ETV Bharat / bharat

ମହିଳା ଉତ୍ତେଜକ ପୋଷାକ ପିନ୍ଧିଥିଲେ ହୋଇପାରିବ ନାହିଁ ଯୌନ ଉତ୍ପୀଡନ ମାମଲା - ଯୌନ ଉତ୍ପୀଡନ ମାମଲା

ଯଦି ଅଭିଯୋଗକାରୀ ମହିଳା ଯୌନ ଉତ୍ତେଜକ ପୋଷାକ ପିନ୍ଧିଥାନ୍ତି, ତେବେ ରୁଜୁ ହୋଇପାରିବ ନାହିଁ ଯୌନ ନିର୍ଯାତନା ମାମଲା Sexual assault case) । ଲେଖକ ସିଭିକ ଚନ୍ଦ୍ରନଙ୍କ ମାମଲାରେ ଏପରି କିଛି ରାୟ ସହ ଅଭିଯୁକ୍ତଙ୍କୁ ଜାମିନ ଦେଲେ କେରଳର ସ୍ଥାନୀୟ କୋର୍ଟ । ଅଧିକ ପଢନ୍ତୁ

ମହିଳା ଉତ୍ତେଜକ ପୋଷାକ ପିନ୍ଧିଥିଲେ ହୋଇପାରିବ ନାହିଁ ଯୌନ ଉତ୍ପୀଡନ ମାମଲା

author img

By

Published : Aug 17, 2022, 7:26 PM IST

ଥୁରୁଅନନ୍ତପୁରମ: ଯୌନ ଉତ୍ପୀଡନ ଅଭିଯୋଗକୁ ନେଇ ନ୍ୟାୟପାଳିକାରୁ ପୁଣି ଏକ ଭିନ୍ନ ଚିପ୍ପଣୀ ସାମ୍ନାକୁ ଆସିଛି । ମହିଳା ଯଦି ଯୌନ ଉତ୍ତେଜକ ପୋଷାକ ପରିଧାନ କରିଥାନ୍ତି, ତେବେ ସେ ଆଣିଥିବା ଯୌନ ଉତ୍ପୀଡନ ଅଭିଯୋଗକୁ ଗ୍ରହଣ କରାଯାଇ ପାରିବ ନାହିଁ । କେରଳର ଏକ ସେସନ୍ କୋର୍ଟ (Sexual assault remark by kerala court) ଏପରି ଏକ ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି ।

ମହିଳା ଉତ୍ତେଜକ ପୋଷାକ ପିନ୍ଧିଥିଲେ ହୋଇପାରିବ ନାହିଁ ଯୌନ ଉତ୍ପୀଡନ ମାମଲା
ମହିଳା ଉତ୍ତେଜକ ପୋଷାକ ପିନ୍ଧିଥିଲେ ହୋଇପାରିବ ନାହିଁ ଯୌନ ଉତ୍ପୀଡନ ମାମଲା

ଦୁଇ ମହିଳାଙ୍କୁ ଯୌନ ଉତ୍ପୀଡନ ଅଭିଯୋଗରେ ଗିରଫ ହୋଇଥିବା କେରଳର ଲେଖକ ତଥା ସାମାଜିକ କାର୍ଯ୍ୟକର୍ତ୍ତା ସିଭିକ ଚନ୍ଦ୍ରନ (social activist Civic Chandran)ଙ୍କ ଜାମିନ ଆବେଦନର ଶୁଣାଣି କରି ସ୍ଥାନୀୟ ସେସନ୍ କୋର୍ଟ ଏପରି ରାୟ ପ୍ରକାଶ କରିବା ସହ ଅଭିଯୁକ୍ତ ଚନ୍ଦ୍ରନଙ୍କୁ ଅନ୍ତରୀଣ ଜାମିନ ମଧ୍ୟ ପ୍ରଦାନ କରିଛନ୍ତି । ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ କ୍ରିଷ୍ଣାକୁମାରଙ୍କ ଦ୍ବାରା ହେବା ସହ ଏହି ରାୟ ପ୍ରକାଶ ପାଇଛି (kerala court on Sexual assault )। ତେବେ ଏପରି ରାୟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ବିଚାରପତି ନିଜ ରାୟ ଘୋଷଣାନାମାରେ କହିଛନ୍ତି, ‘‘ଆବେଦନକାରୀ ନିଜ ଜାମିନ ଆବେଦନ ସହ କୋର୍ଟରେ ଦାଖଲ କରିଥିବା ଫଟୋରେ ଏହା ସ୍ପଷ୍ଟ ଜଣାପଡୁଛି ଯେ, ଅଭିଯୋଗକାରୀ ମହିଳାଜଣଙ୍କ ଯୌନ ଉତ୍ତେଜକ ପୋଷାକ ପିନ୍ଧିଛନ୍ତି । ତେଣୁ ଏହି କ୍ଷେତ୍ରରେ ଭାରତୀୟ ଦଣ୍ଡବିଧି ଆଇନର ଧାରା-354 A ଲଗାଯାଇ ପାରିବ ନାହିଁ । ଏପରି ସ୍ଥଳେ ଅଭିଯୁକ୍ତ ବିରୋଧରେ ଯୌନ ନିର୍ଯାତନା ମାମଲା କାର୍ଯ୍ୟକାରୀ କରିବା ଉଚିତ ହେବ ନାହିଁ । ବିଚାରପତି ଏହା ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବୟସ 74 ବର୍ଷ, ଯିଏ ଶାରିରୀକ ଭାବେ ମଧ୍ୟ ଏପରି କିଛି କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ହେବା ନେଇ ମଧ୍ୟ ଅନୁଭବ କରାଯାଉନାହିଁ ।"

କେରଳର ଜଣାଶୁଣା ଲେଖକ ଓ ସାମାଜିକ କାର୍ଯ୍ୟକର୍ତ୍ତା ସିିଭିକ ଚନ୍ଦ୍ରନଙ୍କ ବିରୋଧରେ ଦୁଇଟି ପୃଥକ ଯୌନ ନିର୍ଯ୍ୟାତନା ମାମଲା ରୁଜୁ ହୋଇଛି । ତେବେ ଅଭିଯୁକ୍ତ ଜଣଙ୍କ ଜଣେ ଅଭ୍ୟାସଗତ ବ୍ୟଭିଚାରୀ ଓ ଅନେକ ମହିଳା ମଧ୍ୟ ତାଙ୍କ ବିରୋଧରେ ଏପରି ଉତ୍ପୀଡନ ଅଭିଯୋଗ କରିବାକୁ ଚାହୁଁଥିବା କୋର୍ଟକୁ ଅବଗତ କରିଥିଲେ ସରକାରୀ ପକ୍ଷ । ତେବେ ଅନ୍ୟପଟେ କୋର୍ଟ କିନ୍ତୁ ଏପରି ଟିପ୍ପଣୀ ସହ ଅଭିଯୁକ୍ତ ଚନ୍ଦ୍ରନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.