ଚଣ୍ଡିଗଡ଼: ପଞ୍ଜାବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ କାରଟି ଇଲେକ୍ଟ୍ରି ପୋଲ ସହ ଧକ୍କା ହେବା ଯୋଗୁଁ 5 ଜଣଙ୍କ ମୃତ୍ୟୁ (several died in road accident in Ludhiana) ହୋଇଛି । ଏଥିରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଞ୍ଜାବର ଲୁଧିଆନା ସ୍ଥିତ ଏକ ହସ୍ପିଟାଲ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।
ଏହା ମଧ୍ୟ ପଢ଼ନ୍ତୁ: ଝିଆରୀକୁ ଦୁଷ୍କର୍ମ ଉଦ୍ୟମ, ପାଟି କରିବାରୁ ପାଟିରେ ଏସିଡ୍ ଢାଳିଦେଲା ଦାଦା
ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ କାରଟି ଦ୍ରୁତ ଗତିରେ ଯାଇ ଏକ ବିଦ୍ୟୁତ ପୋଲକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ପରିବାରର 5 ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ରହିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । କାରଟି ଦୃତ ଗତିରେ ଥିବା ଯୋଗୁଁ ଭାରସାମ୍ୟ ହରାଇ ବିଦ୍ୟୁତ ପୋଲକୁ ଧକ୍କା ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ