ତାମିଲନାଡୁ: ରାସ୍ତାକଡରେ ଚା' ପିଉଥିବା ବେଳେ ମାଡିଗଲା ଟ୍ରକ। ସକାଳୁ ସକାଳୁ ଘଟଣାସ୍ଥଳରେ ଚାଲିଗଲା 5 ଜୀବନ। ତାମିଲନାଡୁର ପୁଡୁକ୍କୋଟ୍ଟାଇ ଅଞ୍ଚଳରେ ନମନସମୁଥିରାମ ଅଞ୍ଚଳରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ଆୟାପ୍ପା ଭକ୍ତମାନେ ରାସ୍ତାକଡ ଚା' ଦୋକାନରେ ଛିଡା ହୋଇ ଚା ପିଉଥିଲା ବେଳେ ଭାରସାମ୍ୟ ହରାଇ ଏକ ଟ୍ରକ ଦୋକାନ ଭିତରକୁ ମାଡି ଯାଇଥିଲା। ଫଳରେ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 19ଜଣ ଆହତ ହୋଇଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପୁଡୁକ୍କୋଟ୍ଟାଇ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ରହିଛି।
ସୂଚନା ଅନୁସାରେ, ଏକ ସିମେଣ୍ଟ ବୋଝେଇ ଟ୍ରକ ଆରିୟାଲୁ ଜିଲ୍ଲାରୁ ପୁଡୁକ୍କୋଟ୍ଟାଇ ଥିରୁମୟମ ଆଡକୁ ଯାଉଥିବା ବେଳେ ଆଜି ସକାଳ ସମୟରେ ନମନସମୁଥିରାମ ଅଞ୍ଚଳରେ ଭାରସାମ୍ୟ ହରାଇ ବସିଥିଲା। ତେବେ ଟ୍ରକର ବେଗ ଅଧିକ ରହିଥିବା କାରଣରୁ ରାସ୍ତାକଡରେ ରହିଥିବା ଲୋକଙ୍କ ସହ ଚା' ଦୋକାନ ଉପରକୁ ମାଡି ଯାଇଥିଲା। ଏହା ସହ ରାସ୍ତା କଡରେ ଦୁଇଟି ଭ୍ୟାନ ଏବଂ କାର ପାର୍କିଂ ହୋଇଥିବା ବେଳେ ତାଙ୍କୁ ମଧ୍ୟ ଧକ୍କା ଦେଇଥିଲା ସିମେଣ୍ଟ ବୋଝେଇ ଟ୍ରକ। ଆଜି ସକାଳୁ ସକାଳୁ ଘଟିଥିଲା ଏହି ଛାତି ଥରା ଦୁର୍ଘଟଣା। ତେବେ ଏହା ପରେ ମଧ୍ୟ ଏକ ବାଇକ ଆରୋହୀକୁ ଧକ୍କା ଦେଇଥିବା ନେଇ ସୂଚନା ରହିଛି।
ଏହା ମଧ୍ୟ ପଢନ୍ତୁ: Tamilnadu accident: ଟାଟା ସୁମୋ- ବସ ଧକ୍କାରେ 7 ମୃତ, 4 ଆହତ
ତେବେ ଦୁର୍ଘଟଣାସ୍ଥଳଟି ନମନସମୁଥିରାମ ପୋଲିସ ଥାନା ନିକଟରେ ରହିଥିବା ବେଳେ ଦୁର୍ଘଟଣା ପରେ ପହଞ୍ଚିଥିଲା ପୋଲିସ। ଏହାପରେ ଆହତଙ୍କୁ ଉଦ୍ଧାର କରିବା ସହିତ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଦୁର୍ଘଟଣା ଅତି ଭୟଙ୍କର ଦୁର୍ଘଟଣା ହୋଇଥିବା ବେଳେ ପୋଲିସ ଅଗ୍ନିଶମ ବିଭାଗର ସାହାଯ୍ୟ ନେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।
ତେବେ ଛାତିଥରା ଦୁର୍ଘଟଣାରେ ପ୍ରାୟ 19 ଜଣ ଆହତ ହୋଇଥିବା ବେଳେ ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ସୁଦ୍ଧା ପୁଡୁକ୍କୋଟ୍ଟାଇ ସରକାରୀ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ନେଇ ପୋଲିସ ପକ୍ଷରୁ ସଚନା ଦିଆଯାଇଛି। ତେବେ 5ଜଣ ମୃତକଙ୍କୁ ମଧ୍ୟ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ନମନସମୁଥିରାମ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତକମାନେ ହେଲେ ଥିରୁଭାଲୁର ଜିଲ୍ଲାର ଶାନ୍ତି(55 ବର୍ଷ), ଜଗନ୍ନାଥନ(60), ମଦୁରାଭୟର 34 ବର୍ଷୀୟ ସୁରେଶ, ଚେନ୍ନାଇର ଆଇଆପ୍ପା ଭକ୍ତ ସତୀଶ(25) ଏବଂ ଥିରୁଭାଲୁର ଜିଲ୍ଲାର ଗୋକୁଳକ୍ରିଷ୍ଣା(26)।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ