ETV Bharat / bharat

ମହିଳା ଶ୍ରମିକଙ୍କ ଉପରେ ମାଡିଗଲା ଦୃତଗାମୀ କାର, ୪ ମୃତ - ତେଲେଙ୍ଗାନାରେ ଦୁର୍ଘଟଣା

ମହିଳା ଶ୍ରମିକଙ୍କ ଉପରେ ମାଡିଗଲା ଦୃତଗାମୀ କାର । ଘଟଣାସ୍ଥଳରେ ୪ ମୃତ । ଅଧିକ ପଢନ୍ତୁ

ମହିଳା ଶ୍ରମିକଙ୍କ ଉପରେ ମାଡିଗଲା କାର, ୪ ମୃତ
ମହିଳା ଶ୍ରମିକଙ୍କ ଉପରେ ମାଡିଗଲା କାର, ୪ ମୃତମହିଳା ଶ୍ରମିକଙ୍କ ଉପରେ ମାଡିଗଲା କାର, ୪ ମୃତ
author img

By

Published : Jan 30, 2022, 3:52 PM IST

ହାଇଦ୍ରାବାଦ: ରାସ୍ତାକଡରେ ଛିଡା ହୋଇଥିବା ମହିଳାଙ୍କ ଉପରେ ମାଡିଗଲା ଦୃତଗାମୀ କାର । ଫଳରେ ଘଟଣାସ୍ଥଳରେ ୪ ଜଣ ମହିଳା ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ତେଲେଙ୍ଗାନାର କରିମ ନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ । ଆଜି (ରବିବାର) ସକାଳେ କରିମ ନଗର- ହାଇଦ୍ରାବାଦ ଜାତୀୟ ରାଜପଥର କରିମ ନଗର ନିକଟରେ ମହିଳା ଶ୍ରମିକମାନେ ଅପେକ୍ଷା କରିଥିବା ବେଳେ ତାଙ୍କ ଉପରେ ଏକ ଦୃତଗାମୀ SUV କାର ମାଡିଯାଇଥିଲା ।

ତେବେ ଦୁର୍ଘଟଣା ଘଟାଇଥିବା କାରଟି ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛି । ହାଇଦ୍ରାବାଦ ଆସିଷ୍ଟାଣ୍ଟ ପୋଲିସ୍ କମିଶନର ଟି. ଶ୍ରୀନିବାସ ରାଓ କହିଛନ୍ତି ଯେ ଦୃତ ଗତିରେ କାରଟି ଥିବାରୁ ଏପରି ଅଘଟଣ ଘଟିଛି । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୪ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୬ ମଧ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ କାରରେ ଥିବା କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଗାଡିଟିକୁ ଚିହ୍ନଟ କରି ମାଲିକକୁ ନୋଟିସ ମଧ୍ୟ କରିଛି । ପୂର୍ବରୁ ମଧ୍ୟ ଏହି କାର ଏକାଧିକ ଟ୍ରାଫିକ ନିୟମ ଉଲଙ୍ଘନ ଓ ଦୁର୍ଘଟଣା ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।

IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.