ETV Bharat / bharat

Most punctual Airport: ସମସାବାଦ ଏୟାରପୋର୍ଟକୁ ବିଶ୍ବର ଶ୍ରେଷ୍ଠ ସମୟାନୁବର୍ତ୍ତିତା ମାନ୍ୟତା

author img

By

Published : May 12, 2023, 10:25 PM IST

ତେଲେଙ୍ଗାନା ସମସାବାଦ ଏୟାରପୋର୍ଟକୁ ବିଶ୍ବର ଶ୍ରେଷ୍ଠ ସମୟାନୁବର୍ତ୍ତିତା ମାନ୍ୟତା । ଏଠାରେ ନିର୍ଦ୍ଦିଷ୍ଟ ସମୟରେ ଉଡାଣ ଭରିଥାଏ ପ୍ରାୟ ୯୦.୪୩ ବିମାନ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ବିଶ୍ବସ୍ତରରେ ରେକର୍ଡ ସୃଷ୍ଟି କଲା ସମସାବାଦ ବିମାନ ବନ୍ଦର (Rajiv Gandhi International Airport)। ନିକଟରେ ପ୍ରକାଶ ପାଇଥିବା ଆଭିଏସନ୍ ଆନାଲିଟିକାଲ୍ ଇନଷ୍ଟିଚ୍ୟୁଟ୍ ସିରିୟମର ରିପୋର୍ଟ ଅନୁସାରେ ଏହି ବିମାନବନ୍ଦରକୁ ବିଶ୍ବର ଶ୍ରେଷ୍ଠ ସମୟାନୁବର୍ତ୍ତିତା ବିମାନବନ୍ଦରର ଭାବେ ମାନ୍ୟତା ମିଳିଛି । ସମସାବାଦ ବିମାନ ବନ୍ଦରରେ ନିର୍ଦ୍ଦିଷ୍ଟ ସମୟ ଅନୁସାରେ ପ୍ରାୟ ୯୦.୪୩ ବିମାନ ଉଡାଣ ଭରିଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ସମସାବାଦ ବିମାନବନ୍ଦର ଏକମାତ୍ର ଅନ୍ତର୍ଜାତୀୟ ବିମାନ ବିନ୍ଦର ଭାବେ ୯୦ ପ୍ରତିଶତ ମାର୍କ ହାସଲ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଗତ ନଭେମ୍ବର ମାସରେ ୮୮.୪୪ ପ୍ରତିଶତ ମାର୍କ ରଖି ସମୟାନୁବର୍ତ୍ତିତା ତାଲିକାର ୪ର୍ଥ ସ୍ଥାନରେ ରହିଥିଲା ସମସାବାଦ ବିମାନ ବନ୍ଦର । ମାତ୍ର ୪ମାସ ମଧ୍ୟରେ ଏହା ତାଲିକାର ଶୀର୍ଷରେ ପହଞ୍ଚିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଗତ ମାର୍ଚ୍ଚ ମାସରେ ସମସାବାଦ ବିମାନବନ୍ଦରରେ ସାରା ବିଶ୍ବରୁ ପ୍ରାୟ ୫୦ ଲକ୍ଷ ଅନ୍ତର୍ଜାତୀୟ ବିମାନ ଉଡାଣ ଭରିଛି । ଏତେ ଟ୍ରାଫିକ ଥିଲେ ସୁଦ୍ଧା ସଠିକ ସମୟରେ ବିମାନ ବନ୍ଦରଗୁଡ଼ିକ ଉଡାଣ ଭରିଛି । ଗ୍ଲୋବାଲ ଏୟାରପୋର୍ଟ, ଲାର୍ଜ ଏୟାରପୋର୍ଟ କାଟେଗୋରୀରେ ମଧ୍ୟ ବିମାନ ବନ୍ଦର ଶୀର୍ଷ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ- Terror Conspiracy in Hyderabad: ହାଇଦ୍ରାବାଦରେ ବଡ଼ ଧରଣର ବିସ୍ଫୋରଣ ଷଡ଼ଯନ୍ତ୍ର ପଣ୍ଡ, ୬ ଗିରଫ

ଏହି ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ଆଭିଏସନ୍ ଆନାଲିଟିକାଲ୍ ଇନଷ୍ଟିଚ୍ୟୁଟ୍ ସିରିୟମ ବୋର୍ଡିଂ ଟାଇମ, ଡିପାରଚର ଟାଇମ ଆଦି ବିଭିନ୍ନ ଦିଗକୁ ତନ ତନ କରି ପରଖିଥିଲା । ମାତ୍ର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିମାନ ବନ୍ଦରରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ଦେଖିବାକୁ ମିଳିଥିଲା । ଏନେଇ ସମସାବାଦ ବିମାନବନ୍ଦରର ସିଇଓ ପ୍ରଦୀପ ଫନିକାର କହିଛନ୍ତି ଯେ ସମସାବାଦ ବିମାନ ବନ୍ଦର ଯାତ୍ରୀଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ସଠିକ ସମୟରେ ପହଞ୍ଚାଇବା ଲାଗି ଉଦ୍ୟମ କରିଥାଏ । ଯାହା ଫଳରେ ବିମାନ ବନ୍ଦରକୁ ଆଜି ଏହି ସଫଳତା ମିଳିଛି । ଏହାସହ ନୂଆ ନୂଆ ଟେକ୍ନୋଲୋଜିର ମଧ୍ୟ ଭୂମିକା ରହିଥିବା ସେ କହିଛନ୍ତି ।

ବିମାନ ବନ୍ଦରରେ ନୂଆ ଟେକ୍ନୋଲୋଜିକୁ ବିଭିନ୍ନ ଦିଗରେ ବ୍ୟବହାର କରାଯାଏ । ଯେପରିକି କଣ୍ଟ୍ରୋଲ ସେଣ୍ଟର, ଯାତ୍ରୀମାନଙ୍କୁ ସ୍ବତନ୍ତ୍ର ସୂଚନା ପ୍ରଦାନ କରିବା, ସିକ୍ୟୁରିଟି ଚେକ୍‌, ବ୍ୟାଗେଜ ଚେକ୍‌, ସେଲ୍ଫ ଚେକ-ଇନ, ଭିଡିଓ ଆନାଲିଟିକ ଆଦିରେ ଏହି ଟେକ୍ନୋଲୋଜିକୁ ବ୍ୟବହାର କରାଯାଏ । ଏହି ସମସ୍ତ ସୁବିଧା ଯୋଗୁଁ ଏହି ମାନ୍ୟତା ହାସଲ କରିବାରେ ସଫଳ ହୋଇଛି ବିମାନ ବନ୍ଦର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.