ETV Bharat / bharat

ବସ- ଅଟୋ ମୁହାଁମୁହିଁ ଧକ୍କା: 5 ମୃତ, 2 ଗୁରୁତର - ବିହାରେ ବସ ଅଟୋ ଦୁର୍ଘଟଣା 5 ମୃତ

Bihar Road Accident: ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋକୁ ପିଟିଲା ଯାତ୍ରୀବାହୀ ବସ୍‌ । 5 ମୃତ, 2 ଗୁରୁତର । ସେପଟେ ଦୁର୍ଘଟଣାକୁ ନେଇ ତାତିଲେ ଲୋକେ । ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ କରିବା ଦ୍ବାରା ଫସିଲା ଗାଡ଼ି ମଟର । ଅଧିକ ପଢ଼ନ୍ତୁ

ବିହାରରେ ସଡକ ଦୁର୍ଘଟଣା
ବିହାରରେ ସଡକ ଦୁର୍ଘଟଣା
author img

By ETV Bharat Odisha Team

Published : Oct 16, 2023, 8:22 AM IST

ପାଟନା: ବିହାରର ମୁଜଫରପୁର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଅଟୋକୁ ପିଟିଲା ଯାତ୍ରାବାହୀ ବସ୍‌ । ଏହି ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଅନ୍ୟପଟେ ଦୁର୍ଘଟଣାକୁ ନେଇ ତାତିଲେ ସ୍ଥାନୀୟଲୋକେ । ଘଣ୍ଟାଘଣ୍ଟା ଧରି ରାସ୍ତା ଅବରୋଧ କରିବା ଦ୍ବାରା ରାସ୍ତାର ଉଭୟ ପାର୍ଶ୍ବରେ ଅଟକିରହିଲା ଶହଶହ ଗାଡ଼ି ।

ଏହାମଧ୍ୟ ପଢନ୍ତୁ.. ରାଜସ୍ଥାନରେ କ୍ରୁଜରକୁ ଧକ୍କା ଦେଲା ଟ୍ରକ: 7 ମୃତ 10 ଆହତ

ଗତ ରବିବାର ଦିନ ବିହାରର ମୁଜାଫାରପୁର ଜିଲ୍ଲା ସିକରା ଥାନା ଅନ୍ତର୍ଗତ ସୁଜାବଲପୁର ଛକ ନିକଟ ଜାତୀୟ ରାଜପଥ ନମ୍ୱର 28ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ଅଟୋ ପିଟିଲା ଯାତ୍ରାବାହୀ ବସ୍ । ଏହି ଦୁର୍ଘଟଣାରେ ଏହି ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁୟାୟୀ, ଯାତ୍ରାବାହୀ ବସଟି ଦ୍ରୁତ ଗତିରେ ଆସୁଥିବା ବେଳେ ହଠାତ ଏକ ବାଇକ ବସ ଆଗକୁ ଆସିଯାଇଥିଲା । ଚାଳକଙ୍କୁ ବଞ୍ଚାଇବାକୁ ବସଟି ଆଉ ଏକ ଦିଗକୁ ଯିବାକୁ ଚେଷ୍ଟା କରିଥିଲା । ହେଲେ ନିୟନ୍ତ୍ରଣ ହରାଇ ସାମ୍ନାରୁ ଆସୁଥିବା ଏକ ଅଟୋକୁ ଧକ୍କା ଦେଇଥିଲା । ଅଟୋରେ ଥିବା ସମସ୍ତ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ଏହାମଧ୍ୟ ପଢନ୍ତୁ..ତାମିଲନାଡୁରେ ସଡକ ଦୁର୍ଘଟଣା, ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବାରୁ 7 ମୃତ

ଅନ୍ୟପଟେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବହୁ ସମୟ ଧରି ଉତ୍ତେଜନା ଦେଖିବାକୁ ମିଳିଥିଲା। ଉତ୍ୟକ୍ତ ଲୋକମାନେ ବେଗୁସରାୟ-ମୁଜଫରପୁର ଏନଏଚ 28 ଅବରୋଧ କରିବା ସହ ଧାରଣା ଦେଇଥିଲେ । ଯାହାଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବହୁ ସମୟ ଧରି ଗାଡି ମଟର ଅଟକି ରହିଥିଲା । ଟ୍ରାଫିକ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା । ସକରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଶାନ୍ତ କରିବା ପାଇଁ ପ୍ରୟାସ କରିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇବା ସହ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

ଅନ୍ୟପଟେ ସକରା ଥାନା ସବ ଇନପେକ୍ଟରଙ୍କ ସୂଚନା ଅନୁଯାୟୀ, "ସଡ଼କ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଟିମ୍‌ର ପ୍ରାରମ୍ଭିକ ତଦନ୍ତ ଆରମ୍ଭ ହୋଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.