ETV Bharat / bharat

ଶରଦ ପାଓ୍ବାରଙ୍କ ବଡ ବୟାନ: କହିଲେ ଏହି କାରଣରୁ ମହାରାଷ୍ଟ୍ରରେ ଜାରି ହୋଇନଥିଲା ରାଷ୍ଟ୍ରପତି ଶାସନ

author img

By

Published : Feb 22, 2023, 10:17 PM IST

2019 ରେ ଫଡନାଭିସ୍‌-ଅଜିତ ସରକାର ଗଠନ ସମ୍ପର୍କରେ ଶରଦ ପାଓ୍ବାରଙ୍କ ବୟାନ ବଢାଇଲା ସନ୍ଦେହ, କହିଲେ ଯାହା ହୋଇଥିଲା ଭଲ ହୋଇଥିଲା । ସରକାର ଗଠନ ହେବା ଫଳରେ ହଟିଥିଲା ରାଷ୍ଟ୍ରପତି ଶାସନ । ନୀରବ ସମର୍ଥନ ନେଇ ପୁଣି ସନ୍ଦେହକୁ ଆସିଲା ଶରଦଙ୍କ ଭୂମିକା । ଅଧିକ ପଢନ୍ତୁ

ସନ୍ଦେହ ବଢାଇଲା ଶରଦ ପାଓ୍ବରଙ୍କ ବୟାନ
ସନ୍ଦେହ ବଢାଇଲା ଶରଦ ପାଓ୍ବରଙ୍କ ବୟାନ

ମୁମ୍ବାଇ: 2019 ନଭେମ୍ବର ମହାରାଷ୍ଟ୍ରରେ ଗଠନ ହୋଇଥିବା ଦେବେନ୍ଦ୍ର ଫଡନାଭିସ- ଅଜିତ ପାଓ୍ବାର ସମର୍ଥିତ ସରକାରକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ଏନସିପି ସୁପ୍ରିମୋ ଶରଦ ପାଓ୍ବର । ଏନସିପି ମୁଖ୍ୟ ଶରଦ ପାୱାର ଆଜି (ବୁଧବାର) ଏକ ପ୍ରେସମିଟରେ କହିଛନ୍ତି, ତାଙ୍କ ପୁତୁରା ତଥା ଏନସିପି ନେତା ଅଜିତ ପାୱାରଙ୍କ ସହ ବିଜେପି ମିଶି ସରକାର ଗଠନ କରିବାର ପ୍ରୟାସର ଗୋଟିଏ ଲାଭ ମିଳିଛି । ସରକାର ଗଠନର ଦାବି ସାଙ୍ଗରେ ମହାରାଷ୍ଟ୍ରରେ ରାଷ୍ଟ୍ରପତିଙ୍କ ଶାସନ ମଧ୍ୟ ସମାପ୍ତ ହୋଇଥିଲା । ଏମିତି ନହୋଇଥିଲେ ସରକାର ଗଠନ ସମ୍ଭବପର ହୋଇନଥାନ୍ତା । ଫଳରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ରହିଥାନ୍ତା ।

ଶପଥ ଗ୍ରହଣ ସମାରୋହ ପ୍ରାୟତଃ ମଧ୍ୟାହ୍ନରେ ହେଉଥିବା ବେଳେ ମହାରାଷ୍ଟ୍ରରେ 2019 ନଭେମ୍ବର 23 ତାରିଖ ସକାଳେ ଏହି ଶପଥ ଗ୍ରହଣ ଉତ୍ସବ ଅତି ଅସ୍ବାଭାବିକ ଭାବେ ହୋଇଥିଲା । ଅଚାନକ ଅଜିତ ପାଓ୍ବାରଙ୍କ ସମର୍ଥନରେ ଦେବେନ୍ଦ୍ର ଫଡନାଭିସ ସରକାର ଗଠନ କରିଥିଲେ । ଫଡନାଭିସ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିଥିବା ବେଳେ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହି ସମୟରେ ଅଜିତ ପାଓ୍ବାର ଏନସିପିର କିଛି ବିଦ୍ରୋହୀ ବିଧାୟକଙ୍କୁ ହାତରେ ରଖି ଦଳ ସହ ବିଶ୍ବାସଘାତକତା କରିଥିବା କୁହାଯାଉଥିଲା ବେଳେ ଦାଦା ତଥା ଦଳର ପ୍ରତିଷ୍ଠାତା-ମୁଖ୍ୟ ଶରଦ ପାଓ୍ବରଙ୍କର ମଧ୍ୟ ଏଥିରେ ପ୍ରଚ୍ଛନ୍ନ ସମର୍ଥନ ଥିବା ମଧ୍ୟ ଚର୍ଚ୍ଚା ହୁଏ । ଶରଦ ନିଜେ ସାମ୍ନାକୁ ନଆସି ପୁତୁରାଙ୍କ ନିଷ୍ପତ୍ତିରେ ସମର୍ଥନ ଜଣାଇଥିଲେ ବୋଲି ଅଭିଯୋଗ ହୁଏ ।

ତେବେ ଏବେ ତାଙ୍କ ଏହି ବୟାନ ଏହି ବିବାଦୀୟ ତଥା ଅପ୍ରତ୍ୟାଶ୍ରିତ ଘଟଣାରେ ତାଙ୍କ ଭୂମିକାକୁ ଆହୁରି ସନ୍ଦେହଜନକ କରିଛି । ଶରଦ ତାଙ୍କ ସମର୍ଥନ ରହିଥିବା କଥା ବର୍ତ୍ତମାନ ପର୍ଯ୍ୟନ୍ତ ଖଣ୍ଡନ କରିଆସୁଥିଲେ ସୁଦ୍ଧା 2019 ରେ ଯାହା ହେଲା ତାହା ମହାରାଷ୍ଟ୍ର ପାଇଁ ଭଲ ହେଲା ବୋଲି କହିଛନ୍ତି । ଏପରି ହେବା ଦ୍ବାରା ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ହୋଇଥିଲା । ଓ ପରେ ସେହି କାରଣରୁ ଉଦ୍ଭବ ଠାକରେ ମୁଖ୍ୟମନ୍ତ୍ରୀ ହୋଇପାରିଲେ ବୋଲି କହିଛନ୍ତି ଶରଦ । ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚା ହେଉଛି ।

ଘଟଣା ଅନୁସାରେ, ମହାରାଷ୍ଟ୍ରରେ ଆଶ୍ଚର୍ଯ୍ୟଜନକ ଢଙ୍ଗରେ 2019 ମସିହା ନଭେମ୍ବର 23 ରେ ରାଜ୍ୟପାଳ ଭଗବତ ସିଂ କୋଶିୟାରୀ ବିଜେପି ନେତା ଦେବେନ୍ଦ୍ର ଫାଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ତଥା ଶରଦ ପାଓ୍ବରଙ୍କ ପୁତୁରା ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ । ଏହି ସରକାର ମାତ୍ର ତିନି ଦିନ ଧରି ଚାଲିବାରେ ସକ୍ଷମ ହୋଇଥିଲା । ଏହା ପରେ ଉଦ୍ଧବ ଠାକରେ ଏନସିପି ଏବଂ କଂଗ୍ରେସର ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ବିଜେପି କ୍ଷମତାରୁ ବିରୋଧୀ ଦଳ ଭୂମିକାକୁ ଚାଲିଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.