ETV Bharat / bharat

ପାଲାମୁ-ଛତ୍ରା ସୀମାରେ ଏନକାଉଣ୍ଟର, ପୋଲିସ ଗୁଳିରେ ଟଳିଲେ 5 ନକ୍ସଲ

author img

By

Published : Apr 3, 2023, 12:34 PM IST

Updated : Apr 3, 2023, 10:19 PM IST

ପାଲାମୁ-ଛତ୍ରା ସୀମାରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । 5 ନକ୍ସଲ ମୃତ । ଅଧିକ ପଢନ୍ତୁ

Etv Bharat
Etv Bharat

ରାଞ୍ଚି: ପାଲାମୁ-ଛତ୍ରା ସୀମାରେ ପୋଲିସ-ନକ୍ସଲ ମୁହାଁମୁହିଁ । ପୋଲିସ ଗୁଳିରେ ଟଳିଲେ 5 ନକ୍ସଲ । ମୃତ ନକ୍ସଲଙ୍କ ମଧ୍ୟରୁ 4 ଜଣଙ୍କ ମୁଣ୍ଡ ଉପରେ ଥିଲା ପୁରସ୍କାର ରାଶି । 2 ଜଣଙ୍କ ନାଁରେ 25 ଲକ୍ଷ ଲେଖାଏଁ ଓ ଅନ୍ୟ ଦୁଇ ଜଣଙ୍କ ନାଁରେ 5 ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଥିଲା । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଏବଂ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

ଛତ୍ରା ଜିଲ୍ଲାର ଲାଭାଲୋଙ୍ଗର ସୀମା ଅଞ୍ଚଳ ଏବଂ ପାଲାମୁର ପାନକିର ଦ୍ୱାରକାରେ ଏହି ଏନକାଉଣ୍ଟର ହୋଇଛି । ଏଥିରେ ଅନେକ ନକ୍ସଲଙ୍କ ଉପରେ ଗୁଳି ଚାଳନା କରିଥିଲା ପୋଲିସ । ସେମାନଙ୍କ ମଧ୍ୟରେୁ 5ଜଣଙ୍କର ମୃତ୍ୟୁ ହୋଇଛି । ଏନକାଉଣ୍ଟର ପରେ ପୋଲିସ ପାଲାମୁ, ଛତ୍ରା ଓ ଲାଟେହରର ଅନେକ ଅ଼ଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖି ଅନେକ ଅଞ୍ଚଳକୁ ସିଲ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ପାଲାମୁ-ଛତ୍ରା ସୀମରେ ନକ୍ସଲ ମାନେ ଲୁଚି ରହିଥିବା ନେଇ ଏକ ବିଶେଷ ଶୁତ୍ରରୁ ପୋଲିସକୁ ଖବର ମିଳିଥିଲା । ଏହାପରେ ଆଜି ସକାଳ ସମୟରେ କୋବ୍ରା 203, ସିଆରପିଏଫ, ଜାଗୁଆର ଓ ଛତ୍ରା ଜିଲ୍ଲା ପୋଲିସ ଫୋର୍ସ ଏହି ସ୍ଥାନରେ ସର୍ଚ୍ଚ ଅପେରସନ ଆରମ୍ଭ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀ ଓ ପୋଲିସ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-CBI Diamond Jubilee Celebrations: ସିବିଆଇର ହୀରକ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ ମୋଦି

ବର୍ତ୍ତମାନ ନିହତ ନକ୍ସଲଙ୍କ ପରିଚୟ ମିଳିପାରିନାହିଁ । ସିଆରପିଏଫ ଏବଂ ପାଲାମୁ ଜିଲ୍ଲା ଫୋର୍ସ ଉକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ କର୍ଡନ କରିଛନ୍ତି । ଏନକାଉଣ୍ଟରରେ ଅନେକ ନକ୍ସଲ ଆହତ ହୋଇଥିଲା ପୋଲିସ ସନ୍ଦେହ କରୁଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବରିଷ୍ଠ ପୋଲିସ ଏବଂ ସିଆରପିଏଫ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ଏନକାଉଣ୍ଟରରେ 5 ଜଣ ନକ୍ସଲ ମୃତାହାତ ହୋଇଥିବା ସଫଳତାକୁ ନେଇ ପୋଲିସ ତରଫରୁ କିଛି କୁହାଯାଇନାହିଁ । ବର୍ତ୍ତମାନ ମଧ୍ୟ ଏନକାଉଣ୍ଟର ଜାରି ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Most Popular Global Leader: ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି

ଗତ ମାର୍ଚ୍ଚ 18 ତାରିଖରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ପୁଲୱାମା ମିତ୍ରଗାମ ଗ୍ରାମରେ ସୁରକ୍ଷା ବାହିନୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ଅପରେସନରେ ଭାରତୀୟ ସେନାର ଜଏଣ୍ଟ ଟିମ୍ ଏବଂ କାଶ୍ମୀର ଜୋନ ପୋଲିସ ସାମିଲ ହୋଇଥିଲେ । ନକ୍ସଲ ଓ ପୋଲିସ ମଧ୍ୟରେ ହୋଇଥିବା ଏହି ଗୁଳି ବିନିମୟରେ ନକ୍ସଲଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିଛି । ମାଓବାଦୀ ଗୋଷ୍ଠୀର କୁଖ୍ୟାତ ଟେକ୍ନିକାଲ ଏକ୍ସପର୍ଟରେ ଏଥିରେ ମୃତ୍ୟୁ ଘଟିଛି । ଏହି ମାଓବାଦୀର ନାମ ଅଜିତ ବୋଲି ଜଣା ପଡ଼ିଛି । ବିହାର ସୀମାରେ ଅନେକ ହିଂସାକାଣ୍ଡ ଘଟାଇବା ପାଇଁ ସେ ଲ୍ୟାଣ୍ଡମାଇନ୍ସ ଟେକ୍ନିକ୍‌ ବିକଶିତ କରିଥିଲା ।

Last Updated : Apr 3, 2023, 10:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.