ETV Bharat / bharat

ପ୍ରେମିକର ଉନ୍ମତ୍ତ କାଣ୍ଡ: ପ୍ରେମିକାର ପରିବାର ଉପରେ ଆଖିବୁଜା ଗୁଳିମାଡ, 3 ମୃତ

author img

By ETV Bharat Odisha Team

Published : Nov 20, 2023, 11:24 AM IST

Firing In bihar: ବିହାରରେ ପ୍ରେମିକର ଉନ୍ମକ୍ତ କାଣ୍ଡ । ବିବାହ ପାଇଁ ପ୍ରେମିକା ଘର ରାଜି ନହେବାରୁ ପ୍ରେମିକାର ପରିବାର ଉପରେ ଆଖିବୁଜା ଗୁଳିମାଡ, 3 ମୃତ । ଅଧିକ ପଢନ୍ତୁ

ଛଟ ପୂଜା ସାରି ଆସୁଥିବା ବେଳେ ପ୍ରେମିକାର ପରିବାର ଉପରେ ଆଖିବୁଜା ଗୁଳିମାଡ

ପାଟନା: ବିହାରର ଲଖିସରାୟରେ ପ୍ରେମିକର ଉନ୍ମତ୍ତ କାଣ୍ଡ । ପ୍ରେମରେ ବିଫଳ ହୋଇ ପ୍ରେମିକାର ପରିବାର ଲୋକଙ୍କୁ ଗୁଳି କରି ହତ୍ୟା । ଛଟ ପୂଜା କରି ଫେରିବା ସମୟରେ ଗୋଟିଏ ପଞ୍ଜାବୀ ପରିବାରର 4ରୁ 5ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି କରାଯାଇଛି । ଏହି ଗୁଳିକାଣ୍ଡରେ ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା 3ରେ ପହଞ୍ଚିଛି । ତେବେ ବିବାହ କରିବାରୁ ବିଫଳ ହେବା ପରେ ପ୍ରେମିକ ଜଣକ ଏହି ଗୁଳିକାଣ୍ଡ ଘଟାଇଥିବା ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ସୂଚନା ଅନୁଯାୟୀ, ବିହାରର ଲଖିସରାୟ ଅଞ୍ଚଳରେ ସକାଳ ସମୟରେ ଆଖିବୁଜା ଗୁଳିମାଡ଼ । ବିବାହ କରିବାକୁ ଚାହୁଁଥିବା ବେଳେେ ବିଫଳ ହେବାରୁ ପିଶାଚ ପ୍ରେମିକ ଜଣକ ପ୍ରେମିକାର ପୁରା ପରିବାରକୁ ଗୁଳି କରି ହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ଛଟ ପୂଜା ସାରି ପୁରା ପରିବାର ଘରକୁ ଫେରୁଥିବା ବେଳେ ଅତର୍କିତ ଗୁଳିଚଳାଇ ଥିଲା ପ୍ରେମିକ ଜଣକ । ପରିବାରର 4-5 ଜଣଙ୍କ ଦେହରେ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ପାଟନା ସ୍ଥିତ ପିଏମସିଏଚକୁ ରେଫର କରାଯାଇଛି ।

ତେବେ ସଦ୍ୟ ସୂଚନା ମୁତାବକ ସେଠାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା 3ରେ ପହଞ୍ଚିଛି । ଅଭିଯୁକ୍ତର ପ୍ରେମିକାର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ..ଯୌନ ନିର୍ଯାତନା ମାମଲାରେ ଆୟାଙ୍କୁ 707 ବର୍ଷ ଜେଲ ଦଣ୍ଡାଦେଶ

ଅନ୍ୟପଟେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ କହିବାନୁଯାୟୀ, "ଆମେ ଛଟ ପୂଜା ସାରି ଘାଟରୁ ଘରକୁ ଫେରୁଥିଲୁ । ସେତେବେଳେ ପଡ଼ୋଶୀ ଆଶୀଷ ଚୌଧୁରୀ ପଛପଟୁ ଆସି ଗୁଳି ମାରିଥିଲା । ମୋ ନଣନ୍ଦ, ଶ୍ବଶୂର, ସାନ ଯାଆ ଓ ବଡ ଯାଆଙ୍କ ଉପରେ ଗୁଳି ଚଳାଇଥିଲେ । ମୋ ନଣନ୍ଦ ସେହି ଯୁବକଙ୍କ ସହ ପୂର୍ବରୁ କଥା ହେଉଥିଲେ । ତେବେ ଅଭିଯୁକ୍ତ ଜଣକ ବିବାହ କରିବାକୁ ଚାହୁଁଥିଲା ହେଲେ ମୋ ନଣନ୍ଦ ମନା କରିଦେଇଥିଲେ । ଯେଉଁଥିପାଇଁ ସମସ୍ତଙ୍କ ଉପରେ ଗୁଳି ଚଳାଇଥିଲା ।"

ପୋଲିସ ସୂଚନା ମୁତାବକ,"ଲଖିସରାୟ ଅଞ୍ଚଳର ଆଶୀଷ ଚୌଧୁରୀ ନାମକ ଜଣେ ଯୁବକ ପଡ଼ୋଶୀ ଘରର ଜଣେ ଯୁବତୀକୁ ପ୍ରେମ କରୁଥିଲା । ହେଲେ ବିବାହ ପାଇଁ ଯୁବତୀଙ୍କ ଘର ଲୋକ ରାଜି ହୋଇନଥିଲେ । ଯେଉଁଥିପାଇଁ ସେ ଏଭଳି କାଣ୍ଡ ଘଟାଇଥିବା ଜଣା ପଡିଛି ।" ତେବେ ପବିତ୍ର ଛଟପୂଜା ପାଇଁ ପୂଜା ପାଇଁ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ଥିବା ବେଳେ ଏଭଳି ଏକ ହତ୍ୟାକାଣ୍ଡ ଭୟର ବାତାବରଣ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.