ETV Bharat / bharat

Tamilnadu accident: ଟାଟା ସୁମୋ- ବସ ଧକ୍କାରେ 7 ମୃତ, 4 ଆହତ

author img

By ETV Bharat Odisha Team

Published : Oct 24, 2023, 9:56 AM IST

Tamilnadu accident: ତାମିଲନାଡୁର ସଙ୍ଗମ- କ୍ରିଷ୍ଣାଗିରି ହାଇଓ୍ବେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସରକାରୀ ବସ୍‌ ଓ କାର୍‌ ଧକ୍କା ଫଳରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

Tamilnadu accident: ଟାଟା ସୁମୋ- ବସ ଧକ୍କା, 6 ମୃତ, 4 ଆହତ

ଚେନ୍ନାଇ: ତାମିଲନାଡୁର ଥିରୁବନ୍ନାମଲାଇ ଜିଲ୍ଲା ଅନ୍ତର୍ଗତ ସଙ୍ଗମ-କ୍ରିଷ୍ଣାଗିରି ହାଇଓ୍ବେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସରକାରୀ ବସ୍‌ ଓ ଟାଟା ସୁମୋ କାର ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଟାଟା ସୁମୋରେ ଥିବା 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ଆହତ ହୋଇଥିବା ନେଇ ବିଶେଷ ସୁତ୍ରରୁ ଖବର ମିଳିଛି । ସମସ୍ତଙ୍କ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି ।

  • #WATCH | Tamil Nadu | A car collided with a State Government bus at Sangam - Krishnagiri Highways, Tiruvannamalai District. Deaths and injuries feared. Details awaited. pic.twitter.com/dJvjEbnBVp

    — ANI (@ANI) October 24, 2023 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ..ବାଂଲାଦେଶରେ ପାସେଞ୍ଜର-ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା: 20 ମୃତ, ଅନେକ ଆହତ

ଶାରଦୀୟ ଦୁର୍ଗାପୂଜା ଅବସରରେ ସାରା ଦେଶ ଉତ୍ସବମୁଖର ଥିବା ବେଳେ ତାମିଲନାଡୁର ଥିରୁବନ୍ନାମଲାଇ ଜିଲ୍ଲାର ସଙ୍ଗମ ଥାନା ଅନ୍ତର୍ଗତ ସଙ୍ଗମ-କ୍ରିଷ୍ଣାଗିରି ହାଇଓ୍ବେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୋମବାର ବିଳମ୍ବିତ ରାତିରେ ଏକ ଟାଟା ସୁମୋ ଥିରୁବନ୍ନାମଲାଇରୁ ବାଙ୍ଗାଲୁରୁ ଯାଉଥିବା ବେଳେ ସଙ୍ଗମ- କ୍ରିଷ୍ଣାଗିରି ହାଇଓ୍ବେରେ ଏକ ସରକାରୀ ବସ ସହ ପିଟି ହୋଇଯାଇଥିଲା । ଦୁର୍ଘଟଣା ସମୟରେ ଟାଟା ସୁମୋରେ 14 ଜଣ ଯାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 7 ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା 4 ଜଣ ଗୁରୁତର ହୋଇଥିବା ନେଇ ବିଶେଷ ସୁତ୍ରରୁ ଖବର ମିଳିଛି । ଅନ୍ୟ 4 ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ସଙ୍ଗମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି ।

ଏହାମଧ୍ୟ ପଢନ୍ତୁ..ବସ- ଅଟୋ ମୁହାଁମୁହିଁ ଧକ୍କା: 5 ମୃତ, 2 ଗୁରୁତର

ଖବର ପାଇ ସଙ୍ଗମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଓ ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଦୁର୍ଘଟଣା ପରବର୍ତ୍ତୀ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯେଉଁଥିରେ ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଶି କାର ମଧ୍ୟରୁ ଆହତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ସେହିଭଳି ସେହିଭଳି ଗତ ଅକ୍ଟୋବର 15 ତାରିଖ ଦିନ ବିହାରର ମୁଜାଫାରପୁର ଜିଲ୍ଲା ସିକରା ଥାନା ଅନ୍ତର୍ଗତ ସୁଜାବଲପୁର ଛକ ନିକଟ ଜାତୀୟ ରାଜପଥ ନମ୍ୱର 28ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ଅଟୋ ପିଟିଲା ଯାତ୍ରାବାହୀ ବସ୍ । ଏହି ଦୁର୍ଘଟଣାରେ ଏହି ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଥିଲେ ।ସ୍ଥାନୀୟ ଲୋକଙ୍କ ସୂଚନା ଅନୁୟାୟୀ, ଯାତ୍ରାବାହୀ ବସଟି ଦ୍ରୁତ ଗତିରେ ଆସୁଥିବା ବେଳେ ହଠାତ ଏକ ବାଇକ ବସ୍‌ ଆଗକୁ ଆସି ଯାଇଥିଲା । ଚାଳକଙ୍କୁ ବଞ୍ଚାଇବାକୁ ବସ୍‌ଟି ଆଉ ଏକ ଦିଗକୁ ଯିବାକୁ ଚେଷ୍ଟା କରିଥିଲା । ହେଲେ ନିୟନ୍ତ୍ରଣ ହରାଇ ସାମ୍ନାରୁ ଆସୁଥିବା ଏକ ଅଟୋକୁ ଧକ୍କା ଦେଇଥିଲା । ଅଟୋରେ ଥିବା ସମସ୍ତ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.