ETV Bharat / bharat

ଦିଲ୍ଲୀରେ କୋଠା ଭୁଶୁଡି ୪ ମୃତ, ୨ ଆହତ

author img

By

Published : Feb 11, 2022, 8:14 PM IST

ଦିଲ୍ଲୀ ସ୍ଥିତ ନରେଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଭୁଶୁଡିଲା ୪ ମହଲା କୋଠା । ଜଣେ ନାବାଳିକା ସମେତ ୪ ମୃତ, ୨ ଆହତ । ଅଧିକ ପଢନ୍ତୁ

ଦିଲ୍ଲୀରେ କୋଠା ଭୁଶୁଡି ୪ ମୃତ, ୨ ଆହତ
ଦିଲ୍ଲୀରେ କୋଠା ଭୁଶୁଡି ୪ ମୃତ, ୨ ଆହତ

ନୂଆଦିଲ୍ଲୀ: ରାଜଧାନୀରେ କୋଠା ଭୁଶୁଡି ୪ ମୃତ । ମୃତକଙ୍କ ମଧ୍ୟରେ ଜଣେ ୯ ବର୍ଷୀୟ ନାବାଳିକା ଥିବା ସୂଚନା । ଏଥିସହ ୨ ଜଣ ଗୁରୁତର ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି । ଦିଲ୍ଲୀ ସ୍ଥିତ ନରେଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଘଟିଛି ଅଘଟଣ ।

ସୂଚନା ଅନୁଯାୟୀ, ଆଜି(ଶୁକ୍ରବାର) ନରେଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳର ଏକ ୪ ମହଲା କୋଠା ଭୁଶୁଡି ପଡିଥିଲା । ଅଗ୍ନିଶମ ବାହିନୀ କହିଛି ଯେ, ଏନେଇ ଦିନ ୨ ଟା ୪୫ ରେ ଖବର ମିଳିଥିଲା । ଉଦ୍ଧାର କାର୍ଯ୍ୟ ପାଇଁ ଗୋଟିଏ JCB ମେସିନ ଏବଂ ୨ ଟି ଆମ୍ବୁଲାନ୍ସ ପଠାଯାଇଥିଲା । ମାତ୍ର ୪ ଜଣଙ୍କ ମୃତ୍ୟୁ ଘଟିଛି ।

ଫତିମା ଏବଂ ସେହନାଜ ନାମକ ୨ ମହିଳା ଉଦ୍ଧାର ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ସେହନାଜଙ୍କ ୯ ବର୍ଷିୟ ଝିଅ ଅଫରିନ ସମେତ ଅନ୍ୟ ୩ ଜଣଙ୍କ ପ୍ରାଣହାନୀ ଘଟିଛି । ମୃତକମାନେ ହେଲେ ରୁକେୟା ଖାତୁନ, ସେହଜାଦ ଏବଂ ଦନିଶ । ଉଦ୍ଧାର କାର୍ଯ୍ୟ ପୂର୍ବରୁ ଏମାନଙ୍କ ମୃତ୍ୟୁ ଘଟିଥିବା ସୂଚନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.