ETV Bharat / bharat

କେମିକାଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ: 6 ମୃତ, 12ରୁ ଉର୍ଦ୍ଧ୍ବ ଆହତ

author img

By

Published : Apr 14, 2022, 3:29 PM IST

ଆନ୍ଧ୍ରପ୍ରଦେଶର ଏଲୁରୁରେ କେମିକାଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟି 6 ମୃତ । 12 ରୁ ଉର୍ଦ୍ଧ୍ବ ଆହତ, ହସ୍ପିଟାଲରେ ଭର୍ତ୍ତି । ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଜ୍ୟାପାଳ । ଅଧିକ ପଢନ୍ତୁ

ପ୍ଲାଣ୍ଟରେ ବିସ୍ଫୋରଣ: 6 ମୃତ 12 ରୁ ଉର୍ଦ୍ଧ୍ବ ଆହତ

ଅମରାବତି: ଆନ୍ଧ୍ରପ୍ରଦେଶର ଏଲୁରରେ ଥିବା ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ 6 ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ 10ରୁ 12 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଆହତଙ୍କ ଅବସ୍ଥା ଗମ୍ଭୀର ମଧ୍ୟ ଥିବା ସୂଚନା ମିଳିଛି ।

  • Pained by the loss of lives due to a mishap at a chemical unit in Eluru, Andhra Pradesh. Condolences to the bereaved families. May the injured recover quickly: PM @narendramodi

    — PMO India (@PMOIndia) April 14, 2022 " class="align-text-top noRightClick twitterSection" data=" ">

ସ୍ଥାନୀୟ ପୋଲିସ ଅଧୀକ୍ଷକ ଘଟଣା ସମ୍ପର୍କରେ ସୂଚନା ଦେବା ସହ ପ୍ରାଥମିକ ତଦନ୍ତ ଅନୁସାରେ ମୃତାହତଙ୍କ ସଂଖ୍ୟା ନେଇ ଅବଗତ କରିଛନ୍ତି । ଦୁର୍ଘଟଣାର ସଠିକ କାରଣ ସମ୍ପର୍କରେ ଜଣାପଡି ନଥିବାବେଳେ ପ୍ଲାଣ୍ଟରେ ନାଇଟ୍ରିକ ଏସିଡ ଲିକ ହେବା ଫଳରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଘଟଣାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ 25 ଲକ୍ଷର ଅନୁକମ୍ପା ରାଶି ସହ ଆହତଙ୍କୁ 5 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଆନ୍ଧ୍ର ସରକାର । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଘଟଣାରେ ଦୁଖଃ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବଦନା ଜଣାଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଏପରି ଅକାଳ ପ୍ରାଣହାନୀ ନିଶ୍ଚିତ ଦୁଖଃଦାୟକ ଓ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.