ETV Bharat / bharat

Road Mishap: ଅଟୋକୁ ଧକ୍କା ଦେଲା ଟ୍ରକ, ୭ ସ୍କୁଲ ଛାତ୍ର ମୃତ - ଦୁର୍ଘଟଣାରେ ୭ ସ୍କୁଲ ଛାତ୍ର ମୃତ

ସ୍କୁଲରୁ ଘରକୁ ଫେରିବା ବାଟରେ ଅଟୋକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୭ ସ୍କୁଲ ଛାତ୍ର ମୃତ । ଅଧିକ ପଢନ୍ତୁ

ଛତିଶଗଡରେ ଭୟଙ୍କର ସଡକ ଦୁର୍ଘଟଣା
ଛତିଶଗଡରେ ଭୟଙ୍କର ସଡକ ଦୁର୍ଘଟଣା
author img

By

Published : Feb 10, 2023, 7:08 AM IST

ରାୟପୁର: ଛତିଶଗଡ କାଙ୍କେର ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ୭ ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଛାତ୍ରମାନେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ସମସ୍ତଙ୍କର ବୟସ ୪ରୁ ୮ ବର୍ଷ ହୋଇଥିବା ଜଣାପଡିଛି । ଗତକାଲି(ଗୁରୁବାର) ଅପରାହ୍ନ ୩ଟା ସମୟରେ କାଙ୍କେର ଜିଲ୍ଲା କୋରାର ଗ୍ରାମ ନିକଟ ରାଜ୍ୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ଅଟୋରେ ମୋଟ ୮ ଜଣ ପିଲା ଥିଲେ । ସେମାନେ ପାଖରେ ଏକ ଘରୋଇ ସ୍କୁଲରେ ପାଠ ପଢୁଥିଲେ । ଗତକାଲି ଅପରାହ୍ନରେ ଅଟୋ ପିଲାଙ୍କୁ ସ୍କୁଲରୁ ନେଇ ଫେରୁଥିବା ବେଳେ କାକେର ନିକଟରେ ଏକ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅଟୋ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି । ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ଡ୍ରାଇଭରଙ୍କ ସମେତ ଅନ୍ୟ ୬ ଜଣ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣ ଆଖି ବୁଜିଥିଲେ । ବର୍ତ୍ତମାନ ଅଟୋ ଡ୍ରାଇଭର ଓ ଜଣେ ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଥିବା ଜଣାପଡିଛି ।

ଏହି ଘଟଣା ଚାରିଆଡେ ଶୋକାର ଛାୟା ଖେଳାଇଛି । ଅନ୍ୟପଟେ ଦୁର୍ଘଟଣା ପରେ ଟ୍ରକ ଚାଳକ କୁଆଡେ ଫେରାର ହୋଇଯାଇଛି । ଅଭିଯୁକ୍ତ ଚାଳକକୁ ଧରିବାକୁ ଗୋଟିଏ ଟିମ୍ ଗଠନ କରାଯାଇଥିବା କାଙ୍କେର ଅତିରିକ୍ତ ଏସପି ଅଭିନାଶ ଠାକୁର ଜଣାଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକ ଛାତ୍ରଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଚିକିତ୍ସା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହାସହିତ ଯଥାସମ୍ଭବ ସହାୟତା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ବୁଧବାର ଉତ୍ତରପ୍ରଦେଶରେ ତିନୋଟି ପୃଥକ ପୃଥକ ସଡକ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ମେରଟରେ ବିବାହ ପ୍ରୋସେସନ ଚାଲିଥିବା ବେଳେ ଏକ କାର୍ ମାଡିଯିବାରୁ ବର ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଅଲ୍ଲୀଗଡ ଏବଂ ଗୌତମବୁଦ୍ଧ ନଗରରେ ଆଉ ଦୁଇଟି ଦୁର୍ଘଟଣାରେ ୭ ଜଣ ପ୍ରାଣ ହରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.