ETV Bharat / bharat

Sexual assault on Granddaughter: ଅଭିଯୁକ୍ତ ଜେଜେବାପାକୁ ୨୦ବର୍ଷ ଜେଲ ଦଣ୍ଡାଦେଶ - ଜେଜେବାପାର କେଳେଙ୍କାରୀ

ଅଭିଯୁକ୍ତ ଜେଜେବାପାକୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ବେଙ୍ଗାଲୁରୁ ଫାଷ୍ଟଟ୍ରାକ ସେସନ କୋର୍ଟ । ନାତୁଣୀକୁ ଦୀର୍ଘ ୫ବର୍ଷ ଧରି ଯୌନ ନିର୍ଯାତନା ଦେଉଥିଲା ଅଭିଯୁକ୍ତ ଜେଜେବାପା । ଅଧିକ ପଢନ୍ତୁ

Sexual assault on granddaughter
Sexual assault on granddaughter
author img

By

Published : Feb 8, 2023, 9:03 PM IST

ବେଙ୍ଗାଲୁରୁ: ନାତୁଣୀକୁ ଜେଜେ ବାପାର ଯୌନ ନିର୍ଯାତନା । ବାରମ୍ବାର ପୀଡ଼ିତାଙ୍କୁ ଅଭିଯୁକ୍ତ ବୃଦ୍ଧ(୭୦) ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ବୁଧବାର ବେଙ୍ଗାଲୁରୁ ଫାଷ୍ଟଟ୍ରାକ ସେସନ କୋର୍ଟ ଅଭିଯୁକ୍ତ ବୃଦ୍ଧଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜୋରିମାନା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘ ୫ବର୍ଷ ଧରି ଅଭିଯୁକ୍ତ ଜଣକ ଏପରି କରିଆସୁଥିବା ଜଣାପଡ଼ିଛି ।

ଆପତ୍ତିଜନକ ଭିଡିଓ ଦେଖୁଥିଲା ଅଭିଯୁକ୍ତ:- ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ନିଜ ପିତାମାତାଙ୍କ ସହିତ କୁମାରସ୍ବାମୀ ସହରରେ ରହୁଥିଲେ । ଅଭିଯୁକ୍ତ ଜଣକ ମଧ୍ୟ ତାଙ୍କ ସହ ରହୁଥିଲା । ବୃଦ୍ଧ ଜଣକ ଇଣ୍ଟରନେଟରେ ପର୍ଣ୍ଣ ଭିଡିଓ ଦେଖିବାର ଅଭ୍ୟାସ ରଖିଥିବା ମଧ୍ୟ ଜଣାପଡ଼ିଛି । ଏହାପରେ ସେ ନାତୁଣୀ ସହିତ ଖେଳିବା ବାହାନାରେ ପୀଡ଼ିତାଙ୍କ ଶରୀରକୁ ଆପତ୍ତିଜନକ ଭାବେ ସ୍ପର୍ଶ କରୁଥିବା ଅଭିଯୋଗ ହୋଇଛି । ଯେତେବେଳେ ପୀଡ଼ିତାଙ୍କ ପିତାମାତା କାମ କରିବା ଲାଗି ବାହାରକୁ ଯାଉଥିଲେ, ପ୍ରାୟ ସବୁ ଦିନ ବୃଦ୍ଧ ଜଣକ ପୀଡ଼ିତାଙ୍କୁ ଏପରି ଯୌନ ନିର୍ଯାତନା ଦେଇଆସୁଥିଲା । ଆପତ୍ତିନଜକ ଭିଡିଓ ଦେଖିବା ଲାଗି ବାଧ୍ୟ କରୁଥିବା ମଧ୍ୟ ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଜଗତପୁରରେ ମହିଳାଙ୍କୁ ବୀଭତ୍ସ ହତ୍ୟା, ସ୍ବାମୀ ଆଣିଲେ ସଙ୍ଗୀନ ଅଭିଯୋଗ

ଦୀର୍ଘ ୫ବର୍ଷ ଧରି ଦେଇଆସୁଥିଲା ନିର୍ଯାତନା:- ବୃଦ୍ଧ ଜଣକ ପୀଡିତାଙ୍କୁ ତୃତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପର୍ଣ୍ଣ ଭିଡିଓ ଦେଖାଉଥିଲା । ଏହାପରେ କେହି ଘରେ ନଥିବା ବେଳେ ଯୌନ ନିର୍ଯାତନା ଦେଉଥିଲା । ଏପରିକି ଏ ସମ୍ପର୍କରେ କାହାକୁ ସୂଚନା ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା । ପୀଡ଼ିତାଙ୍କ ପିତାଙ୍କୁ ମଧ୍ୟ ହତ୍ୟା କରିବାର ଧମକ ଦେଉଥିଲା । ଗତ ୫ବର୍ଷ ଧରି ପୀଡିତା ଜଣକ ନିଜ ଜେଜେ ବାପା ଦ୍ବାରା ଏପରି ଯୌନ ନିର୍ଯାତନାର ଶିକାର ହୋଇଆସୁଥିଲେ ।

ଅଭିଯୁକ୍ତକୁ ୨୦ବର୍ଷ ଜେଲ:- ମାତ୍ର ଗତ ୨୦୨୦ ମସିହାରେ ଯେତେବେଳେ ପୀଡ଼ିତା ଜଣକ ଅଷ୍ଟମ ଶ୍ରେଣୀରେ ପଢୁଥିଲେ, ସେତେବେଳେ ଏ ସମ୍ପର୍କରେ ସେ ନିଜ ପିତାମାତାଙ୍କୁ ଅବଗତ କରାଇଥିଲେ । ଏ ନେଇ ପୀଡ଼ିତାଙ୍କ ପିତାମାତା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । କୁମାରସ୍ବାମୀ ପୋଲିସ POCSO ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ବୃଦ୍ଧଙ୍କୁ ଗିରଫ କରିଥିଲା । ଏହାପରେ ବୁଧବାର ବେଙ୍ଗାଲୁରୁ ଫାଷ୍ଟଟ୍ରାକ ସେସନ କୋର୍ଟ ଅଭିଯୁକ୍ତ ବୃଦ୍ଧଙ୍କୁ ସଜା ଶୁଣାଇବା ସହିତ ଜୋରିମାନା ଭରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.