ହାଇଦ୍ରାବାଦ: ନେପାଳ କାଠମାଣ୍ଡୁରେ ଘଟିଥିବା ବିମାନ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ରହିଛନ୍ତି 5 ଜଣ ଭାରତୀୟ ନାଗରିକ । ସେମାନଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ପ୍ରୟାସ ଜାରି ରହିଛି । ବର୍ତ୍ତମାନର ସୂଚନା ଅନୁସାରେ 68 ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିବା ସ୍ପଷ୍ଟ ହୋଇଛି । ମୃତ୍ୟୁସଂଖ୍ୟା ନେଇ ନେପାଳ ବେସାମରିକ ଉଡାଣ ମନ୍ତ୍ରଣାଳୟ ସୂଚନା ଦେଇଛି । ଅନ୍ୟପଟେ ଭାରତୀୟ ନାଗରିକଙ୍କ ମୃତ୍ୟୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୋକ ପ୍ରକାଶ କରିଛି । ନେପାଳରେ ଅବସ୍ଥାପିତ ଭାରତୀୟ ଦୂତାବାସ ମଧ୍ୟ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି ।
- — IndiaInNepal (@IndiaInNepal) January 15, 2023 " class="align-text-top noRightClick twitterSection" data="
— IndiaInNepal (@IndiaInNepal) January 15, 2023
">— IndiaInNepal (@IndiaInNepal) January 15, 2023
ବିମାନରେ 72 ଯାତ୍ରୀ ଥିବା ବେଳେ ଏବେ ସୁଦ୍ଧା 68 ଯାତ୍ରୀଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । କେହି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ କିମ୍ବା ଜୀବିତ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିନଥିବା କାରଣରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ନେପାଳରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି, ସମସ୍ତ ମୃତ ଭାରତୀୟଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କିଛି ସମୟ ମଧ୍ୟରେ ସେମାନଙ୍କର ପରିଚୟ ସ୍ପଷ୍ଟ ହେବ ।
-
Nepal Aircraft crash | Delhi: This is very unfortunate we have already expressed our condolences. There were 5 Indians on the aircraft as per the press release shared by the airlines but details are yet to arrive: Shankar P Sharma, Nepal Ambassador to India pic.twitter.com/gJus2mETET
— ANI (@ANI) January 15, 2023 " class="align-text-top noRightClick twitterSection" data="
">Nepal Aircraft crash | Delhi: This is very unfortunate we have already expressed our condolences. There were 5 Indians on the aircraft as per the press release shared by the airlines but details are yet to arrive: Shankar P Sharma, Nepal Ambassador to India pic.twitter.com/gJus2mETET
— ANI (@ANI) January 15, 2023Nepal Aircraft crash | Delhi: This is very unfortunate we have already expressed our condolences. There were 5 Indians on the aircraft as per the press release shared by the airlines but details are yet to arrive: Shankar P Sharma, Nepal Ambassador to India pic.twitter.com/gJus2mETET
— ANI (@ANI) January 15, 2023
ଅନ୍ୟପଟେ ବିମାନରେ 53ଜଣ ସ୍ଥାନୀୟ ନେପାଳ ନାଗରିକଙ୍କ ବାତୀତ ପ୍ରାୟ 15 ବିଦେଶୀ ନାଗରିକ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ସର୍ବାଧିକ 5ଜଣ ଭାରତୀୟ ନାଗରିକ ଥିଲେ । ଅନ୍ୟମାନଙ୍କ ମଧ୍ୟରେ 4ଜଣ ଋଷୀୟ ନାଗରିକ, ଜଣେ ଆୟାରଲାଣ୍ଡରୁ, 2 ଜଣ କୋରିଆନ, ଜଣେ ଆର୍ଜେଣ୍ଟିନା ଓ ଜଣେ ଫ୍ରାନ୍ସ ନାଗରିକ ମଧ୍ୟ ଥିଲେ । ପ୍ରାୟ ସମସ୍ତ ଯାତ୍ରୀଙ୍କ ସହ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା 68 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ନେପାଳ ସରକାର ।
-
#UPDATE | Nepal Aircraft crash: Death toll in a plane crash at Nepal's Pokhara airport rises to 68: Nepal's Civil Aviation Authority pic.twitter.com/VOrnyRbYVD
— ANI (@ANI) January 15, 2023 " class="align-text-top noRightClick twitterSection" data="
">#UPDATE | Nepal Aircraft crash: Death toll in a plane crash at Nepal's Pokhara airport rises to 68: Nepal's Civil Aviation Authority pic.twitter.com/VOrnyRbYVD
— ANI (@ANI) January 15, 2023#UPDATE | Nepal Aircraft crash: Death toll in a plane crash at Nepal's Pokhara airport rises to 68: Nepal's Civil Aviation Authority pic.twitter.com/VOrnyRbYVD
— ANI (@ANI) January 15, 2023
68ଜଣ ଯାତ୍ରୀ ଓ 4ଜଣ କ୍ରୁ ସଦସ୍ୟଙ୍କୁ ନେଇ ରାଜଧାନୀ କାଠମାଣ୍ଡୁ ବିମାନ ବନ୍ଦରରୁ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଉଡାଣ ଭରିଥିବା ୟେତି ଏୟାରଲାଇନ୍ସ 9 ଏନଏନସି-72 ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ପୂର୍ବାହ୍ନ 10ଟା 33ରେ ପୋଖରା ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିବା ବେଳେ ବିମାନଟି ଖସି ପଡି ଜଳି ଯାଇଥିଲା । ନେପାଳ ସରକାର ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ମଧ୍ୟ ଦୁର୍ଘଟଣା ସ୍ଥଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ