ETV Bharat / bharat

Shahdara Gangrape Case: ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତା ମଝିରେ ନିର୍ଯାତନା, ୪ ଗିରଫ - ଦିଲ୍ଲୀ ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଗିରଫ

ପୂର୍ବ ଦିଲ୍ଲୀର ଶାହଦରା ଜିଲ୍ଲାରେ ଅଭାବନୀୟ ଘଟଣା । ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତା ମଝିରେ ନିର୍ଯାତନାର ଭିଡିଓ ଭାଇରାଲ । ୪ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

Shahdara Gangrape Case: ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତା ମଝିରେ ନିର୍ଯାତନା,୪ ଅଭିଯୁକ୍ତ ଗିରଫ
ShahdShahdara Gangrape Case: ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତା ମଝିରେ ନିର୍ଯାତନା,୪ ଅଭିଯୁକ୍ତ ଗିରଫara Gangrape Case : ୪ ଅଭିଯୁକ୍ତ ଗିରଫ
author img

By

Published : Jan 27, 2022, 4:16 PM IST

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ଶାହଦରା ଜିଲ୍ଲାରେ ଜଣେ ଯୁବତୀଙ୍କୁ ଅପହରଣ, ଗଣଦୁଷ୍କର୍ମ ଏବଂ ରାସ୍ତାମଝିରେ ପାଶବିକ ନିର୍ଯାତନା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀର ବିବେକ ବିହାର ପୋଲିସ । ଏହି ଘଟଣାରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ଉକ୍ତ ପୀଡିତାଙ୍କୁ ଭେଟି ତଦନ୍ତ ଆରମ୍ଭ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି ।

ପ୍ରାଥମିକ ତଦନ୍ତରୁ ଗିରଫ ଅଭିଯୁକ୍ତ ମାନେ ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିବା କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ତେବେ ଅଭିଯୁକ୍ତମାନେ ଯେତେବେଳେ ପାଶବିକ କାଣ୍ଡ ଭିଆଇଥିଲେ, ସେତେବେଳେ ସେଠାରେ ଉପସ୍ଥିତ ଅନ୍ୟ କିଛି ମହିଳା ମଧ୍ୟ ସେମାନଙ୍କୁ ପ୍ରବର୍ତ୍ତାଉ ଥିବା ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ କହିଛନ୍ତି ଏହା କେବଳ ଏକ ଗଣଦୁଷ୍କର୍ମ ଘଟଣା ନୁହେଁ, ବରଂ ଘଟଣା ପରେ ପୀଡିତାଙ୍କୁ ରାଜରାସ୍ତାରେ ଅକଥନୀୟ ନିର୍ଯାତନା ମଧ୍ୟ ଦେଇଥିଲେ ଅଭିଯୁକ୍ତ । ନିର୍ଧୁମ ମାଡ ମାରିବା ସହ ଜୋତାମାଳ ପକାଇ ପୀଡିତାଙ୍କୁ ରାସ୍ତାରେ ବୁଲାଯାଇଥିଲା । ତେବେ ଏହି ଘଟଣାରେ ଆହୁରି ଅନ୍ୟ କିଛି ମହିଳା ଓ ଯୁବକଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି ।

ଏହି ପ୍ରସଙ୍ଗରେ ମହିଳା ଆୟୋଗ ପକ୍ଷରୁ ଦିଲ୍ଲୀ ପୋଲିସକୁ ଏକ ନୋଟିସ ମଧ୍ୟ ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ ପୀଡିତା ପରିବାରକୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବାକୁ ନୋଟିସରେ କୁହାଯାଇଛି ।

ଏହି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିବୃତ୍ତି ମଧ୍ୟ ଆସିଛି। ଘଟଣାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି ଟ୍ବିଟ କରିଛନ୍ତି କେଜ୍ରିୱାଲ । ସେହପରି ଜାତୀୟ ରାଜଧାନୀରେ ଏପରି ଅଭାବନୀୟ ଘଟଣା ଘଟିବା ପାଇଁ ସେ କେନ୍ଦ୍ରକୁ ପରୋକ୍ଷ ଭାବେ ଦାୟୀ ମଧ୍ୟ କରିଛନ୍ତି । ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଧ୍ୟାନ ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଅନୁରୋଧ କରିଛନ୍ତିି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.