିବା ପରେ ଡିଲିଟ କରିଛନ୍ତି ଶଶୀଥରୁର । କଂଗ୍ରେସ ନେତା ତଥା ଲୋକସଭା ସାଂସଦ ଶଶୀଥରୁର ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ ମୃତ୍ୟୁ ହୋଇଥିବା ନେଇ ଟ୍ବିଟ କରିଥିଲେ । ଏହାପରେ ବିଜେପି ନେତା ତାଙ୍କୁ ଟ୍ରୋଲ କରିବା ପରେ ସେ ଶେଷରେ ଟ୍ବିଟକୁ ଡିଲିଟ କରିଥିଲେ । ଜଣେ ଜୀବିତ ମହିଳାଙ୍କୁ କିଭଳି ମୃତ ଘୋଷଣା କରାଯାଇଛି ବୋଲି ବିଜେପି ନେତା ମାନେ କଂଗ୍ରେସ ନେତା ଶଶୀଥରୁରଙ୍କୁ ରିଟ୍ବିଟ କରିଥିଲେ ।

ଏହା ଜାଣିବା ପରେ ଶଶିଥରୁର ପୁଣି ଟ୍ବିଟ କରି ଲେଖିଛନ୍ତି କି, ତାଙ୍କ ମୃତ୍ୟୁ ଖବର ଏକ ନିର୍ଭରଯୋଗ୍ୟ ସୂତ୍ରରୁ ପାଇଥିଲି । 'ଯଦି ଏହା ହୁଏ ତେବେ ମୁଁ ଆରାମ ପାଇଛି । ମୁଁ ଏହା ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲି । ମୁଁ ଏହାକୁ ଗ୍ରହଣ କରିଥିଲି ବୋଲି ଶଶି ଥରୁର ଟ୍ବିଟ କରିଥିଲେ ।

ସେପଟେ ଏହି ଖବର ଶୁଣିବା ପରେ ସୁସ୍ଥ ଥିବା ନେଇ ଜଣେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ସୁମିତ୍ରା ମହାଜନ । ପରେ ପୂର୍ବତନ ଲୋକସଭା ସାଂସଦଙ୍କ ପୁଅ ମନ୍ଦାର ଏକ ଭିଡିଓ କ୍ଲିପ ଜାରି କରି ସୁମିତ୍ରା ସୁସ୍ଥ ଥିବା ଜଣାଇଥିଲେ । ମିଥ୍ୟା ଖବରକୁ ଲୋକଙ୍କୁ ଗ୍ରହଣ ନ କରିବା କିମ୍ବା କୌଣସି ଅପପ୍ରଚାରକୁ ନ ଗ୍ରହଣ କରିବା ପାଇଁ କହିଥିଲେ । ତାଙ୍କର କୋରୋନା ପରୀକ୍ଷା ହୋଇଛି କିନ୍ତୁ କୋରୋନା ନେଗେଟିଭ ଆସିଛି, ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

ସୂଚନାଥାଉକି, ଗତ ବୁଧବାର ସାମାନ୍ୟ ଜ୍ବର ହେବା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଜ୍ବର ମଧ୍ୟ କମିଯାଇଛି । 2014 ରୁ 2019 ପର୍ଯ୍ୟନ୍ତ ଲୋକସଭାର ବାଚସ୍ପତି ଦାୟିତ୍ବ ତୁଲାଇଛନ୍ତି ସୁମିତ୍ରା । ଆଉ ସେ ଲୋକସଭାକୁ ଆଠ ଥର ନିର୍ବାଚିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.