ETV Bharat / bharat

Road Mishap: ଅଟୋକୁ ପିଟିଲା ଟ୍ରକ, 6 ମୃତ

author img

By

Published : May 6, 2022, 1:37 PM IST

ମହାରାଷ୍ଟ୍ର ଅହମ୍ମଦନଗରରେ ମର୍ମନ୍ତୁଦ ଦୁର୍ଘଟଣା । ଅଟୋକୁ ଟ୍ରକ ଧକ୍କା ଦେବା ଯୋଗୁଁ 6 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Road Mishap: ଅଟୋକୁ ପିଟିଲା ଟ୍ରକ, 6 ମୃତ
Road Mishap: ଅଟୋକୁ ପିଟିଲା ଟ୍ରକ, 6 ମୃତ

ମୁମ୍ବାଇ: ମହାରାଷ୍ଟ୍ର ଅହମ୍ମଦନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ । ଏଥିରେ 4 ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ 2 ଜଣ କଲେଜ ଛାତ୍ରଙ୍କ ସମେତ 2 ମହିଳା ଏବଂ 2 ପୁରୁଷ ରହିଛନ୍ତି । ଆଜି ସକାଳ ପ୍ରାୟ ସାଢେ 8ଟାରୁ 9ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି ।

ଯାହା ସୂଚନା ରହିଛି, ଅହମ୍ମଦନଗରର କୋପାରଗାଓଁ ତାଲୁକ(Kopargaon taluka) ନିକଟରେ ଦୁର୍ଘଟଣା ଘଟିଛି । ଅଟୋରେ ଥିବା ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ଦୁଇ ବାଇକ୍ ଆରୋହୀ ମଧ୍ୟ ଆହତ ହୋଇଛନ୍ତି । ଏନେଇ ଖବର ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଦୁର୍ଘଟଣା ଯୋଗୁଁ ଅଟୋଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.