ETV Bharat / bharat

ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ମୁଖ୍ୟ ଶରଦ ପାଓ୍ୱାର

author img

By

Published : Oct 31, 2022, 10:38 PM IST

ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ମୁଖ୍ୟ ଶରଦ ପାଓ୍ୱାର । ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟା ପରେ ହସ୍ପିଟାଲରେ ଭର୍ତ୍ତି ନେଇ ଦଳ ପକ୍ଷରୁ ସୂଚନା । ନଭେମ୍ବର 2ରେ ହୋଇପାରନ୍ତି ଡିସଚାର୍ଜ । ଅଧିକ ପଢନ୍ତୁ

ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ମୁଖ୍ୟ ଶରଦ ପାଓ୍ବର
ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ମୁଖ୍ୟ ଶରଦ ପାଓ୍ୱାର

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ମୁଖ୍ୟ ଶରଦ ପାଓ୍ୱାର । 81 ବର୍ଷୀୟ ପାଓ୍ୱାର ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ଠାରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ଚିକିତ୍ସା କରୁଥିବା ନିୟମିତ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପାଓ୍ୱାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଦଳୀୟ ନେତା ଶିବାଜୀ ରାଓ ଗାର୍ଜେ ସୂଚନା ଦେଇଛନ୍ତି । ଏନେଇ ଦଳ ମଧ୍ୟ ଏକ ପ୍ରେସ ରିଲିଜ ଜାରି କରି ସୂଚନା ଦେଇଛି ।

ତେବେ ଶରଦଙ୍କୁ ନଭେମ୍ବର ଦୁଇ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ । ପରେ ସେ କିଛି ଦିନ ଧରି ଘରେ ଡାକ୍ତରୀ ନିରୀକ୍ଷଣରେ ରହିବେ । ତେବେ ଦଳ ପକ୍ଷରୁ ନଭେମ୍ବର 4 ଓ 5 ରେ ସିରିଡିରେ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ସେ ସେଥିରେ ମଧ୍ୟ ଅଂଶଗ୍ରହଣ କରିବା ପାଇଁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ଏହି ଖବର ମିଳିବା ପରେ ଏନସିପି ନେତା ଓ କର୍ମୀ ଶରଦଙ୍କୁ ସାକ୍ଷାତ କରିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଅଯଥା ଭିଡ ନକରିବା ପାଇଁ ମଧ୍ୟ ଦଳୀୟ ନେତା ଓ କର୍ମୀଙ୍କୁ ମଧ୍ୟ ଦଳ ପକ୍ଷରୁ ଅନୁରୋଧ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.