ETV Bharat / bharat

ମେଳାରେ ଯୋଗଦେବାକୁ ଯାଉଥିଲେ ମାଡିଗଲା ଟ୍ରକ, ୭ ଶ୍ରଦ୍ଧାଳୁ ମୃତ ୧୦ ଆହତ - ପଞ୍ଜାବରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ପଞ୍ଜାବରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମେଳାରେ ଯୋଗଦେବାକୁ ଯାଉଥିବା ବେଳେ ମାଡିଗଲା ଟ୍ରକ । ଘଟଣାସ୍ଥଳରେ ୭ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

road accident
road accident
author img

By

Published : Apr 13, 2023, 2:25 PM IST

ଚଣ୍ଡିଗଡ: ବୌଶାଖୀ ମେଳାରେ ଯୋଗ ଦେଇ ପୂଣ୍ୟ ଅର୍ଜନ କରିବା ପାଇଁ କେତେ ଆଶା ନେଇ ଘରୁ ବାହାରିଥିଲେ । ହେଲେ ଦଇବର ନିଷ୍ପତ୍ତି କିଛି ଅଲଗା ଥିଲା । ମେଳାକୁ ଯାଉଥିବା ବେଳେ ଡାକିଲା କାଳ । ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । କିଛି ବୁଝିବା ଆଗରୁ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା ଟ୍ରକ । ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଥିବା ଜଣାପଡିଛି । ପଞ୍ଜାବ ହୋସିଆରପୁର ଜିଲ୍ଲାର ଖୁରାଲଗଡ ସାହିବ ନିକଟରେ ଏହି ଦୁର୍ଘଟଣା ହୋଇଛି । ଗୁରୁବାର ଭୋର ଭୋର ଏହି ଦୁର୍ଘଟଣା ହୋଇଥିବା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ଗରଶଙ୍କର ପୋଲିସ ଡିଏସପି ଦଲଜିତ ସିଂ ଖାକ କହିଛନ୍ତି, "ମୃତକମାନେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ଅଧିକାଂଶ ମୃତକ ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ମସ୍ତାନ ଖିରା ଅଞ୍ଚଳର ବୋଲି ଜଣାପଡିଛି । ମୃତକଙ୍କ ପରିଚୟ ମଧ୍ୟ ମିଳିପାରିଛି । ମୃତକ ହେଲେ ରାହୁଲ, ସଦେଶ ପାଲ, ସନ୍ତୋଷ, ଅଙ୍ଗୁରୀ, କୁନ୍ତି ଗୀତା ଏବଂ ରାମୋ ଅନ୍ୟ ଜଣଙ୍କ ପରିଚୟ ମିଳି ପାରିନି।"

ଅନ୍ୟପଟେ ଏନେଇ ସ୍ଥାନୀୟ ପୋଲିସ କହିଛି କି,"ଦୁର୍ଘଟଣାସ୍ଥଳଟି ପାହାଡିଆ ସ୍ଥାନ ରହିଥିଲା । ଶ୍ରଦ୍ଧାଳୁମାନେ ଚାଲିଚାଲି ଯାଉଥିବା ବେଳେ ଏକ ଟ୍ରକ ମଧ୍ୟ ସେହି ରାସ୍ତା ଦେଇ ଆସୁଥିଲା । ସମୁଦାୟ ୧୭ଜଣ ଶ୍ରଦ୍ଧାଳୁ ରହିଥିଲେ । ତେବେ କୌଣସି କାରଣବଶତଃ ଭାରସାମ୍ୟ ହରାଇ ବସିଲେ ଡ୍ରାଇଭର । ଫଳରେ ଭାରସାମ୍ୟ ହରାଇ ଏକ ଡିଭାଇଡରରେ ପିଟି ହେବା ପରେ ଯାତ୍ରୀଙ୍କ ଉପରେ ମାଡିଯାଇଥିଲା । ତେବେ ଡ୍ରାଇଭରଜଣଙ୍କ ଭାରସାମ୍ୟ ହରାଇବାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ବ୍ରେକ ଫୋଲ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ: Karnataka Assembly Polls: ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, କଟିଲା 7 ବିଧାୟକଙ୍କ ଟିକେଟ୍‌

ତେବେ ୧୦ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ବେଳେ ତାଙ୍କୁ ପ୍ରାଥମିକ ସ୍ତରରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଚଣ୍ଡିଗଡର ପିଜିଆଇଏମଇଆର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ମୃତକଙ୍କର ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଞ୍ଜାବର ମୁଖ୍ୟ ବୈଶାଖୀ ପର୍ବରେ ଯୋଗଦେବା ପାଇଁ ଉତ୍ତରପ୍ରଦେଶରୁ ଚଣ୍ଡିଗଡ ଯାଉଥିବା ବେଳେ ଟ୍ରକ ପଛରୁ ଧକ୍କା ଦେଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.