ETV Bharat / bharat

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଯମୁନା ନଦୀରେ ବୁଡି ୫ ମୃତ - ଯମୁନା ନଦୀରେ ବୁଡି ୫ ମୃତ

ନୋଏଡାର ଡିଏନଡି ଫ୍ଲାଏ ଓଭର ନିକଟ ଯମୁନା ନଦୀରେ ଅଘଟଣ । ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ନଦୀରେ ବୁଡି ୫ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ଯମୁନା ନଦୀରେ ବୁଡି ୫ ମୃତ

author img

By

Published : Aug 29, 2022, 8:43 AM IST

ନୂଆଦିଲ୍ଲୀ: ଯମୁନା ନଦୀ(Yamuna river)ରେ ଅଘଟଣ । ଭଗବାନ କୃଷ୍ଣଙ୍କ ମୂର୍ତ୍ତି ବିସର୍ଜନ କରିବାରୁ ଯାଇଥିବା ବେଳେ ନଦୀରେ ବୁଡି ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀ ନୋଏଡାର ଡିଏନଡି ଫ୍ଲାଏ ଓଭର ନିକଟ ଯମୁନା ନଦୀରେ । ପାଞ୍ଚ ମୃତକ ହେଉଛନ୍ତି ଅଙ୍କିତ, ଲକି, ଲଲିତ, ବେରୁ, ରିତୁରାଜ ଓ ସାନୁ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ରବିବାର) କୃଷ୍ଣ ମୂର୍ତ୍ତି ବିସର୍ଜନ ପାଇଁ ଛଅ ଜଣ ଯୁବକ ଯମୁନା ନଦୀକୁ ଯାଇଥିଲେ । ନଦୀମଧ୍ୟକୁ ପ୍ରବେଶ କରି ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ସମସ୍ତେ ନଦୀର ଅକାତକାତ ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନଦୀ କୂଳକୁ ଫେରି ଆସିଥିବା ବେଳେ ଅନ୍ୟ ପାଞ୍ଚ ଜଣ ନିଖୋଜ ହୋଇଯାଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଟିମ ଦ୍ବାରା ସର୍ଚ୍ଚ ଅପେରସନ ଆରମ୍ଭ କରି ୫ ଜଣଙ୍କ ମୃତଦେହ ଉଦ୍ଧାର ନଦୀରୁ ଉଦ୍ଧାର କରିଥିଲା । ଏହା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ସଫଦରଜଙ୍ଗ ହସ୍ପିଟାଲକୁ ପଠାଇଥିଲା । ସମସ୍ତ ମୃତକ ଗ୍ରେଟର ନୋଏଡାର ସାଲରପୁର ବାସିନ୍ଦା ହୋଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ରାମଦାହ ଜଳପ୍ରପାତ ବୁଲିବାକୁ ଆସି ବୁଡ଼ିଗଲେ 6 ପର୍ଯ୍ୟଟକ

ଏନେଇ ସ୍ଥାନୀୟ ଲୋକେ କହିଛନ୍ତି ଯେ, ''୧୭ର ରୁ ୧୮ ଜଣ ଯୁବକ ମୂର୍ତ୍ତି ବିସର୍ଜନ ପାଇଁ ନଦୀ କୂଳକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୬ଜଣ ନଦୀ ମଧ୍ୟକୁ ଯାଇଥିଲେ । ଏହି ସମୟରେ ଜଣେ ଫେରି ଆସିଥିବା ବେଳେ ୫ଜଣ ନଦୀରେ ବୁଡିଯାଇଥିଲେ । ସମସ୍ତ ମୃତକଙ୍କ ବୟସ ୧୬ରୁ ୨୦ ବୟସ ହେବା ନେଇ’’ କହିଛନ୍ତି ସ୍ଥାନୀୟ ଲୋକେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.