ETV Bharat / bharat

ମଙ୍ଗଲୋରରେ ଭୁଶୁଡିଲା ଇଟାଭାଟି କାନ୍ଥ, 6 ମୃତ - କାନ୍ଥ ଭୁଶୁ଼ଡି ଶ୍ରମିକ ମୃତ

Brick Kiln Wall Collapse in Manglaur: ମଙ୍ଗଲୋର କୋତଓ୍ବାଲୀ କ୍ଷେତ୍ର ଅଞ୍ଚଳର ଲୋହବୋଲି ଗ୍ରାମରେ ଇଟାଭାଟି କାନ୍ଥ ଭୁଶୁଡି 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2ଜଣ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Brick kiln wall collapse in Manglaur
Brick kiln wall collapse in Manglaur
author img

By ETV Bharat Odisha Team

Published : Dec 26, 2023, 2:08 PM IST

ଡେରାଡୁନ: ହରିଦ୍ବାରର ମାଙ୍ଗଲୋର କୋତଓ୍ବାଲୀ କ୍ଷେତ୍ର ଅଞ୍ଚଳରେ ଦଃଖଦ ଘଟଣା ଘଟିଛି। କାର୍ଯ୍ୟ କରୁଥିବା ସମୟରେ ହଠାତ ଭୁଶୁଡି ପଡିଲା ଇଟାଭାଟି କାନ୍ଥ। କିଏ କିଛି ବୁଝିବା ଆଗରୁ ଚାହୁଁଚାହୁଁ ଚାଲିଗଲା 6 ଜୀବନ। ଆଜି(ମଙ୍ଗଳବାର) ସକାଳେ ଲୋହବୋଲି ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା। ଅନ୍ୟପଟେ ଦୁଇ ଜଣ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଇଟାଭାଟିରେ କାମ କରିବା ସମୟରେ ମଙ୍ଗଳବାର ସକାଳେ ହଠାତ କାନ୍ଥ ଉପୁ଼ଡି ପଡିଥିଲା। ଫଳରେ ଶ୍ରମିକମାନେ କିଛି ବୁଝିବା ଆଗରୁ ସବୁ ଓଲଟପାଲଟ ହୋଇଯାଇଥିଲା। ଅନେକ ଶ୍ରମିକ ଏବଂ ଗୃହପାଳିତ ପଶୁ କାନ୍ଥ ତଳେ ଚାପି ହୋଇଯାଇଥିବା ବେଳେ ଚିତ୍କାରରେ ଫାଟି ପଡୁଥିଲା ପରିବେଶ। ଚିତ୍କାର ଶୁଣି ଆଖପାଖ ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଚାହୁଁଚାହୁଁ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଆହତଙ୍କୁ ଉଦ୍ଧାର କରାଯାଇ ସଙ୍ଗେସଙ୍ଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଗୃହପାଳିତ ପଶୁର ମଧ୍ୟ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି।

ଏହା ମଧ୍ୟ ପଢନ୍ତୁ: ଉତ୍ତରକାଶୀ ହସ୍ପିଟାଲରେ 5 ଓଡିଆ ଶ୍ରମିକଙ୍କୁ ଭେଟିଲେ ଶ୍ରମମନ୍ତ୍ରୀ ଶାରଦା ନାୟକ

ତେବେ ଜେସିବି ସାହାଯ୍ୟରେ ଇଟା ହଟାଯାଇ ଉଦ୍ଧାର କାର୍ଯ୍ୟ କରାଯାଇଛି । ତେବେ 6 ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ପରିବାର ଲୋକେ ଘଟଣାସ୍ଥଳରେ ଉତ୍ତେଜନା କରୁଥିବା ସୂଚନା ରହିଛି । ତେବେ ଖବର ପାଇବା ପରେ ହରିଦ୍ବାର ଜିଲ୍ଲାଧିକାରୀ ଧୀରଜ ସିଂ ଗର୍ବାଲ ଏବଂ ହରିଦ୍ବାର ଏସପି ପ୍ରେମେନ୍ଦ ସିଂ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏହି ଦୁର୍ଘଟଣାରେ 6 ଜଣଙ୍କ ପ୍ରାଣ ଯାଇଥିବା ବେଳେ 2 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଏସ୍‌ପି କହିଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ପୋଲିସ ପ୍ରଶାସନ କିମ୍ବା ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ: ବିଶ୍ବର ତୃତୀୟ ବଡ଼ ଉଦ୍ଧାର ଅଭିଯାନ ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି; ଜାଣନ୍ତୁ ପ୍ରଥମେ କିଏ

ଅନ୍ୟପଟେ ହରିଦ୍ବାରର ବରିଷ୍ଠ ଅଧିକାରୀମାନେ ମଧ୍ୟ ଖବର ପାଇ ମଙ୍ଗଲୋରରେ ପହଞ୍ଚିଥିଲେ । ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଦେହାତ ଏସ୍‌ପି ସ୍ବପ୍ନ କିଶୋର ସିଂ, ସିଓ ମଙ୍ଗଲୋର ବାହାଦୂର ସିଂ ଚୌହାନ, ମଙ୍ଗଲୋକ କୋତଓ୍ବାଲୀ ଦାୟିତ୍ବରେ ରହିଥିବା ଅଧିକାରୀ ପ୍ରଦୀପ ବିଷ୍ଟ, ଉପ ନିରୀକ୍ଷକ ରଘୁବୀର ରାବତ ସମେତ ଅନେକ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.