ETV Bharat / bharat

ଇଞ୍ଜିନରୁ ଅଲଗା ହୋଇ ଏକ କି.ମି ଗଡିଗଲା ଗଙ୍ଗା ସତଲେଜ ଏକ୍ସପ୍ରେସ

author img

By

Published : Sep 19, 2022, 11:06 PM IST

ଇଞ୍ଜିନରୁ ଅଲଗା ହୋଇ ପ୍ରାୟ ଏକ କି.ମି ଗଡିଗଲା ଗଙ୍ଗା ସତଲେଜ ଏକ୍ସପ୍ରେସ (Ganga Sutlej Express separated from engine) । ସମସ୍ତ ଯାତ୍ରୀ ସୁରକ୍ଷିତ । ବିଭାଗୀୟ ତଦନ୍ତ ଆରମ୍ଭ କଲା ରେଳବାଇ । ଅଧିକ ପଢନ୍ତୁ

ଇଞ୍ଜିନରୁ ଅଲଗା ହୋଇ ଏକ କିମି ଗଡିଗଲା ଗଙ୍ଗା ସତଲେଜ ଏକ୍ସପ୍ରେସ

ଲକ୍ଷ୍ନୌ: ଭାରତୀୟ ରେଳବାଇରେ ବେଳେବେଳେ ଯାନ୍ତ୍ରିକ କିମ୍ବା ମାନବକୃତ ତ୍ରୁଟି ନଜର ଆସିଥାଏ । ଯାହା ଯାତ୍ରୀ ସୁରକ୍ଷାକୁ ବିପନ୍ନ କରିଥାଏ । ସେହିପରି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଶାହାଜାହନପୁରରେ । ଇଞ୍ଜିନରୁ ଅଲଗା ହୋଇ ପ୍ରାୟ ଏକ କିମି ଗଡିଗଲା ଗଙ୍ଗା ସତଲେଜ ଏକ୍ସପ୍ରେସ (Ganga Sutlej Express separated from engine)। ତେବେ ଏଥିରେ କେହି ଯାତ୍ରୀ ଆହତ ହୋଇନଥିବା ବେଳେ କୌଣସି ବଡ ଅଘଟଣ ମଧ୍ୟ ଘଟିନାହି । ଆଜି ସକାଳ ପ୍ରାୟ 8 ଟା ବେଳେ ଏପରି ଅଘଟଣ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଶାହାଜାହନପୁର ଗଙ୍ଗା ସତଲେଜ ଏକ୍ସପ୍ରେସ ବରେଲିରୁ ଶାହାଜାହାନପୁର ଅଭିମୁଖେ ଯାଉଥିଲା । ଆଜି (ସୋମବାର) ସକାଳ ପ୍ରାୟ 8 ଟା ସମୟରେ ମିରାନପୁର କାଟ୍ରା ରେଳ ଷ୍ଟେସନ ଅତିକ୍ରମ କରିବା ପରେ ଟ୍ରେନଟି ହଠାତ ଇଞ୍ଜିନରୁ ଅଲଗା ହୋଇଯାଇଥିଲା । ତେବେ ବିନା ଇଞ୍ଜିନରେ ଗାଡିଟି ପ୍ରାୟ ଏକ କି.ମି ପର୍ଯ୍ୟନ୍ତ ଗଡିବାକୁ ଲାଗିଥିଲା । ଏହାଦ୍ୱାରା ଟ୍ରେନରେ ଥିବା ଯାତ୍ରୀ ମଧ୍ୟ ଭୟଭୀତ ହୋଇପଡିଥିଲେ । ପରେ ଗାଡିଟି ଅଟକିବା ପରେ ଯାତ୍ରୀମାନେ ଭୟରେ ଓହ୍ଲାଇ ଯାଇଥିଲେ । ରେଳ ଅଧିକାରୀ ପହଞ୍ଚି ଟ୍ରେନକୁ ଇଞ୍ଜିନ ସହ ସଂଯୋଗ (କପଲିଂ) କରି ଶାହାଜାହାନପୁର ରେଳ ଷ୍ଟେସନକୁ ଆଣିଥିଲେ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.