ETV Bharat / bharat

ଅଧାରେ ରହିଲା ଘର ବାହୁଡା: ତୀର୍ଥ କରିବାକୁ ଯାଇଥିଲେ, ଦୁର୍ଘଟଣାରେ ଚାଲିଗଲା 7 ମହିଳାଙ୍କ ଜୀବନ - ଯାତ୍ରୀବାହୀ ଭ୍ୟାନକୁ ଧକ୍କା ଦେଲା ଟ୍ରକ

ତାମିଲନାଡୁରେ ଯାତ୍ରୀବାହୀ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ୭ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଯାତ୍ରୀବାହୀ ଭ୍ୟାନକୁ ଧକ୍କା ଦେଲା ଟ୍ରକ
ଯାତ୍ରୀବାହୀ ଭ୍ୟାନକୁ ଧକ୍କା ଦେଲା ଟ୍ରକ
author img

By ETV Bharat Odisha Team

Published : Sep 11, 2023, 9:55 AM IST

Updated : Sep 11, 2023, 10:04 AM IST

ଚେନ୍ନାଇ: ଅଧାରେ ରହିଲା ଘର ବାହୁଡା । ତୀର୍ଥଯାତ୍ରା ସାରି ଫେରୁଥିବା ବେଳେ ରାସ୍ତାରେ ଜଗିଥିଲା ମୃତ୍ୟୁ । ଟ୍ରକ ଧକ୍କାରେ ଲିଭିଗଲା 7 ଜୀବନ ଦୀପ । ଆଜି(ସୋମବାର) ତାମିଲନାଡୁର ତିରୁପଟ୍ଟୁ ଜିଲ୍ଲାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ସମସ୍ତେ ତୀର୍ଥଯାତ୍ରାରେ କର୍ଣ୍ଣାଟକ ଯାଇଥିଲେ । ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ସୂଚନା ମୁତାବକ, ଗତ ସେପ୍ଟେମ୍ବର 8 ତାରିଖରେ ତାମିଲନାଡୁର ତିରୁପଟ୍ଟୁର ଜିଲ୍ଲାର ଓନାଙ୍ଗୁଟ୍ଟାଇ ଗାଁର 45 ଜଣ ବ୍ୟକ୍ତି 2ଟି ଭ୍ୟାନରେ ତୀର୍ଥଯାତ୍ରା ପାଇଁ କର୍ଣ୍ଣାଟକ ରାଜ୍ୟକୁ ଯାଇଥିଲେ । ଗତକାଲି ସକାଳେ ସମସ୍ତେ ଯାତ୍ରା ଶେଷ କରି ନିଜ ଗାଁକୁ ଫେରୁଥିଲେ । ତେବେ ବାଙ୍ଗାଲୋର-ଚେନ୍ନାଇ ଜାତୀୟ ରାଜପଥରେ ଯାତ୍ରୀବାହୀ ଭ୍ୟାନ ଛିଡା ହୋଇଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ 7 ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।

ଏନେଇ ସ୍ଥାନୀୟ ଲୋକେ ଡ୍ରାଇଭର ସମେତ 10 ଜଣଙ୍କୁ ଉଦ୍ଧାର କରି ସେମାନଙ୍କୁ ଭାନିଆମ୍ପାଡି, ନାତ୍ରାମପାଲ୍ଲୀ ଏବଂ ତିରୁପାଥୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭେଲୋର ଏବଂ କୃଷ୍ଣଗିରି ସରକାରୀ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତଦେହ ଉଦ୍ଧାର କରି ତିରୁପାଥୁର ଏବଂ ଭାନିଆମ୍ବାଡି ସରକାରୀ ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ନାତ୍ରାପଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ- Assam Accident: ଟ୍ରକ ସହ ଧକ୍କା ହେଲା କାର, ଦୁର୍ଘଟଣାରେ ଚାଲିଗଲା ୭ ଜୀବନ

ପ୍ରକାଶ ଥାଉକି, ସେହିପରି ଆସାମ ଦିବ୍ରୁଗଡ ଜିଲ୍ଲାରେ ଟ୍ରକ ସହ ଇନୋଭା କାର୍ ଧକ୍କ। ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଗତକାଲି ରାତିରେ AS-01 JC-3076 ନମ୍ବର ବିଶିଷ୍ଟ ଏକ ଇନୋଭ କାର୍ ଲେପେଟକାଟା ଆଡକୁ ଯାଉଥିଲା । ଏତିକି ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ 2ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା ଓ ଆଉ କିଛି ଗୁରୁତର ଆହତ ହୋଇଥିଲେ । ଲୋକମାନଙ୍କ ସହାୟତାରେ ପୋଲିସ ଆହତମାନଙ୍କୁ ହସ୍ପିଟାଲ ପଠାଇବା ସହିତ ମୃତଦେହ ଗୁଡିକୁ ଉଦ୍ଧାର କରିଥିଲା । ତେବେ ଏ ଯାଏଁ ପୋଲିସ ମୃତକମାନଙ୍କୁ ଚିହ୍ନଟ କରିପାରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 11, 2023, 10:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.