ETV Bharat / bharat

ହିମାଚଳରେ ବର୍ଷା ବିତ୍ପାତ, ଘର ଭୁଶୁଡି ଗୋଟିଏ ପରିବାରର 3 ମୃତ - ଘର ଭୁଶୁଡି ଗୋଟିଏ ପରିବାରର 3 ମୃତ

ହିମାଚଳ ପ୍ରଦେଶରେ ଜାରି ରହିଛି ବର୍ଷା । ପ୍ରବଳ ବର୍ଷାରେ ଘର ଭୁଶୁଡି ଗୋଟିଏ ପରିବାରର 3 ମୃତ । ଅଧିକ ପଢନ୍ତୁ

heavy rainfall in Himachal
heavy rainfall in Himachal
author img

By

Published : Jul 9, 2023, 12:57 PM IST

ଶିମଲା: ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ହେବାରୁ ଘର ଭୁଶୁଡି ଗୋଟିଏ ପରିବାରର 3ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି । ଆଜି(ରବିବାର) ସକାଳ ସମୟରେ ଶିମଲାର କୋଟଗଡରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି । ସେମାନେ ହେଉଛନ୍ତି ଅନିଲ ଓ କିରନ । ଅନ୍ୟ ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆଜି ସକାଳ ସମୟରେ ପ୍ରବଳକୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାରୁ ଶିମଲାର କୋଟଗଡରେ ଗୋଟିଏ ଘର ଭୁଶୁ଼ଡି ପଡିଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗୋଟିଏ ପରିବାରର 5 ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ 3ଜଣଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ସେହିପରି ଆଜି ଗ୍ରାମ୍ଫୁ ଗ୍ରାମ ଏବଂ ଛୋଟ ଧରାରେ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ସୃଷ୍ଟି ହେବା ସହ ଭୂସ୍ଖଳନ ହୋଇଛି । ଏହି ଘଟଣାରେ କାହାର ଜୀବନହାନି ହୋଇନାହିଁ । ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ ହୋଇଯାଇଛି । ଫଳରେ ସୁମଡୋରୁ କାଜା ଗ୍ରାମ୍ଫୁକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଯାତାୟତ ବନ୍ଦ ପରେ ରାସ୍ତାରେ ଅଟକିଥିବା 30 ଜଣ କଲେଜ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପାଗରେ ପରିବର୍ତ୍ତନ ହେବା ପରେ ରାସ୍ତାରୁ ଆବର୍ଜନାକୁ ସଫା କରାଯିବ ବୋଲି ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ପାହାଡି ରାଜ୍ୟରେ ବର୍ଷା ବିତ୍ପାତ: ହିମାଚଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ସ୍ଥିତି

ଗତ ଗୁରୁବାର ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଥିଲା । କୁଲୁ ଜିଲ୍ଲାରେ ଭୂସ୍ଖଳନ ହେବାରୁ ଦୁଇଜଣ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଆବର୍ଜାନା ମଧ୍ୟରେ ଦୁଇ ମହିଳା ପୋତି ହୋଇଯାଇଥିଲେ । ରାସ୍ତା ଗୁଡିକରେ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା । ଶନିବାର ଦିନ ରାଜ୍ୟର ସାତୋଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଥିଲା ଭାରତୀୟ ପାଣିପାଗ ବିଭାଗ । ସେହିପରି ଆଗାମୀ 48 ଘଣ୍ଟା ମଧ୍ୟରେ ତିନୋଟି ଜିଲ୍ଲାରେ ବର୍ଷା ହେବା ନେଇ ଅରେଞ୍ଚ ଆଲର୍ଟ ଜାରି ହୋଇଛି ।

ଚାମ୍ବା, କାଙ୍ଗ୍ରା, କୁଲୁ, ମାଣ୍ଡି, ଉନା, ହମିରପୁର ଏବଂ ବିଳାସପୁର ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । ଶିମଲା, ସୋଲାନ ଏବଂ ସିରମାଫର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଓ ଲାହାଉଲ ଏବଂ ସ୍ପିଟି ଜିଲ୍ଲା ପାଇଁ ୟୋଲୋ ଆଲର୍ଟ ଜାରି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.