ETV Bharat / bharat

ପାଇଖାନା ଟାଙ୍କି ସଫାବେଳେ ଅଘଟଣ: ବାପ, ପୁଅ ଓ ଜ୍ବାଇଁ ସମେତ ୫ ମୃତ

ମହାରାଷ୍ଟ୍ରରେ ପାଇଖାନା ଟାଙ୍କି ସଫାବେଳେ ଶ୍ବାସରୁଦ୍ଧ ହୋଇ ୫ ଶ୍ରମିକ ମୃତ । ଅଧିକ ପଢନ୍ତୁ

ସେପ୍ଟିକ ଟାଙ୍କି ସଫାବେଳେ ଶ୍ବାସରୁଦ୍ଧ ହୋଇ ୫ ଶ୍ରମିକ ମୃତ

author img

By

Published : May 12, 2023, 1:07 PM IST

ମୁମ୍ବାଇ: ମହାରାଷ୍ଟ୍ର ପରଭଣି ଜିଲ୍ଲାରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି । ପାଇଖାନା ଟାଙ୍କି ସଫା କରିବା ବେଳେ ଶ୍ବାସରୁଦ୍ଧ ହୋଇ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ସମ୍ପର୍କରେ ବାପା, ପୁଅ, ଜ୍ବାଇଁ ଓ ତାଙ୍କର ସମ୍ପର୍କୀୟ ଭାଇ । ଆଉ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଟାଙ୍କି ଭିତରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି(ଗୁରୁବାର) ପରଭଣି ଜିଲ୍ଲା ସୋନପେଟ ତାଲୁକ ଅଞ୍ଚଳରୁ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମୃତକମାନେ ଟାଙ୍କି ଭିତରକୁ ପଶିବା ସମୟରେ ଆବଶ୍ୟକୀୟ ସୁରକ୍ଷା ସରଞ୍ଜାମ ନେଇ ନଥିବା ଯୋଗୁଁ ଏତେ ବଡ ଅଘଟଣ ଘଟିଯାଇଛି ।

ଯାହା ସୂଚନା ମିଳିଛି, ମୃତକମାନେ ହେଲେ ୪୫ ବର୍ଷୀୟ ଶେଖ୍ ସାଦିକ, ତାଙ୍କର ପୁଅ ଶେଖ ଶାହରୁଖ(୨୦), ଜ୍ବାଇଁ ଶେଖ ଜୁନେଦ(୨୯) ଏବଂ ସମ୍ପର୍କୀୟ ଶେଖ ଫିରୋଜ(୧୯) । ଶେଖ ସାବେର(୧୮) ନାମକ ଆଉ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଛି । ଗତକାଲି ଅପରାହ୍ନ ସମସ୍ତେ ସୋନପେଟ ତାଲୁକ ଅଞ୍ଚଳରେ ଥିବା ବିତଲ ମାରୋତି ରାଥୋଡଙ୍କ ଫାର୍ମର ପାଇଖାନା ଟାଙ୍କି ସଫା କରିବାକୁ ଯାଇଥିଲେ । ରାତି ପ୍ରାୟ ୮ଟା ବେଳକୁ ସେମାନଙ୍କ ମଧ୍ୟରୁ ଜଣେ ଅଚେତ ହୋଇଯାଇ ଥିବା ଜଣେ ବ୍ୟକ୍ତି ଦେଖିବାକୁ ପାଇଥିଲେ । ଏନେଇ ସେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଟାଙ୍କି ଭାଙ୍ଗି ସମସ୍ତ ୬ ଜଣଙ୍କୁ ଉଦ୍ଧାର କରିଥିଲା । ହେଲେ ସେତେବେଳକୁ ବାପପୁଅଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା ।

ଏହାମଧ୍ୟ ପଢନ୍ତୁ: CBSE Class 12 Results: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ, ପାସ ହାର 87.33%

ପୋଲିସ ସମସ୍ତ ମୃତଦେହ ଉଦ୍ଧାର କରି ପରଭଣି ସରକାରୀ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସମସ୍ତ ମୃତକ ସୋନପେଟ ସହରର ଅଟନ୍ତି । ଗୋଟିଏ ପରିବାରର ବାପପୁଅ ଓ ଜ୍ବାଇଁଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସେହିପରି ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ରାତି ପାହିଲେ ଝାରସୁଗୁଡା ରେଜଲ୍ଟ: ବିଜୟ ପାଇଁ ତିନି ଦଳର ଦୃଢୋକ୍ତି, ଫଳାଫଳ ନେଇ ଚାଲିଛି ଅଙ୍କକଷା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.