ETV Bharat / bharat

ଟ୍ରକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା, 5 ମୃତ 20ରୁ ଉର୍ଦ୍ଧ୍ବ ଆହତ - ଗାରିଆବନ୍ଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଗାରିଆବନ୍ଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଯୋଗୁଁ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଏହି ଘଟଣାରେ 5ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 20ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଅଧିକ ପଢ଼ନ୍ତୁ

several died in road accident in gariyaband
ଟ୍ରକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା, 5 ମୃତ 20ରୁ ଉର୍ଦ୍ଧ୍ବ ଆହତ
author img

By

Published : Mar 16, 2022, 7:36 AM IST

ରାୟପୁର: ଛତିଶଗଡର ଗାରିଆବନ୍ଦରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଯୋଗୁଁ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଏହି ଘଟଣାରେ 5 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 20ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁଥିବା ମଧ୍ୟ ଜଣାପଡ଼ିଛି। ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ମଙ୍ଗଳବାର ଛତିଶଗଡର ଗରିଆବନ୍ଦ ଜିଲ୍ଲାର ଜୋବା ଗ୍ରାମ ନିକଟରେ ଏକ ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 20ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଜିଲ୍ଲା ଅଧିକାରୀଙ୍କ ସୂଚନା ଅନୁସାରେ ମଜରକଟ୍ଟା ଗ୍ରାମର କିଛି ଗ୍ରାମବାସୀ ଗ୍ରାମୀଣ ମହତ୍ସୋବ ଦେଖିବା ପାଇଁ ଅନ୍ୟ ଏକ ଗ୍ରାମକୁ ଯାଇଥିଲେ। ଟ୍ରାକ୍ଟର ଯୋଗେ ଘରକୁ ଫେରିବା ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି । ତେବ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ 2ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେହିପରି ଆହତଙ୍କ ପାଇଁ 50 ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.