ETV Bharat / bharat

କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ପିକଅପକୁ ଧକ୍କା ଦେଲା ଟ୍ରକ, 11 ମୃତ

ମଧ୍ୟରାତ୍ରି ସାଜିଲା କାଳରାତ୍ରୀ । ଛଡିଶଗଡର ବଲୋଦାବାଜାର ଭାଟାପାର ଜିଲ୍ଲାର ଖମରିୟା ଗ୍ରାମ ନିକଟରେ ପିକଅପକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

Chhattisgarh road accident
Chhattisgarh road accident
author img

By

Published : Feb 24, 2023, 8:09 AM IST

ରାୟପୁର: ଅଧାରେ ରହିଗଲା ଘର ବାହୁଡା । ଛତିଶଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା ଟ୍ରକ । ଗୁରୁବାର ବିଳମ୍ବିତ ରାତିରେ ଛଡିଶଗଡର ବଲୋଦାବାଜାର ଭାଟାପାର ଜିଲ୍ଲାର ଖମରିୟା ଗ୍ରାମ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି ।

ତେବେ ପିକଅପରେ ରହିଥିବା ସମସ୍ତ ଲୋକ ଗୋଟିଏ ପରିବାରର ହୋଇଥିବା ବେଳେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଖିଲୋରି ଗ୍ରାମରୁ ଅର୍ଜୁନୀ ଗ୍ରାମକୁ ଆସିଥିଲେ । ଖବରପାଇ ଭାଟାପାରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତକ ଏବଂ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ବୋଲୋଦାବାଜାର ଏସପି ୧୧ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।

ଭାଟାପାରରେ ପିକଅପ ଏବଂ ଟ୍ରକର ଭୟଙ୍କର ଧକ୍କା: କାର୍ଯ୍ୟକ୍ରମ ସାରି ସମସ୍ତେ ଅର୍ଜୁନୀକୁ ଫେରୁଥିଲେ । ରାତି ପ୍ରାୟ ୧୨ଟା ସମୟରେ ଖମରିୟାର DPWS ବିଦ୍ୟାଳୟ ନିକଟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ପିକଅପକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ପିକଅପର ସମ୍ମୁଖ ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିଲା ।

ପାରିବାରିକ କାର୍ଯ୍ୟରୁ ଯୋଗଦେଇ ଫେରିବା ସମୟରେ ଦୁର୍ଘଟଣା: ଏହି ଦୁର୍ଘଟଣାରେ ସମୁଦାୟ ୧୧ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୪ଜଣ ଛୋଟ ଛୁଆ ରହିଥିବା ସୂଚନା ରହିଛି । ଏହାସହ ୧୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Indonesia Earthquake: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୬.୩

ଏହାପୂର୍ବରୁ ବୁଧବାର ଦିନ ମଧ୍ୟ ବାଲୋଦ ଜିଲ୍ଲାରେ ସଡକ ଦୁର୍ଘଟଣା ହୋଇଥିଲା । ପରୱାଡା ଗ୍ରାମରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାରର ରହିଥିଲେ । ମୃତକମାନେ ବାଲୋଦ ଜିଲ୍ଲାବାସୀ ରହିଥିବା ବେଳେ ସେମାନେ କୌଣସି ଏକ କାମ ପାଇଁ ରାୟପୁର ଆସିଥିଲେ । ନିଜ କାରରେ ଯାଇଥିବା ବେଳେ ରାସ୍ତାରେ କାର ଖରାପ ହୋଇଯାଇଥିଲା । ସେମାନେ ଏକ କ୍ୟାବ ବୁକ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.