ETV Bharat / bharat

ଅଧାରେ ରହିଲା ସାବରୀମାଳା ଦର୍ଶନ, ଖାଇକୁ ଖସିଲା କାର 8 ଶ୍ରଦ୍ଧାଳୁ ମୃତ

author img

By

Published : Dec 24, 2022, 7:05 AM IST

ସାବରିମାଳା ମନ୍ଦିର ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ । ଅଧିକ ପଢନ୍ତୁ

କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଥିରୁଅନନ୍ତପୁରମ: ଅଧା ରହିଲା ଇଶ୍ବର ଦର୍ଶନ । ସାବରିମାଳା ମନ୍ଦିର ଯାଉଥିବା ବେଳେ ବାଟରେ ସଡକ ଦୁର୍ଘଟଣାରେ ଆଖି ବୁଜିଲେ ୮ ଶ୍ରଦ୍ଧାଳୁ । ଶୁକ୍ରବାର ବିଳମ୍ବିତ ରାତିରେ କେରଳ ଇଡୁକ୍କୀ ଅନ୍ତର୍ଗତ କୁମିଲି ଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପ୍ରଭୁ ଆୟପ୍ପାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାର୍ ଖାଇ ମଧ୍ୟକୁ ଖସିପଡିବାରୁ ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତେ ତାମିଲନାଡୁର ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଗାଡିରେ ୧୦ରୁ ଅଧିକ ଶ୍ରଦ୍ଧାଳୁ ଥିଲେ । ସମସ୍ତେ ତାମିଲନାଡୁରୁ କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ଦର୍ଶନ ପାଇଁ ଆସୁଥିଲେ । ରାତି ପ୍ରାୟ ୧୧ଟା ସମୟରେ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଏହି ଗାଡିଟି କୁମିଲି-କମବମ୍ ରାସ୍ତାରେ ପ୍ରଥମେ ଭାରସାମ୍ୟ ହରାଇ ଓଲଟି ପଡିବା ପରେ ଏକ ଖାଇ ମଧ୍ୟକୁ ଖସି ପଡିଥିଲା । ଖବର ପାଇ ପୋଲିସ ଅଗ୍ନିଶମ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ମଧ୍ୟ ରହିଛନ୍ତି । ସେହିପରି ଏବେ ବି ଦୁର୍ଘଟଣାଗ୍ରସ୍ତ ଗାଡି ଭିତରେ ତିନି ଜଣ ଶ୍ରଦ୍ଧାଳୁ ଫସି ରହିଥିବା ଆଶଙ୍କା କରାଯାଉଛି । ଇଡୁକ୍କୀ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.