ETV Bharat / bharat

ବର୍ଷ ଆରମ୍ଭରୁ ମଣିପୁରରେ ସାନି ହିଂସା, ଆତତାୟୀଙ୍କ ଗୁଳିମାଡରେ 4 ମୃତ

Manipur violence: ମଣିପୁରରେ ଆତତାୟୀଙ୍କ ଗୁଳିମାଡରେ 4 ଜଣଙ୍କର ମୃତ୍ୟୁ । 5ଟି ଜିଲ୍ଲାରେ କର୍ଫ୍ୟୁ ଜାରି । ଅଧିକ ପଢନ୍ତୁ

ମଣିପୁରରେ ହିଂସାକାଣ୍ଡ
Manipur violence
author img

By ETV Bharat Odisha Team

Published : Jan 2, 2024, 9:07 AM IST

ଇମ୍ଫାଲ: ବର୍ଷ ଆରମ୍ଭରୁ ମଣିପୁରରେ ସାନି ହିଂସାକାଣ୍ଡ ଘଟିଛି । ଥୌବାଲ ଜିଲ୍ଲାରେ ଆତତାୟୀଙ୍କ ଗୁଳିମାଡରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 14 ଜଣ ଆହତ ହୋଇଛନ୍ତି । ଲିଲଙ୍ଗ ଚିଙ୍ଗଜାଓରେ ଏହି ଘଟଣା ଘଟିବା ପରେ 5ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ଏଠି ଜବରଦଖଲକୁ ନେଇ ଲୋକଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ସେହି ସମୟରେ କିଛି ଅଜଣା ବନ୍ଧୁକଧାରୀ ପହଞ୍ଚି ହଠାତ୍ ଗୁଳିମାଡ କରିଥିଲେ । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏକ ରିପୋର୍ଟରେ କୁହାଯାଇଛି ଯେ, କିଛି ଅଜ୍ଞାନ୍ତ ବ୍ୟକ୍ତି 4ଟି ଗାଡିରେ ପୋଲିସ ପୋଷାକ ପିନ୍ଧି ଲିଲଙ୍ଗ ଚିଙ୍ଗଜାଓକୁ ଆସିଥିଲେ । ହାତରେ ଅସ୍ତ୍ରଶସ୍ତ୍ର ଧରିଥିଲେ । ଗ୍ରାମରେ ପହଞ୍ଚିବା ପରେ କେହି କିଛି ଜାଣିବା ଆଗରୁ ଅତର୍କିତ ଭାବେ ଗୁଳି ବର୍ଷା କରିଥିଲେ । ଗୁଳିମାଡରେ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ଯିବା ବାଟରେ ଅନ୍ୟ ଜଣେ ଆହତଙ୍କ ମୃତ୍ୟୁ ହୋଇଥିଲା । ଆକ୍ରମଣକାରୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆକ୍ରମଣକାରୀଙ୍କ ଦୁଇଟି ଗାଡିରେ ନିଆଁ ଲଗାଇ ଦେଇଥିଲେ ଉତ୍ତେଜିତ ଲୋକେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଥୌବାଲ, ପୂର୍ବ ଇମ୍ଫାଲ ଏବଂ ପଶ୍ଚିମ ଇମ୍ଫାଲ, କାଚଚିଂ ଏବଂ ବିଷ୍ଣୁପୁର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ପୁଣି ଅଶାନ୍ତ ମଣିପୁର: ଆତତାୟୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ, କମାଣ୍ଡୋ ଆହତ

ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ସେନା ମୁତୟନ କରାଯାଇଛି । ରାଜଧାନୀ ଇମ୍ଫାଲରେ ମଧ୍ୟ ଉତ୍ତେଜନା ଦେଖାଦେଇଛି । ଶାନ୍ତି ପାଇଁ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ ଜନସାଧାରଙ୍କୁ ନିବେଦନ କରିଛନ୍ତି । ଆଇନକୁ ହାତକୁ ନ ନେଇ ଅଧିକାରୀଙ୍କ ସହ ସହଯୋଗ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏକ ଭିଡିଓ ଜାରି କରି ଆକ୍ରମଣକୁ ନିନ୍ଦା କରିବା ସହ ଅପରାଧୀଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ କହିଛନ୍ତି ।

ଗତ ବର୍ଷ ଡିସେମ୍ବର 30 ତାରିଖରେ ମଣିପୁରର ସୀମାବର୍ତ୍ତୀ ଜିଲ୍ଲା ତେଙ୍ଗନୋଉପଲର ମୋରେହ ସହରରେ ଗୁଳିକାଣ୍ଡ ଘଟିଥିଲା । ବନ୍ଧୁକଧାରୀ ଆତତାୟୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଆକ୍ରମଣରେ ଜଣେ ପୋଲିସ କମାଣ୍ଡୋ ଆହତ ହୋଇଥିଲେ । ଏନେଇ ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.