ETV Bharat / bharat

ଆକାଶରୁ ବର୍ଷୁଛି ଅଗ୍ନି: ଭୟଙ୍କର ତାତିରେ ବିହାରରେ ୪୦ରୁ ଅଧିକ ମୃତ

author img

By

Published : Jun 18, 2023, 12:47 PM IST

ଅହସ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ । ମୁଣ୍ଡଫଟା ଖରା ଯୋଗୁଁ ବିହାରରେ ୪୦ରୁ ଅଧିକ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ବିହାରରେ ୪୦ରୁ ଅଧିକ ମୃତ
ବିହାରରେ ୪୦ରୁ ଅଧିକ ମୃତ

ପାଟନା: ଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅଗ୍ନିବର୍ଷା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ କଲବଲ କରୁଛି । ସକାଳ ୯ଟା ପରେ ଘରୁ ବାହାରି ସମ୍ଭବପର ହେଉନି । ବିଶେଷକରି ବିହାର ରାଜ୍ୟରେ ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ଏଠାରେ ଗ୍ରୀଷ୍ମ ପ୍ରବାହ ୧୧ ବର୍ଷର ରେକର୍ଡ ଭାଙ୍ଗିଛି । ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବଢିଚାଲିଛି । ପ୍ରବଳ ଖରା ଯୋଗୁଁ ଗତ ୩ ଦିନରେ ବିହାରରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । କିନ୍ତୁ ପ୍ରଶାସନ ପକ୍ଷରୁ ୧୦ ଜଣଙ୍କ ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ କରାଯାଇଛି ।

  • आज का उष्ण लहर/लू की स्थिति pic.twitter.com/NFQmkqmLd1

    — मौसम विज्ञान केंद्र, पटना (@imd_patna) June 17, 2023 " class="align-text-top noRightClick twitterSection" data=" ">

ବିହାରର ୩୫ ଜିଲ୍ଲାରେ ତାତି ଭୟଙ୍କର ରୂପ ଧାରଣ କରିଛି । ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି । ପାଟନା ସମେତ ୫ଟି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ପୁଣିଥରେ ଆସନ୍ତା ୨୪ ଘଣ୍ଟା ପାଇଁ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରି ଅଂଶୁଘାତରୁ ରକ୍ଷା ପାଇବାକୁ ଲୋକମାନଙ୍କୁ ସତର୍କ କରାଇଛି । ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଆଦ୍ରତା ଯୋଗୁଁ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଗତ ୨୪ ଘଣ୍ଟାରେ ବିହାରର ଶେଖପୁରାରେ ସର୍ବାଧିକ ୪୫.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାପଛକୁ ରାଜଧାନୀ ପାଟନାରେ ତାପମାତ୍ରା ୪୪.୭ ଡିଗ୍ରୀ ସେଲସିୟସ ରହିଛି । ରାଜଧାନୀ ସମେତ ଅରବଲ, ଜହାନବାଦ, ଭୋଜପୁର, ବକ୍ସର, ଶେଖପୁରା, ରୋହତାସ, ଭଭୁଆ, ଔରଙ୍ଗାବାଦ, ନାଳନ୍ଦା ଏବଂ ନବାଦା ଅଞ୍ଚଳରେ ଅତି ଭୀଷଣ ଗ୍ରୀଷ୍ମ ଲହରୀ ପ୍ରଭାବ ଦେଖାଯାଇଛି ।

ଏହାମଧ୍ୟ ପଢନ୍ତୁ: କଲବଲ କରୁଛି ଗ୍ରୀଷ୍ମଲହରୀ: ୟୁପିରେ 2 ଦିନରେ 34 ମୃତ, ଜାରି ହେଲା ନିର୍ଦ୍ଦେଶାବଳୀ

ପାଟନା ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଆଶିଷ କୁମାରଙ୍କ ଅନୁସାରେ, ଚଳିତ ବର୍ଷ ଦୀର୍ଘ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଦେଖିବାକୁ ମିଳିଛି । ଏହାପୂର୍ବରୁ ୨୦୧୨ରେ ଜୁନ ମାସରେ ସର୍ବାଧିକ ୧୯ ଦିନ ଯାଏଁ ହିଟ୍ ୱେବ ଜାରି ରହିଥିଲା । ହେଲେ ଏ ବର୍ଷ ମେ ୩୧ରୁ ଜୁଲାଇ ୧୮ ଜୁନ ଯାଏଁ ଅହସ୍ୟ ଗ୍ରୀଷ୍ମ ତାତି ଲାଗି ରହିଛି । ଆଜି ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ନେଇ ଅନୁମାନ କରାଯାଉଛି । ୨୦ ତାରିଖରୁ ବିହାରରେ ମୌସୁମୀ ସକ୍ରିୟ ହେବ । ଏହା ପ୍ରଭାବରେ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.