ETV Bharat / bharat

କେନାଲକୁ ଖସିଲା କାର୍, ଗୋଟିଏ ପରିବାରର ୬ ମୃତ - ତେଲେଙ୍ଗାନା ଦୁର୍ଘଟଣା

ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍ । ଆଖି ବୁଜିଲେ ଗୋଟିଏ ପରିବାରର ୬ ଜଣ ସଦସ୍ୟ । ଅଧିକ ପଢନ୍ତୁ

ତେଲେଙ୍ଗାନା ସଡକ ଦୁର୍ଘଟଣା
ତେଲେଙ୍ଗାନା ସଡକ ଦୁର୍ଘଟଣା
author img

By

Published : Jan 11, 2023, 7:12 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ଅପରାହ୍ନରେ ସିଦ୍ଦିପେଟ ଜିଲ୍ଲା ଠାରେ ଏହି ଅଘଟଣ ଘଟିଛି । ଗୋଟିଏ ପରିବାରର ୬ ଜଣ ସଦସ୍ୟ କାର୍ ଯୋଗେ ଯାତ୍ରା କରୁଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ଏକ କଲଭର୍ଟ ସହ ପିଟି ହୋଇଥିଲା । ଏହାପରେ ପାଖରେ ଥିବା ଏକ କେନାଲ ମଧ୍ୟକୁ ଖସିପଡିଥିଲା । ଯେଉଁ କାରଣରୁ ସମସ୍ତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ରହିଛନ୍ତି ।

ଯାହା ସୂଚନା ମିଳିଛି, ସିଦ୍ଦିପେଟ ଜିଲ୍ଲା ଜଗଦେବପୁର ମଣ୍ଡଳ ଅନ୍ତର୍ଗତ ମୁନିଗଡପା ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ନାଲଗୋଣ୍ଡା ଜିଲ୍ଲା ବିବିନଗର ନିବାସୀ ଅଟନ୍ତି । ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ମଙ୍ଗଳବାର ଦିନ ସେମାନେ ବେମୁଲୱାଡାରେ ଥିବା ରାଜାରାଜେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କରି ଘରକୁ ଫେରୁଥିବା ବେଳେ ବାଟରେ ତାଙ୍କର କାର୍ ଭାରସାମ୍ୟ ହରାଇ ଏକ କଲଭର୍ଟ ସହ ପିଟି ହେବା ପରେ କେନାଲ ମଧ୍ୟକୁ ଖସି ପଡିଥିଲା । ତେବେ କେନାଲରେ ଅଧିକ ପାଣି ନଥିବାବେଳେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.