ETV Bharat / bharat

ଅଟୋକୁ ଧକ୍କା ଦେଲା ଟ୍ରକ: ଘଟଣାସ୍ଥଳରେ 5 ମୃତ - ଉତ୍ତର ପ୍ରଦେଶ ଖବର

ଆଗ୍ରାରେ ଅଟୋକୁ ପଛରୁ ପିଟିଲା ଟ୍ରକ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ସମସ୍ତ 5 ଜଣଙ୍କ ମୃତ୍ୟୁ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ଅଟୋକୁ ଧକ୍କା ଦେଲା ଟ୍ରକ: ଘଟଣାସ୍ଥଳରେ 5 ମୃତ
ଅଟୋକୁ ଧକ୍କା ଦେଲା ଟ୍ରକ: ଘଟଣାସ୍ଥଳରେ 5 ମୃତ
author img

By ETV Bharat Odisha Team

Published : Dec 2, 2023, 10:01 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆଗ୍ରାରେ ଏକ ଦୃତଗାମୀ ଟ୍ରକ ଅଟୋକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଛି । ସକନ୍ଦ୍ରା ପୋଲିସ ଷ୍ଟେସନ ଅଧୀନରେ ଆଗ୍ରା-ଦିଲ୍ଲୀ ଜାତୀୟ ରାଜପଥରେ ଆଜି ମଧ୍ୟାହ୍ନରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ଅଟୋରେ ଯାତ୍ରା କରୁଥିବା ନେଇ ସୂଚନା ମିଳିଛି । ପୋଲିସ ପହଞ୍ଚି ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଉଭୟ ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ପ୍ରାଥମିକ ତଦନ୍ତ ପରେ ପୋଲିସ ସୂତ୍ରରୁ ମିଳିଥିବା, ଅଟୋଟି ସିକନ୍ଦ୍ରା ଆଡୁ ଭଗବାନ ଟକିଜ ଆଡକୁ ଯାଉଥିଲା । ସମାନ ଦିଗରୁ ଆସୁଥିବା ଏହି ଟ୍ରକଟି ଗୁରୁ କା-ତଲ ଗୁରୁଦ୍ବାର ନିକଟରେ ଅଟୋକୁ ପଛରୁ ଧକ୍କା ଦେଇଥିଲା । ଟ୍ରକର ଗତି ଅଧିକ ଥିବା କାରଣରୁ ଅଟୋଟି ଚୂରମାର ହୋଇଯିବା ସହ କିଛି ମିଟର ମଧ୍ୟ ଘୋଷାଡି ମଧ୍ୟ ହୋଇଯାଇଥିଲା । ଅଟୋରେ ଡ୍ରାଇଭରଙ୍କ ସମେତ ସମସ୍ତ 5 ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଅଟୋ ମଧ୍ୟରେ ମୃତଦେହଗୁଡିକ ଚାପି ହୋଇ ରହିଥିଲା ।ସ୍ଥାନୀୟ ଲେକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିଛି । ସମସ୍ତ 5 ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ମୃତକଙ୍କ ପରିଚୟ ସମ୍ପର୍କରେ କୌଣସି ସୂଚନା ସ୍ଥାନୀୟ ପୋଲିସ ସ୍ପଷ୍ଟ କରିନି । ସମସ୍ତେ ନିକଟବର୍ତ୍ତୀ ସ୍ଥାନର ହୋଇଥିବା ନେଇ ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ଚୋରା ବାଇକରେ ରଙ୍ଗ ମାରି ନୂଆରେ ବିକ୍ରି, ଧରାପଡ଼ିଲା କିଙ୍ଗପିନ୍

ତେବେ ଦୁର୍ଘଟଣା ପରେ ଆଗ୍ରା-ଦିଲ୍ଲୀ ଜାତୀୟ ରାଜପଥରେ ସାମୟିକ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା । ଗାଡି ଚଳାଚଳ ପ୍ରଭାବିତ ମଧ୍ୟ ହୋଇଥିଲା । ପୋଲିସ ପହଞ୍ଚି କ୍ରେନ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ରାସ୍ତାରୁ ହଟାଇବା ସହ ଭିଡ ମଧ୍ୟ ନିୟନ୍ତ୍ରଣ କରିଥିଲା । କିଛି ସମୟ ପରେ ଯାତାୟତ ସ୍ବାଭାବିକ ହୋଇଥିଲା । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଟ୍ରକଟି ମାତ୍ରାଧିକ ବେଗରେ ଆସୁଥିବା ଓ ଆଗରେ ଥିବା ଅଟୋକୁ ଧକ୍କା ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନିକଟରେ ଲାଗିଥିବା ସିସିଟିଭିରେ ମଧ୍ଯ ଏହି ଦୁର୍ଘଟଣା କଏଦ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.