ETV Bharat / bharat

କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣାରେ ୯ ମୃତ, ଶୋକ ପ୍ରକାଶ କଲେ ମୋଦି

author img

By

Published : Aug 25, 2022, 8:30 AM IST

Updated : Aug 25, 2022, 11:03 AM IST

କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ଓ କ୍ରୁଜର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ । ଏହି ଦୁଃଖଦ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା, ୯ ମୃତ
କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା, ୯ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକ ତୁମାକୁରୁ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ଓ କ୍ରୁଜର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଠାରେ ୯ ଜଣଙ୍କ ମୃତ୍ୟୁ ହୋଇଛି(Lorry-Cruiser Collision) । ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ଟୁମକୁର (Tumakuru) ଜିଲ୍ଲା ଅନ୍ତର୍ଗତ ଶିରା ତାଲୁକା ବଲେନାହାଲ୍ଲି(Balenahalli) ଗେଟ୍ ନିକଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ସମସ୍ତ ମୃତକମାନେ ରାଇଚୁର ଜିଲ୍ଲା ନିବାସୀ ଅଟନ୍ତି । ସେମାନେ କାମ ସନ୍ଧାନରରେ କ୍ରୁଜର ଯୋଗ ରାଇଚୁରରୁ ବେଙ୍ଗାଲୁରୁ ସହର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ସୂଚନା ମୁତାବକ, କ୍ରୁଜରରେ ମୋଟ ୨୦ ଜଣ ଯାତ୍ରୀ ଥିଲେ । ସମସ୍ତେ ଦିନ ମଜୁରିଆ ଅଟନ୍ତି । ସେମାନେ କାମ ପାଇଁ ବେଙ୍ଗାଲୁରୁ ଯାଉଥିବା ବେଳେ ଶିରା ତାଲୁକା ନିକଟ ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ କ୍ରୁଜର ସହ ଧକ୍କା ହୋଇଥିଲା । ଏନେଇ ସ୍ଥାନୀୟ କାଲ୍ଲେମବେଲ୍ଲା ଥାନାରେ(Kallembella police station) ଏକ ଏତଲା ଦାୟର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ମଧ୍ୟରେ କେବଳ କ୍ରୁଜର ଯାତ୍ରୀ ନା ଟ୍ରକର କେହି ଯାତ୍ରୀ ଅଛନ୍ତି ତାହା ଯାଞ୍ଚ କରାଯାଉଛି । ଏସପି ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଆମେରିକାରେ ପୁଣି ଫୁଟିଲା ଗୁଳି, ୨ ମୃତ

The accident in Tumakuru district, Karnataka is heart-rending. Condolences to the bereaved families. Prayers with the injured. Rs 2 lakh from PMNRF would be paid to the next of kin of each deceased. The injured would be paid Rs. 50,000: PM @narendramodi

— PMO India (@PMOIndia) August 25, 2022 " class="align-text-top noRightClick twitterSection" data=" ">

ସେପଟେ ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଆହତମାନଙ୍କ ସୁସ୍ଥତା କାମନା କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ (PMNRF) ଫଣ୍ଡରୁ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ(Basavaraj Bommai) ମଧ୍ୟ ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକମାନଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ବେଙ୍ଗାଲୁରୁ: କର୍ଣ୍ଣାଟକ ତୁମାକୁରୁ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ଓ କ୍ରୁଜର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଠାରେ ୯ ଜଣଙ୍କ ମୃତ୍ୟୁ ହୋଇଛି(Lorry-Cruiser Collision) । ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ଟୁମକୁର (Tumakuru) ଜିଲ୍ଲା ଅନ୍ତର୍ଗତ ଶିରା ତାଲୁକା ବଲେନାହାଲ୍ଲି(Balenahalli) ଗେଟ୍ ନିକଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ସମସ୍ତ ମୃତକମାନେ ରାଇଚୁର ଜିଲ୍ଲା ନିବାସୀ ଅଟନ୍ତି । ସେମାନେ କାମ ସନ୍ଧାନରରେ କ୍ରୁଜର ଯୋଗ ରାଇଚୁରରୁ ବେଙ୍ଗାଲୁରୁ ସହର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ସୂଚନା ମୁତାବକ, କ୍ରୁଜରରେ ମୋଟ ୨୦ ଜଣ ଯାତ୍ରୀ ଥିଲେ । ସମସ୍ତେ ଦିନ ମଜୁରିଆ ଅଟନ୍ତି । ସେମାନେ କାମ ପାଇଁ ବେଙ୍ଗାଲୁରୁ ଯାଉଥିବା ବେଳେ ଶିରା ତାଲୁକା ନିକଟ ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ କ୍ରୁଜର ସହ ଧକ୍କା ହୋଇଥିଲା । ଏନେଇ ସ୍ଥାନୀୟ କାଲ୍ଲେମବେଲ୍ଲା ଥାନାରେ(Kallembella police station) ଏକ ଏତଲା ଦାୟର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ମଧ୍ୟରେ କେବଳ କ୍ରୁଜର ଯାତ୍ରୀ ନା ଟ୍ରକର କେହି ଯାତ୍ରୀ ଅଛନ୍ତି ତାହା ଯାଞ୍ଚ କରାଯାଉଛି । ଏସପି ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଆମେରିକାରେ ପୁଣି ଫୁଟିଲା ଗୁଳି, ୨ ମୃତ

ସେପଟେ ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଆହତମାନଙ୍କ ସୁସ୍ଥତା କାମନା କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ (PMNRF) ଫଣ୍ଡରୁ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ(Basavaraj Bommai) ମଧ୍ୟ ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକମାନଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Last Updated : Aug 25, 2022, 11:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.