ETV Bharat / bharat

ଟ୍ରକ ସହ ଧକ୍କା ହୋଇ ଖାଇକୁ ଖସିଲା ବସ୍: ୬ ମୃତ, ୨୧ ଆହତ - ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ସହ ଧକ୍କା ହୋଇ ଏକ ଯାତ୍ରୀବାହୀ ବସ୍ ଖାଇକୁ ଖସି ପଡିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଟ୍ରକ ସହ ଧକ୍କା ହୋଇ ଖାଇକୁ ଖସିଲା ବସ୍: ୬ ମୃତ, ୨୧ ଆହତ

author img

By

Published : Dec 14, 2022, 11:14 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫିରୋଜାବାଦରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଯାତ୍ରୀବାହୀ ବସ୍ ଟ୍ରକ ସହ ଧକ୍କା ହେବା ପରେ ଖାଇକୁ ଖସିପଡିଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ସାଇଫାଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ଏହି ସ୍ଲିପର ବସ୍‌ଟି ଲୁଧିଆନାରୁ ରାଏବରେଲୀ ଅଭିମୁଖେ ଯାତ୍ରା କରୁଥିଲା । ଆଜି ସକାଳ ପ୍ରାୟ ୪ଟା ସମୟରେ ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସୱେ ଠାରେ ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରକ ସହ ପିଟି ହୋଇଥିଲା(Road Accident In Uttar Pradesh) । ଯାହାଫଳରେ ଏହା ସେଠାରେ ଥିବା ଏକ ଖାଇ ମଧ୍ୟରେ ଖସି ପଡିଥିଲା । ଏହି ଦୁର୍ଘଟଣାରେ ଏବେସୁଦ୍ଧା ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଶିଶୁ ସମେତ ୪ ଜଣ ପୁରୁଷ ରହିଛନ୍ତି ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍ ଭିତରୁ ଆହତ ଯାତ୍ରୀମାନଙ୍କୁ ବାହାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ସେହିପରି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.